ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ପରଲୋକ

ପାଟନା: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦୀଙ୍କର ଆଜି ୭୨ ବର୍ଷ ବୟସରେ ପରଲୋକ ଘଟିଛି। ସେ କର୍କଟ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସିତ ହେଉଥିଲେ। ୩ ଏପ୍ରିଲ୍ ୨୦୨୪ରେ, ଶ୍ରୀ ମୋଦୀ ନିଜର ସ୍ବାସ୍ଥ୍ୟ ସମ୍ପର୍କରେ ସାର୍ବଜନୀନ କରିଥିଲେ। ସେ ଗତ ୬ ମାସ ଧରି କ୍ୟାନସରରେ ପୀଡ଼ିତ ଥିବା ନେଇ ସୂଚନା ଦେଇଥିଲେ ଏବଂ ଅସୁସ୍ଥତା ପାଇଁ ସେ […]

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ପରଲୋକ

ପାଟନା: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦୀଙ୍କର ଆଜି ୭୨ ବର୍ଷ ବୟସରେ ପରଲୋକ ଘଟିଛି। ସେ କର୍କଟ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସିତ ହେଉଥିଲେ। ୩ ଏପ୍ରିଲ୍ ୨୦୨୪ରେ, ଶ୍ରୀ ମୋଦୀ ନିଜର ସ୍ବାସ୍ଥ୍ୟ ସମ୍ପର୍କରେ ସାର୍ବଜନୀନ କରିଥିଲେ। ସେ ଗତ ୬ ମାସ ଧରି କ୍ୟାନସରରେ ପୀଡ଼ିତ ଥିବା ନେଇ ସୂଚନା ଦେଇଥିଲେ ଏବଂ ଅସୁସ୍ଥତା ପାଇଁ ସେ ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ। ତେବେ ଗତ ମାସରେ ସେ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସୁଶୀଲଙ୍କ ମୃତ୍ୟୁ ସମ୍ପର୍କରେ ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏକ୍ସରେ ସୂଚନା ଦେଇଥିଲେ। ସେହିଭଳି ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ମଧ୍ୟ ସୁଶୀଲଙ୍କ ମୃତ୍ୟୁ ଘଟଣାରେ ଶୋକବ୍ୟକ୍ତ କରିବା ସହ ବିଜେପି ପାଇଁ ଏହା ଏକ ବଡ଼ କ୍ଷତି ବୋଲି କହିଛନ୍ତି । ଆସନ୍ତାକାଲି ସୁଶୀଲଙ୍କ ଶେଷସଂସ୍କାର ସମ୍ପନ୍ନ ହେବ। ତାଙ୍କ ମୃତଦେହଦିଲ୍ଲୀ ଏମ୍ସରୁ ପାଟନାର ରାଜେନ୍ଦ୍ରନଗର ବାସଭବନକୁ ଅଣାଯିବ ଓ ଅପରାହ୍ଣରେ ଶେଷକୃତ୍ୟ ସମ୍ପନ୍ନ ହେବ। ୧୧ ବର୍ଷରୁ ଊର୍ଦ୍ଧ୍ବ ବର୍ଷ ଧରି ସୁଶୀଲ କୁମାର ମୋଦୀ ୨୦୦୫ରୁ ୨୦୨୦ ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପମୁଖ୍ୟ ଥିଲେ। ସୁଶୀଲ କୁମାର ମୋଦୀଙ୍କ ମୃତ୍ୟୁ ଘଟଣାରେ ବହୁ ବରିଷ୍ଠ ନେତା ଶୋକ ପ୍ରକାଶ କରିଛନ୍ତି। ବରିଷ୍ଠ ବିଜେପି ନେତା ଅମିତ ଶାହ, ରାଜନାଥ ସିଂହ ଏବଂ ରବି ଶଙ୍କର ପ୍ରସାଦ ସୁଶୀଲ ମୋଦୀଙ୍କ ମୃତ୍ୟୁ ଘଟଣାରେ ଶୋକବ୍ୟକ୍ତ କରିଛନ୍ତି।