ବିଏଡ୍‌, ବିଏଚ୍‌ଏଡ୍‌, ଏମ୍‌ଏଡ୍‌ ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର, ୨୮।୫(ଅସମାପିକା ସାହୁ)- ୨୦୨୪-୨୫ ଶିକ୍ଷାବର୍ଷରେ ବିଏଡ୍‌, ବିଏଚ୍‌ଏଡ୍‌ ଏବଂ ଏମ୍‌ଏଡ୍‌ ନାମଲେଖା ପାଇଁ ବୁଧବାର ଠାରୁ ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ବୁଧବାର ଅପରାହ୍ନ ୨ଟାରୁ www.samsodisha.gov.in ଓ୍ବେବ୍‌ସାଇଟ୍‌ରେ ଆବେଦନଫର୍ମ ଉପଲବ୍ଧ ହେବ। ଛାତ୍ରୀଛାତ୍ରମାନେ ଜୁନ୍‌ ୧୦ ତାରିଖ ରାତି ୧୧ଟା ୪୫ମିନିଟ୍‌ ଭିତରେ ଆବେଦନ କରିପାରିବେ। ଫର୍ମରେ କିଛି ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଛାତ୍ରୀଛାତ୍ର ଜୁନ୍‌ ୧୧ ତାରିଖ ପୂର୍ବାହ୍ନ ୧୦ଟାରୁ ୧୧ଟା ୪୫ମିନିଟ୍‌ ଭିତରେ କରିପାରିବେ। ୧୫ତାରିଖ ପୂର୍ବାହ୍ନ […] The post ବିଏଡ୍‌, ବିଏଚ୍‌ଏଡ୍‌, ଏମ୍‌ଏଡ୍‌ ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ, ଜାଣନ୍ତୁ ସବିଶେଷ… appeared first on Dharitri Odia News.

ବିଏଡ୍‌, ବିଏଚ୍‌ଏଡ୍‌, ଏମ୍‌ଏଡ୍‌ ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର, ୨୮।୫(ଅସମାପିକା ସାହୁ)- ୨୦୨୪-୨୫ ଶିକ୍ଷାବର୍ଷରେ ବିଏଡ୍‌, ବିଏଚ୍‌ଏଡ୍‌ ଏବଂ ଏମ୍‌ଏଡ୍‌ ନାମଲେଖା ପାଇଁ ବୁଧବାର ଠାରୁ ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ବୁଧବାର ଅପରାହ୍ନ ୨ଟାରୁ www.samsodisha.gov.in ଓ୍ବେବ୍‌ସାଇଟ୍‌ରେ ଆବେଦନଫର୍ମ ଉପଲବ୍ଧ ହେବ। ଛାତ୍ରୀଛାତ୍ରମାନେ ଜୁନ୍‌ ୧୦ ତାରିଖ ରାତି ୧୧ଟା ୪୫ମିନିଟ୍‌ ଭିତରେ ଆବେଦନ କରିପାରିବେ। ଫର୍ମରେ କିଛି ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଛାତ୍ରୀଛାତ୍ର ଜୁନ୍‌ ୧୧ ତାରିଖ ପୂର୍ବାହ୍ନ ୧୦ଟାରୁ ୧୧ଟା ୪୫ମିନିଟ୍‌ ଭିତରେ କରିପାରିବେ। ୧୫ତାରିଖ ପୂର୍ବାହ୍ନ ୧୧ଟାରେ ଷ୍ଟେଟ୍‌ ସିଲେକ୍ସନ ବୋର୍ଡ (ଏସ୍‌ଏସ୍‌ବି) ଓ୍ବେବ୍‌ସାଇଟ୍‌ https://ssbodisha.sc.in ଏବଂ ସାମ୍ସ ପୋର୍ଟାଲରେ ହଲ୍‌ ଟିକେଟ୍‌ ଉପଲବ୍ଧ ହେବ। ଜୁନ୍‌ ୨୪ରେ ବିଏଡ୍‌ ଏବଂ ବିଏଚ୍‌ଏଡ୍‌ ଓ ୨୫ ତାରିଖରେ ଏମ୍‌ଏଡ୍‌ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏ ନେଇ ମଙ୍ଗଳବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ରେଜଲ୍ଟ କେବେ ପ୍ରକାଶ ପାଇବ ତାହା ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ ସୂଚନା ଦିଆଯିବ ବୋଲି ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

The post ବିଏଡ୍‌, ବିଏଚ୍‌ଏଡ୍‌, ଏମ୍‌ଏଡ୍‌ ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ, ଜାଣନ୍ତୁ ସବିଶେଷ… appeared first on Dharitri Odia News.