‘ସମୀରଙ୍କୁ ଟିକେଟ ନ ହେଲେ ଦଳ ଛାଡ଼ିବୁ’

ଗୋପ,୧୩ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ନିର୍ବାଚନମଣ୍ଡଳୀରେ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ନ ମିଳିଲେ ଦଳୀୟ ନେତୃତ୍ୱ ଓ କର୍ମୀମାନେ ଦଳ ଛାଡ଼ିବେ ବୋଲି ଶୁକ୍ରବାର ଚେତାବନୀ ଦେଇଛନ୍ତି। ଏକ ପ୍ରତିନିଧି ଦଳ ଏହି ଦସ୍ତଖତ ସମ୍ବଳିତ ଦାବିପତ୍ର ନେଇ ଶନିବାର ନବୀନ ନିବାସକୁ ଯିବ ବୋଲି ସୂଚନା ମିଳିଛି। ପ୍ରକାଶ ଯେ, ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଥିବା ଗୋପ ବ୍ଲକର ୧୪ଟି ପଞ୍ଚାୟତର ଜିଲାପରିଷଦ, ସରପଞ୍ଚ, ସମିତି ସଭ୍ୟାସଭ୍ୟ, ପଞ୍ଚାୟତ ସଭାପତି, ଯୁବ ଛାତ୍ରଙ୍କ ସହିତ […] The post ‘ସମୀରଙ୍କୁ ଟିକେଟ ନ ହେଲେ ଦଳ ଛାଡ଼ିବୁ’ appeared first on Dharitri Odia News.

‘ସମୀରଙ୍କୁ ଟିକେଟ ନ ହେଲେ ଦଳ ଛାଡ଼ିବୁ’

ଗୋପ,୧୩ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ନିର୍ବାଚନମଣ୍ଡଳୀରେ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ନ ମିଳିଲେ ଦଳୀୟ ନେତୃତ୍ୱ ଓ କର୍ମୀମାନେ ଦଳ ଛାଡ଼ିବେ ବୋଲି ଶୁକ୍ରବାର ଚେତାବନୀ ଦେଇଛନ୍ତି। ଏକ ପ୍ରତିନିଧି ଦଳ ଏହି ଦସ୍ତଖତ ସମ୍ବଳିତ ଦାବିପତ୍ର ନେଇ ଶନିବାର ନବୀନ ନିବାସକୁ ଯିବ ବୋଲି ସୂଚନା ମିଳିଛି। ପ୍ରକାଶ ଯେ, ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଥିବା ଗୋପ ବ୍ଲକର ୧୪ଟି ପଞ୍ଚାୟତର ଜିଲାପରିଷଦ, ସରପଞ୍ଚ, ସମିତି ସଭ୍ୟାସଭ୍ୟ, ପଞ୍ଚାୟତ ସଭାପତି, ଯୁବ ଛାତ୍ରଙ୍କ ସହିତ ଅନ୍ୟ ନେତୃତ୍ୱମାନଙ୍କୁ ନେଇ ଗୋପ ବ୍ଲକ ବିଜେଡି କାର୍ଯ୍ୟାଳୟଠାରେ ଏକ ବୈଠକ କରାଯାଇଥିଲା। ଏହି ୧୪ଟି ପଞ୍ଚାୟତର ନିର୍ବାଚନ ଦାୟିତ୍ୱରେ ଥିବା ତଥା ନିମାପଡ଼ା ନଗର ସଭାପତି ଜୀବନାନନ୍ଦ ମହାପାତ୍ରଙ୍କ ସଭାପତିତ୍ୱରେ ବୈଠକ ବସିଥିଲା। ଏଥିରେ ଶତାଧିକ ବିଜେଡି ନେତୃତ୍ୱ ଯୋଗଦେଇଥିଲେ। ବୈଠକ ଆରମ୍ଭରୁ ସମୀରଙ୍କୁ କାହିଁକି ଟିକେଟ ମିଳିବନି ବୋଲି ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲା। ସମସ୍ତ ନେତୃତ୍ୱଙ୍କ ମତାମତ ସଂଗ୍ରହ ପରେ ଚଳିତ ସାଧାରଣ ନିର୍ବାଚନରେ ଯଦି ସମୀରଙ୍କୁ ଦଳୀୟ ଟିକେଟରୁ ବଞ୍ଚତ୍ତ କରାଯାଏ ତା’ହେଲେ ଆମେ ଓ ଆମ କର୍ମୀମାନେ ଦଳ ପରିବର୍ତ୍ତନ କରିବୁ ବୋଲି ରୋକ୍‌ଠୋକ୍‌ କହିଥିଲେ। ସେହି ଅନୁଯାୟୀ ଏକ ଦାବିପତ୍ର ପ୍ରସ୍ତୁତ କରାଯାଇଥିଲା। ୨ଘଣ୍ଟା ଧରି ଏହି ବୈଠକ ଚାଲିଥିବା ବେଳେ ୫ ଜଣିଆ ଟିମ୍‌ ଗଠନ କରାଯିବା ସହ ଏହି କମିଟି ନବୀନ ନିବାସ ଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା।
ଏହି ବୈଠକ ସମ୍ପର୍କରେ ଗୋପ ବିଜେଡି ସଭାପତି ମଧୁସୂଦନ ପାଇକରାୟଙ୍କୁ ପଚାରିବାରେ କହିଛନ୍ତି, ନବୀନ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଗାଁ ଗାଁରେ ପହଞ୍ଚାଉଥିବା ଆମ ବିଧାୟକଙ୍କୁ କାହିଁକି ଟିକେଟ ଦିଆଯିବ ନାହିଁ। ଯଦି ଦଳ ଆଉ କାହାକୁ ପ୍ରାର୍ଥୀ କରେ ଆମେ ସିଧାସଳଖ ବିରୋଧ କରିବୁ ଏବଂ ଆମ କମିଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ଦେବା ସହ ଦାବି ଜଣାଇବ। ଅପରପକ୍ଷେ ବିଧାୟକ ଦାଶ କହିଛନ୍ତି, ସେମିତି କିଛି ଖବର ନାହିଁ। ତେବେ ମୁଁ ଦଳର ଜଣେ ଶୃଙ୍ଖଳିତ କର୍ମୀ। ଦଳୀୟ ନିଷ୍ପତ୍ତି ଅନୁସାରେ କାମ କରିଥାଏ। ନିମାପଡ଼ା ନିର୍ବାଚନମଣ୍ଡଳୀରେ ମୁଁ ଲଗାତର ଭାବେ ତିନିଥର ଭାଜପା ପ୍ରାର୍ଥୀଙ୍କୁ ପରାଜିତ କରିଛି।

The post ‘ସମୀରଙ୍କୁ ଟିକେଟ ନ ହେଲେ ଦଳ ଛାଡ଼ିବୁ’ appeared first on Dharitri Odia News.