ତେଜିଲା ବିକ୍ଷୋଭ, ଦାବି ପୂରଣ ନ ହେଲେ…
“ଯାଜପୁର ରୋଡ- ଧାମରା ରେଳପଥ ସଂଗ୍ରାମ ସମିତି” ଓ “ଭଦ୍ରକ- ଧାମରା ରେଳ ସଂଗ୍ରାମ ସମିତି” ପକ୍ଷରୁ ଧାମରାରେ ବିକ୍ଷୋଭ ଓ ସଭା : ଚାନ୍ଦବାଲି, ୧୧। ୨( ଅଶୋକ ପଣ୍ଡା ): ଯାଜପୁର ରୋଡ- ଧାମରା ରେଳପଥକୁ ସରକାରୀ ମଞ୍ଜୁରୀ ଓ ବ୍ୟୟ ବରାଦ, ଭଦ୍ରକ- ଧାମରା ରେଳପଥରେ ସରକାରୀ ଯାତ୍ରୀବାହୀ ରେଳଗାଡି ଚଳାଚଳ ଦାବିରେ ଯାଜପୁର ରୋଡ- ଧାମରା ରେଳପଥ ସଂଗ୍ରାମ ସମିତି ଓ ଭଦ୍ରକ- ଧାମରା ରେଳ ସଂଗ୍ରାମ ସମିତି ପକ୍ଷରୁ ଧାମରା […] The post ତେଜିଲା ବିକ୍ଷୋଭ, ଦାବି ପୂରଣ ନ ହେଲେ… appeared first on Dharitri Odia News.
“ଯାଜପୁର ରୋଡ- ଧାମରା ରେଳପଥ ସଂଗ୍ରାମ ସମିତି” ଓ “ଭଦ୍ରକ- ଧାମରା ରେଳ ସଂଗ୍ରାମ ସମିତି” ପକ୍ଷରୁ ଧାମରାରେ ବିକ୍ଷୋଭ ଓ ସଭା :
ଚାନ୍ଦବାଲି, ୧୧। ୨( ଅଶୋକ ପଣ୍ଡା ): ଯାଜପୁର ରୋଡ- ଧାମରା ରେଳପଥକୁ ସରକାରୀ ମଞ୍ଜୁରୀ ଓ ବ୍ୟୟ ବରାଦ, ଭଦ୍ରକ- ଧାମରା ରେଳପଥରେ ସରକାରୀ ଯାତ୍ରୀବାହୀ ରେଳଗାଡି ଚଳାଚଳ ଦାବିରେ ଯାଜପୁର ରୋଡ- ଧାମରା ରେଳପଥ ସଂଗ୍ରାମ ସମିତି ଓ ଭଦ୍ରକ- ଧାମରା ରେଳ ସଂଗ୍ରାମ ସମିତି ପକ୍ଷରୁ ଧାମରା ବନ୍ଦର ମୁଖ୍ୟ ଫାଟକ ସମ୍ମୁଖରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ ଓ ସଭା ଅନୁଷ୍ଠିତ ହୋଇଛି ।
ଏହି ଆନ୍ଦୋଳନ କାର୍ଯ୍ୟକ୍ରମରେ ଭଦ୍ରକ- ଧାମରା ରେଳ ସଂଗ୍ରାମ ସମିତିର ସଭାପତି ତଥା ଯାଜପୁର ରୋଡ- ଧାମରା ରେଳପଥ ସଂଗ୍ରାମ ସମିତିର ସଭ୍ୟ ବିକାଶ ନାଥ, ଭଦ୍ରକ- ଧାମରା ରେଳ ସଂଗ୍ରାମ ସମିତି ସଂପାଦକ ହାକିମ ଦାସ, ଯାଜପୁର ରୋଡ- ଧାମରା ରେଳପଥ ସଂଗ୍ରାମ ସମିତିର ବରିଷ୍ଠ ସଭ୍ୟ କାର୍ତ୍ତିକ ଖିଲାର, ଗୌରାଙ୍ଗ ଯେନା, ମଳୟ ଭୋଇ, କାଳନ୍ଦୀ ଯତି, ଶଙ୍କର୍ଷଣ ବିଶ୍ବାଳ, ଘନଶ୍ୟାମ ଦାସ, ଦିବାକର ସେନାପତି, ଅଞ୍ଜନ ଦାସ, ଶ୍ରୀନାଥ ଦାସ, ବନ୍ଧନ ଦାସ, ବିପିନ ଦାସ, ବଂଶୀଧର ଯେନା, ସୁଶାନ୍ତ ଗାହାଣ, ତାରାକାନ୍ତ ସେଠୀ ପ୍ରମୁଖ ଏହି ଆନ୍ଦୋଳନ କାର୍ଯ୍ୟାକ୍ରମରେ ସାମିଲ ହୋଇ ଦାବି ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ଆନ୍ଦୋଳନ ମାଧ୍ୟମରେ ନିବେଦନ କରିଥିଲେ । ଯାତ୍ରୀବାହୀ ରେଳ ଚାଲିବା କଥା କହି ତତ୍କାଳୀନ ରାଜ୍ୟ ସରକାର ଭଦ୍ରକ- ଧାମରା ରେଳପଥ ପାଇଁ ଭଦ୍ରକ ଜିଲାବାସୀଙ୍କ ଠାରୁ ଶହଶହ ଏକର ଚାଷ ଜମି ଅଧିଗ୍ରହଣ କରିଥିଲେ ବି ଏପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ ନଚାଲିବା ପରିତାପର ବିଷୟ ଅଟେ । ସଂଗ୍ରାମ ସମିତି ପକ୍ଷରୁ ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଜାିଲାସ୍ଥିତ ଜନ୍ତର ମନ୍ତର ରୋଡରେ ମଧ୍ୟ ଆନ୍ଦୋଳନ ହୋଇଛି । ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ, ୨୦୨୫- ୨୬ ବଜେଟରେ ଯାଜପୁର -ରୋଡ ଧାମରା ରେଳପଥ ମଞ୍ଜୁରୀ ସହ ନିର୍ମାଣ ପାଇଁ ବ୍ୟୟବରାଦ ଓ ଭଦ୍ରକ- ଧାମରା ରେଳପଥରେ ଯାତ୍ରୀ ବାହୀ ରେଳ ଚଳାଚଳ ପାଇଁ ମଞ୍ଜୁରୀ ବ୍ୟବସ୍ଥା କରିବେ । କିନ୍ତୁ ଯାଜପୁର- ରୋଡ ଧାମରା ରେଳପଥ ପାଇଁ ମନ୍ତ୍ରୀସ୍ତରୀୟ କମିଟିକୁ ଆଲୋଚନା ପାଇଁ କେନ୍ଦ୍ର ସରକାର ସୁପାରିଶ କରିଥିଲେ ହେଁ ମଞ୍ଜୁରୀ ଦେଇନାହାନ୍ତି । ଉଭୟ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଭଦ୍ରକ ଜିଲାରେ ଜନଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଆନ୍ଦୋଳନକାରୀ ନେତୃତ୍ବ ଚେତାବନୀ ଦେଇଛନ୍ତି ।
The post ତେଜିଲା ବିକ୍ଷୋଭ, ଦାବି ପୂରଣ ନ ହେଲେ… appeared first on Dharitri Odia News.