ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ସ୍ଥାନୀୟ ଟାଉନ ଥାନା ପୋଲିସ ଉଦ୍ଧାର କରିଛି । ମୃତ ଯୁବତୀଙ୍କ ନାମ ମନୀଷା ଗୌଡ (୨୩)ଓ ସେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଜନକପୁର ଗ୍ରାମର ବୋଲି ଜଣାପଡିଛି ।ମୃତଦେହକୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଥିଲ। ସେଠାରେ ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ […] The post ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ…. appeared first on Dharitri Odia News.

ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ସ୍ଥାନୀୟ ଟାଉନ ଥାନା ପୋଲିସ ଉଦ୍ଧାର କରିଛି । ମୃତ ଯୁବତୀଙ୍କ ନାମ ମନୀଷା ଗୌଡ (୨୩)ଓ ସେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଜନକପୁର ଗ୍ରାମର ବୋଲି ଜଣାପଡିଛି ।ମୃତଦେହକୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଥିଲ। ସେଠାରେ ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା। ମିଳିଥିବା ସୂଚନା ଅନୁଯାୟୀ,ମୃତ ଯୁବତୀ ଜଣକ ସ୍ଥାନୀୟ ଏକ ବାଇକ ଶୋ ରୁମରେ କାମ କରୁଥିବାବେଳେ ନିଜ ଭାଣିଜୀ ସହ ବାହାଦୁର ବଗିଚା ପଡ଼ାର ଏକ ଭଡା ଘରେ ରହୁଥିଲେ। ଶୁକ୍ରବାର ସକାଳୁ ଭାଣିଜୀଙ୍କୁ ଟିଉସନ ପଠାଇ ଘରେ ଏକାକୀ ରହିଥିଲେ।ପରେ ଭାଣିଜୀ ୯ ଟାରେ ଟିଉସନ ସାରି ଘରକୁ ଫେରିବା ବେଳକୁ ବେକରେ ଓଢ଼ଣୀ ଲଗାଇ ମନୀଷା ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ତେବେ ଏହା ହତ୍ୟା ନା ଆତ୍ମ ହତ୍ୟା ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡି ନ ଥିବା ବେଳେ ଅନ୍ୟପଟେ
ଏହି ଘଟଣାକୁ ନେଇଁ ମୃତ ଯୁବତୀଙ୍କ ଭାଇ ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ସେହିପରି ପ୍ରେମ ଜନିତ କାରଣରୁ ଯୁବତୀ ଜଣକ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ପୋଲିସ ଅନୁମାନ କରିଛି। ଯାହାକୁ ସନ୍ଧେହ କରି ଜଣେ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚୁରା କରୁଛି। ଏ ନେଇଁ ଭବାନୀପାଟଣା ଟାଉନ ଥାନାରେ ଏକ ମାମଲା ନଂ
(୪୨୫/୨୪) ରୁଜୁ ହୋଇଛି।

The post ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ…. appeared first on Dharitri Odia News.