ଅଜବ ସମ୍ପର୍କ, ଭଣଜା ପ୍ରେମରେ ପଡିଗଲେ ମାଇଁ

ଉତ୍ତରପ୍ରଦେଶ: ପ୍ରେମ, କେତେବେଳେ କାହାକୁ ହୋଇଯାଏ ତାହା ଜଣାପଡେନି। ସେ ଜାତି, ଧର୍ମ, ବର୍ଣ୍ଣ, ବୟସ କିଛି ଦେଖେନି। କିନ୍ତୁ କିଛି ପ୍ରେମ ଏମିତି ହୋଇଥାଏ ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମେରଠରେ। ଏଠାରେ 35 ବର୍ଷୀୟା ମହିଳା ପଡିଯାଇଛନ୍ତି 16ବର୍ଷର ଜଣେ ପୁଅଙ୍କ ପ୍ରେମରେ। ସେ ପୁଣି ଆଉ କେହି ନୁହେଁ ବରଂ ନିଜ ଭଣଜା। ଉତ୍ତରପ୍ରଦେଶର ମେରଠରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। […]

ଅଜବ ସମ୍ପର୍କ, ଭଣଜା ପ୍ରେମରେ ପଡିଗଲେ ମାଇଁ

ଉତ୍ତରପ୍ରଦେଶ: ପ୍ରେମ, କେତେବେଳେ କାହାକୁ ହୋଇଯାଏ ତାହା ଜଣାପଡେନି। ସେ ଜାତି, ଧର୍ମ, ବର୍ଣ୍ଣ, ବୟସ କିଛି ଦେଖେନି। କିନ୍ତୁ କିଛି ପ୍ରେମ ଏମିତି ହୋଇଥାଏ ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମେରଠରେ। ଏଠାରେ 35 ବର୍ଷୀୟା ମହିଳା ପଡିଯାଇଛନ୍ତି 16ବର୍ଷର ଜଣେ ପୁଅଙ୍କ ପ୍ରେମରେ। ସେ ପୁଣି ଆଉ କେହି ନୁହେଁ ବରଂ ନିଜ ଭଣଜା।

ଉତ୍ତରପ୍ରଦେଶର ମେରଠରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ 35ବର୍ଷୀୟା ମହିଳା ତାଙ୍କ ନାବାଳକ ଭଣଜାଙ୍କ ପ୍ରେମରେ ପଡିଯାଇଛନ୍ତି। ଭଣଜାଙ୍କ ସହିତ ତାଙ୍କର କୌଣସି ଅବୈଧ ସମ୍ପର୍କ ନଥିଲେ ମଧ୍ୟ ସେ ତାଙ୍କୁ ନିଜର ସ୍ୱାମୀ ବୋଲି କହୁଛନ୍ତି ଏବଂ ତାଙ୍କ ସହ ରହିବାକୁ ଜିଦ ଧରୁଛନ୍ତି।

ନାବାଳକଙ୍କ ପରିବାର ଲୋକେ ପ୍ରତିବାଦ କରିବାରୁ ମହିଳା ଜଣଙ୍କ ପୋଲିସ ଡାକି ହଙ୍ଗାମା କରୁଛନ୍ତି। ପୋଲିସଙ୍କୁ କହୁଛନ୍ତି ଯେ, ଏ ପୂର୍ବରୁ ମୋ ଭଣଜା ଥିଲେ କିନ୍ତୁ ବର୍ତ୍ତମାନ ଏ ମୋ ସ୍ୱାମୀ। ତାଙ୍କ ପରିବାର ଲୋକେ ତାଙ୍କ ଅନିଚ୍ଛା ସତ୍ୱେ ତାଙ୍କୁ ଘରେ ବନ୍ଦ କରି ରଖୁଛନ୍ତି।

ପୁରା ଘଟଣାଟି କଣ? ମହିଳା ଜଣଙ୍କ ଦିଲ୍ଲୀର ବାସିନ୍ଦା ହୋଇଥିବାବେଳେ ନାବାଳକ ପୁଅଟି ମେରଠର ଦୌରାଲାର ବାସିନ୍ଦା ବାସିନ୍ଦା। ମହିଳାଙ୍କ ସ୍ୱାମୀ 3ବର୍ଷ ପୂର୍ବରୁ ଆରପାରିକୁ ଚାଲିଯାଇଥିବା ବେଳେ ତାଙ୍କୁ ସାହାଯ୍ୟ କରିବା ପାଇଁ ଏହି ନାବାଳକ ଭଣଜାକୁ ମହିଳାଙ୍କ ପାଖକୁ ପଠାଯାଇଥିଲା।

ପଠେଇବାର ଉଦ୍ଦେଶ୍ୟ ଏହା ଥିଲା ଯେ, ସେ ମାଇଁଙ୍କୁ ସାହାଯ୍ୟ କରିବା ସହିତ ଦିଲ୍ଲୀରେ ରହି ଏସି-ଫ୍ରିଜ କାମ ଶିଖିଯିବ ଏବଂ କାମ ଶିଖିବା ପରେ ମେରଠ ଆସି ନିଜର ବ୍ୟବସାୟ ଆରମ୍ଭ କରିଦେବ।

ଘରଲୋକଙ୍କ କହିବା ଅନୁସାରେ, ଦିଲ୍ଲୀରେ ଏକାଠି ରହୁଥିବା ସମୟରେ ମହିଳା ଜଣକ ନାବାଳକଙ୍କୁ ପ୍ରେମ ଜାଲରେ ଫସାଇ ଦୀର୍ଘ ଦିନ ଧରି ତାଙ୍କ ସହିତ ଅବୈଧ ସମ୍ପର୍କ ରଖି ଆସୁଥିଲେ। ଯେତେବେଳେ ପୁଅଟି ଘରକୁ ଆସିଥିଲା ସେତେବେଳେ ପରିବାର ଲୋକେ ତାକୁ ଘରେ ଅଟକାଇ ରଖିଥିଲେ। ମହିଳା ଜଣଙ୍କ ଯେତେବେଳେ ଏହି ଖବର ପାଇଲେ ସେତେବେଳେ ସେ ସେହି ନାବାଳକ ପିଲାକୁ ନେବା ପାଇଁ ତାଙ୍କ ଘରେ ପହଞ୍ଚି ଗଲେ।

ପରିବାର ଲୋକେ ପ୍ରତିବାଦ କରିବାରୁ ସେ ପୋଲିସକୁ ଡାକି କହିଲେ ଯେ, ଏବେ ଏହି ନାବାଳକ ତାଙ୍କ ସ୍ୱାମୀ ଏବଂ ସେ ତାଙ୍କ ସହିତ ରହିବେ। ଏହି କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ବହୁତ ପାଟିତୁଣ୍ଡ ମଧ୍ୟ ହୋଇଥିଲା। ବହୁ କଷ୍ଟରେ ପୋଲିସ ଉଭୟ ପକ୍ଷଙ୍କୁ ବୁଝାସୁଝା କରି ଶାନ୍ତ କରାଇଥିଲା।

ତଥାପି ମଧ୍ୟ ଏହି ମାମଲା ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ। ମେରଠ ଏସ୍ ପି ​​ସିଟି ଆୟୁଷ ବିକ୍ରମ ସିଂହଙ୍କ ଅନୁଯାୟୀ, ବାଳକର ବୟସ ୧୬ ବର୍ଷ ହୋଇଥିବାରୁ ମାମଲାର ସମାଧାନ ପାଇଁ, ପ୍ରଥମେ ତାଙ୍କର ବୟସ ପ୍ରମାଣପତ୍ର ମଗାଯାଇଛି। ଏହାକୁ ଦେଖିବା ପରେ ହିଁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।