ଜୋର୍ଡନ ବାର୍ଡେଲା ହେବେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ

ପ୍ୟାରିସ୍‌,୮ା୭:ଫ୍ରାନ୍ସ ପାର୍ଲାମେଣ୍ଟର ନିମ୍ନ ସଦନ ନ୍ୟାଶନାଲ ଆସେମ୍ବ୍ଲି ସଦସ୍ୟଙ୍କ ସଂଖ୍ୟା ୫୭୭ ହୋଇଥିବାବେଳେ ମ୍ୟାଜିକ୍‌ ନମ୍ବର ହେଉଛି ୨୮୯। ସମସ୍ତ ୫୭୭ ଆସନ ପାଇଁ ଜୁନ୍‌ ୩୦ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ରବିବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଇଛି। ୪୯ ନିୟୁତରୁ ଅଧିକାଂଶ ଯୋଗ୍ୟ ଭୋଟର ନିଜ ରାଜନୈତିକ ମତାଧିକାର ସାବ୍ୟସ୍ତ କରିଛନ୍ତି। ଦେଶର ପ୍ରଥମ ପର୍ଯ୍ୟାୟ ଏବଂ ଜୁନ୍‌ ୯ରେ ଅନୁଷ୍ଠିତ ୟୁରୋପୀୟ ନିର୍ବାଚନରେ ମେରିନ୍‌ ଲି ପେନ୍‌ଙ୍କ ନ୍ୟାଶନାଲ ରାଲି […] The post ଜୋର୍ଡନ ବାର୍ଡେଲା ହେବେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ appeared first on Dharitri Odia News.

ଜୋର୍ଡନ ବାର୍ଡେଲା ହେବେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ

ପ୍ୟାରିସ୍‌,୮ା୭:ଫ୍ରାନ୍ସ ପାର୍ଲାମେଣ୍ଟର ନିମ୍ନ ସଦନ ନ୍ୟାଶନାଲ ଆସେମ୍ବ୍ଲି ସଦସ୍ୟଙ୍କ ସଂଖ୍ୟା ୫୭୭ ହୋଇଥିବାବେଳେ ମ୍ୟାଜିକ୍‌ ନମ୍ବର ହେଉଛି ୨୮୯। ସମସ୍ତ ୫୭୭ ଆସନ ପାଇଁ ଜୁନ୍‌ ୩୦ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ରବିବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଇଛି। ୪୯ ନିୟୁତରୁ ଅଧିକାଂଶ ଯୋଗ୍ୟ ଭୋଟର ନିଜ ରାଜନୈତିକ ମତାଧିକାର ସାବ୍ୟସ୍ତ କରିଛନ୍ତି।
ଦେଶର ପ୍ରଥମ ପର୍ଯ୍ୟାୟ ଏବଂ ଜୁନ୍‌ ୯ରେ ଅନୁଷ୍ଠିତ ୟୁରୋପୀୟ ନିର୍ବାଚନରେ ମେରିନ୍‌ ଲି ପେନ୍‌ଙ୍କ ନ୍ୟାଶନାଲ ରାଲି ଭଲ ପ୍ରଦର୍ଶନ କରିଛି। ତେଣୁ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଦଳର ସଫଳତାକୁ ନେଇ ଏହି ୫୫ ବର୍ଷୀୟା ନେତ୍ରୀ ଆଶାବାଦୀ। ତେବେ ତାଙ୍କ ଦଳକୁ ସଂଖ୍ୟାଗରିଷ୍ଠତା ହାସଲ ସହ ସରକାରକୁ ପୂର୍ଣ୍ଣ ନିୟନ୍ତ୍ରଣରୁ ଅଟକାଇବା ପାଇଁ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ସବୁ ପ୍ରକାର ଉଦ୍ୟମ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବାମପନ୍ଥୀଙ୍କ ନ୍ୟୁ ପପୁଲାର ଫ୍ରଣ୍ଟ ମେଣ୍ଟ ଏବଂ ମାକ୍‌ରଁଙ୍କ ରିନେସାଙ୍କ ଉଦ୍ୟମ ସତ୍ତ୍ୱେ ନ୍ୟାଶନାଲ ରାଲି ସଂଖ୍ୟାଗରିଷ୍ଠତା ହାସଲ କରିପାରେ। ଅନ୍ୟପକ୍ଷେ କେତେଜଣ ବିଶ୍ଳେଷକଙ୍କ ମତରେ ଝୁଲା ପାର୍ଲାମେଣ୍ଟ ସ୍ଥିତିରେ ଲି ପେନ୍‌ଙ୍କୁ ଆଉ କେତେକ ଛୋଟ ଦଳର ସମର୍ଥନ ହାସଲ କରିବାକୁ ପଡ଼ିବ।
ଲି ପେନ୍‌ଙ୍କ ପାର୍ଟି କ୍ଷମତାକୁ ଆସିଲେ ଜୋର୍ଡନ ବାର୍ଡେଲା ଦେଶର ସବୁଠୁ କନିଷ୍ଠ ପ୍ରଧାନମନ୍ତ୍ରୀ ହେବେ। ଏପରି ହେଲେ ମାକ୍‌ରଁ ଏକତରଫା କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ। ଆଣବିକ ଅସ୍ତ୍ର ସମ୍ପନ୍ନ ଫ୍ରାନ୍ସର ୟୁକ୍ରେନ୍‌ ଯୁଦ୍ଧ ନୀତି, ବୈଶ୍ୱିକ କୂଟନୀତି ଓ ୟୁରୋପର ଆର୍ଥିକ ସ୍ଥିରତା ପ୍ରଭାବିତ ହୋଇପାରେ। ଲି ପେନ୍‌ଙ୍କ ଦଳ ରାଷ୍ଟ୍ରପତି ଭାବେ ମାକ୍‌ରଁଙ୍କ ଅବଶିଷ୍ଟ ୩ ବର୍ଷର କାର୍ଯ୍ୟକାଳରେ ଅଡ଼ୁଆ ସାଜିପାରେ। ଏଥିଲାଗି ମାକ୍‌ରଁଙ୍କ ଚିନ୍ତା ବଢ଼ିଯାଇଛି।

The post ଜୋର୍ଡନ ବାର୍ଡେଲା ହେବେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ appeared first on Dharitri Odia News.