ଭରା ନଦୀ ପାର ହୋଇ ଗାଁରେ ପହଞ୍ଚି ଲୋକଙ୍କ କଥା ଶୁଣିଲେ ବିଧାୟକ

ଚିତ୍ରକୋଣ୍ଡା/ମାଲକାନଗିରି,୨୩।୯: ମାଲକାନଗିରି ଜିଲା ଅପହଞ୍ଚ ଗଜିଆଗୁଡ଼ା ଗାଁରେ ସୋମବାର ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଛନ୍ତି ଚିତ୍ରକୋଣ୍ଡା କଂଗ୍ରେସ ବିଧାୟକ ମଙ୍ଗୁ ଖିଲ। ମିଳିଥିବା ସୂଚନା ମୁତାବକ, ଲୋକଙ୍କ କଥା ଶୁଣିବାକୁ ବିଧାୟକ ଖିଲ ତାଙ୍କ କିଛି ସମର୍ଥକ ଏକ ଦେଶୀ ଡଙ୍ଗାରେ ଭରା ନଦୀ ପାର ହୋଇ ଗଜିଆଗୁଡ଼ା ଗାଁରେ ପହଞ୍ଚିଲେ। ଗ୍ରାମବାସୀ ବିଧାୟକଙ୍କୁ ସ୍ବାଗତ କରି ଗାଁ ଭିତରକୁ ପାଛୋଟି ନେଇଥିଲେ। ଏହି ଅବସରରେ ବିଧାୟକ ଖିଲ ଗ୍ରାମବାସୀଙ୍କୁ ଭେଟି ବିଭିନ୍ନ ସମସ୍ୟା ଏବଂ ଏହାର […] The post ଭରା ନଦୀ ପାର ହୋଇ ଗାଁରେ ପହଞ୍ଚି ଲୋକଙ୍କ କଥା ଶୁଣିଲେ ବିଧାୟକ appeared first on Dharitri Odia News.

ଭରା ନଦୀ ପାର ହୋଇ ଗାଁରେ ପହଞ୍ଚି ଲୋକଙ୍କ କଥା ଶୁଣିଲେ ବିଧାୟକ

ଚିତ୍ରକୋଣ୍ଡା/ମାଲକାନଗିରି,୨୩।୯: ମାଲକାନଗିରି ଜିଲା ଅପହଞ୍ଚ ଗଜିଆଗୁଡ଼ା ଗାଁରେ ସୋମବାର ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଛନ୍ତି ଚିତ୍ରକୋଣ୍ଡା କଂଗ୍ରେସ ବିଧାୟକ ମଙ୍ଗୁ ଖିଲ। ମିଳିଥିବା ସୂଚନା ମୁତାବକ, ଲୋକଙ୍କ କଥା ଶୁଣିବାକୁ ବିଧାୟକ ଖିଲ ତାଙ୍କ କିଛି ସମର୍ଥକ ଏକ ଦେଶୀ ଡଙ୍ଗାରେ ଭରା ନଦୀ ପାର ହୋଇ ଗଜିଆଗୁଡ଼ା ଗାଁରେ ପହଞ୍ଚିଲେ।

ଗ୍ରାମବାସୀ ବିଧାୟକଙ୍କୁ ସ୍ବାଗତ କରି ଗାଁ ଭିତରକୁ ପାଛୋଟି ନେଇଥିଲେ। ଏହି ଅବସରରେ ବିଧାୟକ ଖିଲ ଗ୍ରାମବାସୀଙ୍କୁ ଭେଟି ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ ନେଇ ଆଲୋଚନା କରିଥିଲେ। ଏପରିକି ଖୁବ ଶୀର୍ଘ ସମସ୍ୟାଗୁଡିକର ସମାଧାନ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ବିଧାୟକଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଇଛି।

The post ଭରା ନଦୀ ପାର ହୋଇ ଗାଁରେ ପହଞ୍ଚି ଲୋକଙ୍କ କଥା ଶୁଣିଲେ ବିଧାୟକ appeared first on Dharitri Odia News.