Parliament Winter Session: ୮୪ କୋଟି ଟଙ୍କା ନଷ୍ଟ! ୨୦ଦିନରେ ଏତେ ହୋଇଛି କ୍ଷତି

ନୂଆଦିଲ୍ଲୀ,୨୧।୧୨: ସଂସଦର ଉଭୟ ଗୃହ, ଲୋକ ସଭା ଏବଂ ରାଜ୍ୟ ସଭାକୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ସଂସଦର ଚଳିତ ଶୀତକାଳୀନ ଅଧିବେଶନରେ ୨୦ଟି କାର୍ଯ୍ୟକାଳ ଥିଲା। ହୋ ହଲ୍ଲା ହଙ୍ଗାମା ଭିତରେ ସଂସଦର କାର୍ଯ୍ୟ ପ୍ରକ୍ରିୟା ଶେଷ ହୋଇଥିଲା। ଚଳିତ ଥର ସବୁଠୁ ଚର୍ଚ୍ଚାରେ ଥିଲା ସଂସଦ ବାହାରେ ଧସ୍ତାଧସ୍ତି। ସଂସଦ ହାଇଡ୍ରାମାକୁ ନେଇ ଜାତୀୟ ରାଜନୀତିରେ ମଧ୍ୟ ହଲଚଲ ଦେଖିବାକୁ ମିଳିଥିଲା। ଏଭଳି ପରିସ୍ଥିତିରେ ସମଗ୍ର ଶୀତ ଅଧିବେଶନରେ କେତେ ବିଲ ପାସ […] The post Parliament Winter Session: ୮୪ କୋଟି ଟଙ୍କା ନଷ୍ଟ! ୨୦ଦିନରେ ଏତେ ହୋଇଛି କ୍ଷତି appeared first on Dharitri Odia News.

Parliament Winter Session: ୮୪ କୋଟି ଟଙ୍କା ନଷ୍ଟ! ୨୦ଦିନରେ ଏତେ ହୋଇଛି କ୍ଷତି

ନୂଆଦିଲ୍ଲୀ,୨୧।୧୨: ସଂସଦର ଉଭୟ ଗୃହ, ଲୋକ ସଭା ଏବଂ ରାଜ୍ୟ ସଭାକୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ସଂସଦର ଚଳିତ ଶୀତକାଳୀନ ଅଧିବେଶନରେ ୨୦ଟି କାର୍ଯ୍ୟକାଳ ଥିଲା। ହୋ ହଲ୍ଲା ହଙ୍ଗାମା ଭିତରେ ସଂସଦର କାର୍ଯ୍ୟ ପ୍ରକ୍ରିୟା ଶେଷ ହୋଇଥିଲା। ଚଳିତ ଥର ସବୁଠୁ ଚର୍ଚ୍ଚାରେ ଥିଲା ସଂସଦ ବାହାରେ ଧସ୍ତାଧସ୍ତି। ସଂସଦ ହାଇଡ୍ରାମାକୁ ନେଇ ଜାତୀୟ ରାଜନୀତିରେ ମଧ୍ୟ ହଲଚଲ ଦେଖିବାକୁ ମିଳିଥିଲା। ଏଭଳି ପରିସ୍ଥିତିରେ ସମଗ୍ର ଶୀତ ଅଧିବେଶନରେ କେତେ ବିଲ ପାସ ହୋଇଛି ଏବଂ ଜନସାଧାରଣଙ୍କ ମୁଦ୍ଦାକୁ ନେଇ କେତେ ଆଲୋଚନା ହୋଇଛି ତାହା ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସଂସଦରେ ପୂରା ଅଧିବେଶନରେ କେବଳ ଉତ୍ତେଜନା ଏବଂ ବିରୋଧ ପ୍ରଦର୍ଶନର ସାକ୍ଷୀ ରହିଥିଲା। କିନ୍ତୁ ଅଧିବେଶନରେ ମୁଦ୍ରାସ୍ଫୀତି, ବେକାରୀ, କୃଷକ ତଥା ଦେଶର ସୁରକ୍ଷା ଭଳି ଜନସାଧାରଣଙ୍କ ପ୍ରସଙ୍ଗ ଆଲୋଚନା କରିବାର ଆବଶ୍ୟକତା ରହିଥିଲା। ଏଥର ସଂସଦରେ ଆଦାନୀ, ଜର୍ଜ ସୋରାସ, ନେହେରୁ ଏବଂ ଆମ୍ବେଦକରଙ୍କ ପ୍ରସଙ୍ଗ ଶୀତ ଅଧିବେଶନକୁ ଉଷ୍ମ କରାଇଥିଲା।

ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସଂସଦରେ ୨୦ଦିନ ଧରି ଅଧିବେଶନ ଚାଲି ନ ପାରିବାରୁ ଆନୁମାନିକ ୮୪ କୋଟି ଟଙ୍କା ନଷ୍ଟ ହୋଇଛି। ଏହିି ଟଙ୍କା ଆମ ଟ୍ୟାକ୍ସରୁ ସଂଗୃହିତ ହୋଇଥାଏ। ସଂସଦର କାର୍ଯ୍ୟକାଳ ପାଇଁ ପ୍ରତି ମିନିଟରେ ପ୍ରାୟ ୨.୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଯଦି ଲୋକ ସଭା ଏବଂ ରାଜ୍ୟ ସଭାରେ କାର୍ଯ୍ୟକଳା ଗଣାଯାଏ, ତେବେ ଲୋକ ସଭାରେ ୬୧ ଘଣ୍ଟା ୫୫ ମିନିଟ ଏବଂ ରାଜ୍ୟ ସଭାରେ ୪୩ ଘଣ୍ଟା ୩୯ ମିନିଟ କାର୍ଯ୍ୟ କରାଯାଇଥିଲା। ଲୋକ ସଭାରେ ୨୦ଟି ଏବଂ ରାଜ୍ୟ ସଭାରେ ୧୯ଟି ବୈଠକ ହୋଇଥିଲା।

The post Parliament Winter Session: ୮୪ କୋଟି ଟଙ୍କା ନଷ୍ଟ! ୨୦ଦିନରେ ଏତେ ହୋଇଛି କ୍ଷତି appeared first on Dharitri Odia News.