ଅପରାହ୍ନରୁ ଘରୁ ଯାଇ ଆଉ ଫେରି ନ ଥିଲେ ନାବାଳିକା, ସକାଳୁ ଝୁଲନ୍ତା ଅବସ୍ଥାରେ ମିିଳିଲା ମୃତଦେହ

ବଣାଇଁ,୨୭ା୧(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ କୋଇଡ଼ା ଥାନାର ଭଞ୍ଜପାଲି ଜଙ୍ଗଲରୁ ସୋମବାର ଜଣେ ୧୬ ବର୍ଷୀୟା ନାବାଳିକାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ନାବାଳିକା ଜଣକ ଭଞ୍ଜପାଲୀ ଗ୍ରାମର ସାଧୁ ସିଂଙ୍କ ବଡ଼ ଝିଅ ଲିପି। ଶନିବାର ଅପରାହ୍ନରୁ ଲିପି କୁଆଡ଼େ ଯାଇଥିଲେ ମଧ୍ୟ ଘରକୁ ରାତିରେ ଫେରି ନଥିଲେ। ପରିବାର ଲୋକଙ୍କ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ପତ୍ତା ମିଳି ନ ଥିଲା। ତେବେ ଆଜି ସକାଳୁ କାଠ ପାଇଁ ଜଙ୍ଗଲକୁ […] The post ଅପରାହ୍ନରୁ ଘରୁ ଯାଇ ଆଉ ଫେରି ନ ଥିଲେ ନାବାଳିକା, ସକାଳୁ ଝୁଲନ୍ତା ଅବସ୍ଥାରେ ମିିଳିଲା ମୃତଦେହ appeared first on Dharitri Odia News.

ଅପରାହ୍ନରୁ ଘରୁ ଯାଇ ଆଉ ଫେରି ନ ଥିଲେ ନାବାଳିକା, ସକାଳୁ ଝୁଲନ୍ତା ଅବସ୍ଥାରେ ମିିଳିଲା ମୃତଦେହ

ବଣାଇଁ,୨୭ା୧(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ କୋଇଡ଼ା ଥାନାର ଭଞ୍ଜପାଲି ଜଙ୍ଗଲରୁ ସୋମବାର ଜଣେ ୧୬ ବର୍ଷୀୟା ନାବାଳିକାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ନାବାଳିକା ଜଣକ ଭଞ୍ଜପାଲୀ ଗ୍ରାମର ସାଧୁ ସିଂଙ୍କ ବଡ଼ ଝିଅ ଲିପି। ଶନିବାର ଅପରାହ୍ନରୁ ଲିପି କୁଆଡ଼େ ଯାଇଥିଲେ ମଧ୍ୟ ଘରକୁ ରାତିରେ ଫେରି ନଥିଲେ। ପରିବାର ଲୋକଙ୍କ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ପତ୍ତା ମିଳି ନ ଥିଲା। ତେବେ ଆଜି ସକାଳୁ କାଠ ପାଇଁ ଜଙ୍ଗଲକୁ ଯାଉଥିବା ସ୍ଥାନୀୟ ଲୋକେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ।

ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ଆତ୍ମହତ୍ୟା ନା ହତ୍ୟା ତାହା ସନ୍ଦେହଘେରରେ ରହିଛି। କାରଣ ପାରିପାର୍ଶ୍ୱିକ ସ୍ଥିତିରୁ ଏହା ହତ୍ୟା ବୋଲି ସନ୍ଦେହ ଉପୁଜିଛି। ମୃତଦେହଟି ଗଛରୁ ଝୁଲିଥିବାବେଳେ ତଳେ ବସିବା ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଅନୁମାନ କରାଯାଉଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କୋଇଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ତଦନ୍ତ ଜାରି ରଖିଛି। ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

The post ଅପରାହ୍ନରୁ ଘରୁ ଯାଇ ଆଉ ଫେରି ନ ଥିଲେ ନାବାଳିକା, ସକାଳୁ ଝୁଲନ୍ତା ଅବସ୍ଥାରେ ମିିଳିଲା ମୃତଦେହ appeared first on Dharitri Odia News.