ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ
ପ୍ରକୃତିର ଅନନ୍ୟ ଉପହାର ହେଉଛି ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳକୁ ବର୍ଷ ସାରା ଲୋକଙ୍କ ସୁଅ ଛୁଟେ। ପ୍ରଧାନପାଟର ସବୁଜିମା ପରିବେଶ ଏବଂ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ କଳରବ ପ୍ରକୃତିପ୍ରେମୀଙ୍କୁ ନିଆରା ଆନନ୍ଦ ଦେଇଥାଏ। ଶାଳ ଗଛ ଘେରା ଜଙ୍ଗଲ ଭିତରେ ଅବସ୍ଥିତ ପ୍ରଧାନପାଟ ଜଳପ୍ରପାତ ପାଦଦେଶରେ ରହିଛି ମା’ ପଧାନୀଙ୍କ ମନ୍ଦିର ଓ ବଣଭୋଜି ସ୍ଥାନ। ପର୍ଯ୍ୟଟକଙ୍କ ରହଣି ପାଇଁ ରହିଛି ଦୁଇଟି […] The post ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ appeared first on Dharitri Odia News.
ପ୍ରକୃତିର ଅନନ୍ୟ ଉପହାର ହେଉଛି ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳକୁ ବର୍ଷ ସାରା ଲୋକଙ୍କ ସୁଅ ଛୁଟେ। ପ୍ରଧାନପାଟର ସବୁଜିମା
ପରିବେଶ ଏବଂ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ କଳରବ ପ୍ରକୃତିପ୍ରେମୀଙ୍କୁ ନିଆରା ଆନନ୍ଦ ଦେଇଥାଏ। ଶାଳ ଗଛ ଘେରା ଜଙ୍ଗଲ ଭିତରେ ଅବସ୍ଥିତ ପ୍ରଧାନପାଟ ଜଳପ୍ରପାତ ପାଦଦେଶରେ ରହିଛି ମା’ ପଧାନୀଙ୍କ ମନ୍ଦିର ଓ ବଣଭୋଜି ସ୍ଥାନ। ପର୍ଯ୍ୟଟକଙ୍କ ରହଣି ପାଇଁ ରହିଛି ଦୁଇଟି ଡାକବଙ୍ଗଳା ବସନ୍ତ ନିବାସ ଓ ଲଲିତ ବସନ୍ତ ଏବଂ ପୌର ପରିଷଦ ଦ୍ୱାରା ପରିଚାଳିତ ଅତିଥି ନିବାସ। ପିଲାମାନଙ୍କ ମନୋରଞ୍ଜନ ପାଇଁ ଏଠାରେ
ଏକ ଶିଶୁ ଉଦ୍ୟାନ ମଧ୍ୟ ଅଛି। ସେଥିମଧ୍ୟରେ ରହିଛି ଚମ୍ପକେଶ୍ୱର ଶିବ ମନ୍ଦିର, ଶିରିଡି ସାଇ ମନ୍ଦିର ଓ ଗିରିଗୋବର୍ଦ୍ଧନ ମନ୍ଦିର।
The post ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ appeared first on Dharitri Odia News.