ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ପକ୍ଷରୁ କ୍ଲିନଚିଟ୍, ହିନ୍ଦୁ ଦେବୀଦେବତାଙ୍କ ନାମରେ ମାଗି ନାହାନ୍ତି ଭୋଟ୍
ନୂଆଦିଲ୍ଲୀ,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ଦ୍ୱାରା କ୍ଲିନଚିଟ୍। ମୋଦିଙ୍କ ନାମରେ ହିନ୍ଦୁ ଦେବୀଦେବତାଙ୍କ ନାଁରେ ଭୋଟ ମାଗୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ଗୁରୁବାର କ୍ଲିନଚିଟ୍ ଦେଇଛନ୍ତି ନିର୍ବାଚନ କମିଶନର। ପିଲଭିତର ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ମୋଦି ଅଯୋଧ୍ୟାର ରାମ ମନ୍ଦିର ଓ କରତାରପୁର କରିଡର ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହାକୁ ନେଇ ସୁପ୍ରିମକୋର୍ଟର ଜଣେ ଆଇନଜୀବୀ ମୋଦିଙ୍କ ବିରୋଧରେ ଆକ୍ସଲନ ନେବାକୁ ନିର୍ବାଚନ କମିଶନରଙ୍କ ପାଖରେ ଆଗ୍ରାହ୍ୟ କରିଥିଲେ। ହେଲେ ଇସି […] The post ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ପକ୍ଷରୁ କ୍ଲିନଚିଟ୍, ହିନ୍ଦୁ ଦେବୀଦେବତାଙ୍କ ନାମରେ ମାଗି ନାହାନ୍ତି ଭୋଟ୍ appeared first on Dharitri Odia News.
ନୂଆଦିଲ୍ଲୀ,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ଦ୍ୱାରା କ୍ଲିନଚିଟ୍। ମୋଦିଙ୍କ ନାମରେ ହିନ୍ଦୁ ଦେବୀଦେବତାଙ୍କ ନାଁରେ ଭୋଟ ମାଗୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ଗୁରୁବାର କ୍ଲିନଚିଟ୍ ଦେଇଛନ୍ତି ନିର୍ବାଚନ କମିଶନର।
ପିଲଭିତର ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ମୋଦି ଅଯୋଧ୍ୟାର ରାମ ମନ୍ଦିର ଓ କରତାରପୁର କରିଡର ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହାକୁ ନେଇ ସୁପ୍ରିମକୋର୍ଟର ଜଣେ ଆଇନଜୀବୀ ମୋଦିଙ୍କ ବିରୋଧରେ ଆକ୍ସଲନ ନେବାକୁ ନିର୍ବାଚନ କମିଶନରଙ୍କ ପାଖରେ ଆଗ୍ରାହ୍ୟ କରିଥିଲେ। ହେଲେ ଇସି ପ୍ରଧାନମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେଇଛନ୍ତି।
ଇସିଙ୍କ ଅନୁସାରେ, ମୋଦିଙ୍କ ଦ୍ୱାରା କୌଣସି ଆଚାର ସହିଂତା ଉଲ୍ଲଘନ ହୋଇନାହିଁ। ସେ କେବଳ ତାଙ୍କ ସରକାରୀ ଉପଲବ୍ଧି ଲୋକଙ୍କୁ ଜଣାଉଥିଲେ। ଏହାକୁ ଧର୍ମ ନାଁରେ ଭୋଟ ମାଗିବା କୁହାଯିବ ନାହିଁ। ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟ ଓକିଲ ଆନନ୍ଦ ଏସ ନିର୍ବାଚନ କମିଶନରଙ୍କ ନିକଟରେ ଏପ୍ରିଲ ୯ ତାରିଖରେ ଏହି ଅଭିଯୋଗ କରିଥିଲେ । ଯାହା ଉପରେ ଇସି ମୋଦିଙ୍କୁ କ୍ଲିନଚିଟ ପ୍ରଦାନ କରିଛନ୍ତି ।
The post ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ପକ୍ଷରୁ କ୍ଲିନଚିଟ୍, ହିନ୍ଦୁ ଦେବୀଦେବତାଙ୍କ ନାମରେ ମାଗି ନାହାନ୍ତି ଭୋଟ୍ appeared first on Dharitri Odia News.