ବଣରେ ରହୁଛି ୧୦୮ ଆମ୍ବୁଲାନ୍ସ, କ୍ଲବ ଘରେ ଷ୍ଟାଫ୍
ଗୋପ,୧୭।୬(ଭାରତୀ ଭୂଷଣ ଉପାଧ୍ୟାୟ): ସରକାର ସ୍ବାସ୍ଥ୍ୟସେବାକୁ ନେଇ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ନାଗପୁର ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବାର ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି। ଏହି ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତ ସୁବିଧା ଥିଲେ ମଧ୍ୟ କେନ୍ଦ୍ର ଲାଗି ଉପଲବ୍ଧ ୧୦୮ ଆମ୍ବୁଲାନ୍ସଟି ବଣରେ ରହୁଥିବାବେଳେ ଆମ୍ବୁଲାନ୍ସ କର୍ମଚାରୀମାନେ ଗୋଟିଏ କ୍ଲବ ଘରେ ରହୁଛନ୍ତି। ଏହି ପ୍ରସଙ୍ଗରେ ଆମ୍ବୁଲାନ୍ସ କର୍ମଚାରୀ ବାରମ୍ବାର ସ୍ବାସ୍ଥ୍ୟକେନ୍ଦ୍ର ଉଚ୍ଚ ପଦସ୍ଥ ଅଧିକାରୀ […] The post ବଣରେ ରହୁଛି ୧୦୮ ଆମ୍ବୁଲାନ୍ସ, କ୍ଲବ ଘରେ ଷ୍ଟାଫ୍ appeared first on Dharitri Odia News.
ଗୋପ,୧୭।୬(ଭାରତୀ ଭୂଷଣ ଉପାଧ୍ୟାୟ): ସରକାର ସ୍ବାସ୍ଥ୍ୟସେବାକୁ ନେଇ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ନାଗପୁର ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବାର ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି। ଏହି ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତ ସୁବିଧା ଥିଲେ ମଧ୍ୟ କେନ୍ଦ୍ର ଲାଗି ଉପଲବ୍ଧ ୧୦୮ ଆମ୍ବୁଲାନ୍ସଟି ବଣରେ ରହୁଥିବାବେଳେ ଆମ୍ବୁଲାନ୍ସ କର୍ମଚାରୀମାନେ ଗୋଟିଏ କ୍ଲବ ଘରେ ରହୁଛନ୍ତି। ଏହି ପ୍ରସଙ୍ଗରେ ଆମ୍ବୁଲାନ୍ସ କର୍ମଚାରୀ ବାରମ୍ବାର ସ୍ବାସ୍ଥ୍ୟକେନ୍ଦ୍ର ଉଚ୍ଚ ପଦସ୍ଥ ଅଧିକାରୀ ଓ ସ୍ଥାନୀୟ ବିଧାୟକଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
ପ୍ରକାଶ ଯେ, ଯେଉଁଠି ଆମ୍ବୁଲାନ୍ସ ସହିତ କର୍ମଚାରୀଙ୍କୁ ଠିକ୍ ଭାବରେ ରଖାଯାଇ ପାରୁନାହିଁ, ସେ ସ୍ଥାନରେ କିପରି ସାଧାରଣ ଲୋକଙ୍କୁ ସେବା ଯୋଗାଇ ଦିଆଯାଉଥିବ ତାହା ସମସ୍ତଙ୍କୁ ବିସ୍ମିତ କରୁଥିବ ନିଶ୍ଚିତ। କିଛିଦିନ ଧରି ନାଗପୁର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ଆମ୍ବୁଲାନ୍ସ ରହିବା ସମୟରେ କର୍ମଚାରୀ ଏକ ଘରେ ରହୁଥିଲେ। ହେଲେ କୌଣସି କାରଣରୁ ଏଠାରେ ଆଉ ଆମ୍ବୁଲାନ୍ସ ରହୁ ନ ଥିବାରୁ ଏପରି ଅବସ୍ଥା ୨ ବର୍ଷ ହେବ ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ଓ ଏହାର କର୍ମଚାରୀ ବାର ଦୁଆର ଶୁଣ୍ତିପିଣ୍ତା ହେବାରୁ ସ୍ଥାନୀୟ କ୍ଲବ ସଦସ୍ୟମାନେ କ୍ଲବ ଘର ଦେଇଥିବାବେଳେ ଆମ୍ବୁଲାନ୍ସଟି ଖରା ବର୍ଷା ଶୀତ କାକରରେ ବଣ ଭିତରେ ରହୁଥିବା ଜଣାପଡ଼ିଛି। ଏପରି ଅଭିଯୋଗ ସମ୍ପର୍କରେ ୧୦୮ ଆମ୍ବୁଲାନ୍ସ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା। ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରିଣୀ ଡା. ଜସ୍ମିନ ଆଫ୍ରୋଜଙ୍କୁ ପଚାରିବାରେ, ମୋ ନିକଟରେ ସେପରି ଖବର ନାହିଁ। ତଥାପି ଦୃଷ୍ଟି ଦେବେ ବୋଲି କହିଛନ୍ତି।
The post ବଣରେ ରହୁଛି ୧୦୮ ଆମ୍ବୁଲାନ୍ସ, କ୍ଲବ ଘରେ ଷ୍ଟାଫ୍ appeared first on Dharitri Odia News.