ଅଭିଯୋଗ ପ୍ରକୋଷ୍ଠରେ CMଙ୍କ ପ୍ରଥମ ଶୁଣାଣି, ଭୂମିହୀନଙ୍କୁ ଜାଗା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର ୧/୭: ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପ୍ରଥମ ଶୁଣାଣି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମେ କେନ୍ଦୁଝର ଆନନ୍ଦପୁରରୁ ଆସିଥିବା ଅଭିଯୋଗ ଶୁଣିଥିଲେ ମୁଖ୍ୟମନ୍ତ୍ରୀ । ଆଉ ପ୍ରଥମ ଶୁଣାଣିରେ ଅଭିଯୋଗ ନେଇ ଆସିଥିବା ଭୂମିହୀନ ବୃଦ୍ଧଙ୍କୁ ଜାଗା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗ ଶୁଣାଣି ପରେ ସେ ବୃଦ୍ଧ ଜଣକ କହିଛନ୍ତି ୧୫ ବର୍ଷ ଭିତରେ ଜାଗା ପାଇବାକୁ ଅନେକ ଥର ଜିଲ୍ଲାପାଳଙ୍କୁ ଗୁହାରି କରିଛି । ହେଲେ କେହି ଦୁଃଖ ବୁଝିନାହାନ୍ତି ।ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବେଶ କିଛି ସମୟ ଧରି କଥା ହେବା ପରେ ଜାଗା ମିଳିବାର ଆଶା ବଢିଛି । ଆଗାମୀ ମାସେ କି ଦୁଇ ମାସ ମଧ୍ୟରେ ଜାଗା ମିଳିବାର ପ୍ରତିଶୃତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସଂପୃକ୍ତ ବ୍ୟକ୍ତିଙ୍କ ଅଭିଯୋଗ ଶୁଣିବା ମାତ୍ରେ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । 

ଅଭିଯୋଗ ପ୍ରକୋଷ୍ଠରେ CMଙ୍କ ପ୍ରଥମ ଶୁଣାଣି, ଭୂମିହୀନଙ୍କୁ ଜାଗା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର ୧/୭: ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପ୍ରଥମ ଶୁଣାଣି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମେ କେନ୍ଦୁଝର ଆନନ୍ଦପୁରରୁ ଆସିଥିବା ଅଭିଯୋଗ ଶୁଣିଥିଲେ ମୁଖ୍ୟମନ୍ତ୍ରୀ । ଆଉ ପ୍ରଥମ ଶୁଣାଣିରେ ଅଭିଯୋଗ ନେଇ ଆସିଥିବା ଭୂମିହୀନ ବୃଦ୍ଧଙ୍କୁ ଜାଗା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗ ଶୁଣାଣି ପରେ ସେ ବୃଦ୍ଧ ଜଣକ କହିଛନ୍ତି ୧୫ ବର୍ଷ ଭିତରେ ଜାଗା ପାଇବାକୁ ଅନେକ ଥର ଜିଲ୍ଲାପାଳଙ୍କୁ ଗୁହାରି କରିଛି । ହେଲେ କେହି ଦୁଃଖ ବୁଝିନାହାନ୍ତି ।

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବେଶ କିଛି ସମୟ ଧରି କଥା ହେବା ପରେ ଜାଗା ମିଳିବାର ଆଶା ବଢିଛି । ଆଗାମୀ ମାସେ କି ଦୁଇ ମାସ ମଧ୍ୟରେ ଜାଗା ମିଳିବାର ପ୍ରତିଶୃତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସଂପୃକ୍ତ ବ୍ୟକ୍ତିଙ୍କ ଅଭିଯୋଗ ଶୁଣିବା ମାତ୍ରେ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।