ବିନା ମଙ୍ଗୁଆଳରେ ପିସିସି: ଦକ୍ଷ ନେତା ଖୋଜୁଛି…

ଭୁବନେଶ୍ୱର,୨୫।୮(ଅନିଲ ଦାସ):ମାସେରୁ ଊର୍ଦ୍ଧ୍ୱ ହେବ ରାଜ୍ୟ କଂଗ୍ରେସ ବିନା ମୁଖିଆରେ ଚାଲିଛି। ୨୦୨୪ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଜୁଲାଇ ୨୧ରେ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପ୍ରଦେଶ କଂଗ୍ରେସ କମିଟି (ପିସିସି)କୁ ଭାଙ୍ଗି ଦେଇଥିଲା। ଏହାପରେ ଶରତ ପଟ୍ଟନାୟକ ପିସିସି ସଭାପତି ପଦ ମଧ୍ୟ ଛାଡ଼ି ଦେଇଥିଲେ। ସେବେଠାରୁ ରାଜ୍ୟ କଂଗ୍ରେସରେ ସଭାପତି ପଦ ଖାଲି ରହିଛି। ରାଜ୍ୟ କଂଗ୍ରେସର ମଙ୍ଗ କିଏ ଧରିବେ ସେ ନେଇ କଂଗ୍ରେସ ମହଲରେ ଚର୍ଚ୍ଚା ଜୋର୍‌ […] The post ବିନା ମଙ୍ଗୁଆଳରେ ପିସିସି: ଦକ୍ଷ ନେତା ଖୋଜୁଛି… appeared first on Dharitri Odia News.

ବିନା ମଙ୍ଗୁଆଳରେ ପିସିସି: ଦକ୍ଷ ନେତା ଖୋଜୁଛି…

ଭୁବନେଶ୍ୱର,୨୫।୮(ଅନିଲ ଦାସ):ମାସେରୁ ଊର୍ଦ୍ଧ୍ୱ ହେବ ରାଜ୍ୟ କଂଗ୍ରେସ ବିନା ମୁଖିଆରେ ଚାଲିଛି। ୨୦୨୪ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଜୁଲାଇ ୨୧ରେ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପ୍ରଦେଶ କଂଗ୍ରେସ କମିଟି (ପିସିସି)କୁ ଭାଙ୍ଗି ଦେଇଥିଲା। ଏହାପରେ ଶରତ ପଟ୍ଟନାୟକ ପିସିସି ସଭାପତି ପଦ ମଧ୍ୟ ଛାଡ଼ି ଦେଇଥିଲେ। ସେବେଠାରୁ ରାଜ୍ୟ କଂଗ୍ରେସରେ ସଭାପତି ପଦ ଖାଲି ରହିଛି।
ରାଜ୍ୟ କଂଗ୍ରେସର ମଙ୍ଗ କିଏ ଧରିବେ ସେ ନେଇ କଂଗ୍ରେସ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ସଭାପତି ଦୌଡ଼ରେ ଆଗରେ ଥିବା କୁହାଯାଉଛି।
ଓଡ଼ିଶାରେ ଦୁଃସ୍ଥିତିରେ ଥିବା କଂଗ୍ରେସକୁ ଯିଏ ବଳ ଯୋଗାଇ ଆଗକୁ ନେଇ ପାରିବେ ସେଭଳି ଚେହେରା ଏଆଇସିସି ଖୋଜୁଛି। ଯଦିଓ ଓଡ଼ିଶା କଂଗ୍ରେସ ସଭାପତି ଖୋଜିବାକୁ ଅଗଷ୍ଟ ୨୨ ତାରିଖରେ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ନେତୃତ୍ୱରେ ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ବସିଥିଲା, ହେଲେ ସେଥିରେ ମଧ୍ୟ କାହା ନାଁରେ ମୋହର ବାଜିପାରି ନ ଥିବା ଜଣାପଡ଼ିଛି। ଷ୍ଟିୟରିଂ କମିଟିର ସଦସ୍ୟ ତଥା ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, କମିଟି ଆଗେ ଜିଲାକୁ ଜିଲା ଗସ୍ତ କରିବ। ସେଠିକାର ସଭାପତି, ପୂର୍ବତନ ସଭାପତି, ବିଧାୟକ ଓ ବ୍ଲକ ସଭାପତିଙ୍କ ମତ ନିଆଯିବ। ସେଠୁ ଯାହା ନାଁରେ ସହମତି ଆସିବ ତାହାକୁ ଏଆଇସିସିକୁ ପଠାଯିବ। ପିସିସି ସଭାପତି ପଦ ପାଇଁ ଚର୍ଚ୍ଚାରେ ଥିବା ପ୍ରଶ୍ନରେ ମୋକିମ୍‌ କହିଛନ୍ତି, ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାହାକୁ ସେ ଠିକ୍‌ ଢଙ୍ଗରେ ତୁଲାଇବେ। ତେବେ ସବୁ ନିଷ୍ପତ୍ତି ଏଆଇସିସି ହାତରେ। ଜୟଦେବ କହିଛନ୍ତି, ସେ ସଭାପତି ରେସ୍‌ରେ ନାହାନ୍ତି। ଏଆଇସିସି ଜଣେ ସଚ୍ଚା କଂଗ୍ରେସ ଓ ଦକ୍ଷ ନେତାଙ୍କୁ ରାଜ୍ୟ କଂଗ୍ରେସ ମଙ୍ଗୁଆଳ ଦାୟିତ୍ୱ ଦେବ।
ଅନ୍ୟପକ୍ଷରେ ରାଜନୀତି ବିଶ୍ଳେଷକଙ୍କ ମତରେ କଂଗ୍ରେସ ଏବେ ଓଡ଼ିଶାରେ ଧୀରେ ଧୀରେ ମଜଭୁତ ହେବାରେ ଲାଗିଛି। ଦଳକୁ ସମ୍ଭାଳି ପାରୁଥିବା ନେତାଙ୍କ ଉପରେ ଏଆଇସିସି ମୋହର ମାରିପାରେ।

The post ବିନା ମଙ୍ଗୁଆଳରେ ପିସିସି: ଦକ୍ଷ ନେତା ଖୋଜୁଛି… appeared first on Dharitri Odia News.