କୋହଲିଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ, ଭାଙ୍ଗିପାରନ୍ତି ସଚିନ, ଗାଭାସ୍କରଙ୍କ ରେକର୍ଡ

ନୂଆଦିଲ୍ଲୀ,୧୫।୧: ଜାନୁଆରୀ ୨୫ରୁ ଇଂଲଣ୍ଡ ବିପକ୍ଷ ୫ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆର ଏକ ନମ୍ବର ବ୍ୟାଟର୍‌ ବିରାଟ କୋହଲି ଅନେକ ବଡ଼ ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ୨୦୦୦ ରନ୍‌ ପୂରଣ କରିବା ପାଇଁ କୋହଲି ମାତ୍ର ୯ ରନ ଦୂରରେ ଅଛନ୍ତି। ନିକଟରେ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦେଖାଇଥିବା ଫର୍ମକୁ ଦେଖିଲେ କୁହାଯାଇଛି , କୋହଲି ଏହି ସିରିଜରେ ଅନେକ ବଡ଼ ରେକର୍ଡ ନିଜ ନାଁରେ […] The post କୋହଲିଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ, ଭାଙ୍ଗିପାରନ୍ତି ସଚିନ, ଗାଭାସ୍କରଙ୍କ ରେକର୍ଡ appeared first on Dharitri Odia News.

କୋହଲିଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ, ଭାଙ୍ଗିପାରନ୍ତି ସଚିନ, ଗାଭାସ୍କରଙ୍କ ରେକର୍ଡ

ନୂଆଦିଲ୍ଲୀ,୧୫।୧: ଜାନୁଆରୀ ୨୫ରୁ ଇଂଲଣ୍ଡ ବିପକ୍ଷ ୫ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆର ଏକ ନମ୍ବର ବ୍ୟାଟର୍‌ ବିରାଟ କୋହଲି ଅନେକ ବଡ଼ ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ୨୦୦୦ ରନ୍‌ ପୂରଣ କରିବା ପାଇଁ କୋହଲି ମାତ୍ର ୯ ରନ ଦୂରରେ ଅଛନ୍ତି। ନିକଟରେ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦେଖାଇଥିବା ଫର୍ମକୁ ଦେଖିଲେ କୁହାଯାଇଛି , କୋହଲି ଏହି ସିରିଜରେ ଅନେକ ବଡ଼ ରେକର୍ଡ ନିଜ ନାଁରେ କରିପାରନ୍ତି।

କୋହଲିଙ୍କ ପୂର୍ବରୁ ଭାରତ ଏବଂ ଇଂଲଣ୍ଡର କେବଳ ଚାରିଜଣ ଖେଳାଳି ଟେଷ୍ଟ କ୍ରିକେଟରେ ୨୦୦୦ରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ରନ୍‌ ସ୍କୋର କରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଅଛି ଯିଏ ୫୩ ଇନିଂସରେ ୨୫୩୫ ରନ ସଂଗ୍ରହ କରିଛନ୍ତି। ସେହିପରି ଭାରତ ବିପକ୍ଷରେ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟର୍‌ଙ୍କ ତାଲିକାରେ ଜୋ ରୁଟ ଆଗୁଆ ଅଛନ୍ତି। ଜୋ ରୁଟ ଭାରତ ବିପକ୍ଷରେ ୪୫ ଇନିଂସରେ ୨୫୨୬ ରନ୍‌ ସଂଗ୍ରହ କରିଛନ୍ତି।

ଏହି ତାଲିକାରେ ସୁନୀଲ ଗାଭାସ୍କରଙ୍କ ନାମ ଦ୍ୱିତୀୟ ସ୍ଥାନରେ ରହିଛି। ୬୭ ଇନିଂସରେ ସୁନୀଲ ଗାଭାସ୍କର ୨୪୮୩ ରନ୍‌ ସଂଗ୍ରହ କରିଛନ୍ତି। ଇଂଲଣ୍ଡର ଏହି ତାଲିକାର ଦ୍ୱିତୀୟ ନାମ ହେଉଛି ପୂର୍ବତନ ଅଧିନାୟକ ଏଲିଷ୍ଟର କୁକ୍‌। କୁକ୍‌ ୫୪ ଇନିଂସରେ ୨୪୩୧ ରନ ସଂଗ୍ରହ କରିଛନ୍ତି । ବର୍ତ୍ତମାନ ଏହି ତାଲିକାରେ ବିରାଟ କୋହଲିଙ୍କ ନାମ ମଧ୍ୟ ଯୋଡି ହେବାକୁ ଯାଉଛି। ବିରାଟ କୋହଲି ଏ ପର୍ଯ୍ୟନ୍ତ ୫୦ ଇନିଂସରେ ୧୯୯୧ ରନ୍‌ ସଂଗ୍ରହ କରିଛନ୍ତି।

ଏହା ବ୍ୟତୀତ କୋହଲିଙ୍କୁ ଆଉ ଏକ ପ୍ରସଙ୍ଗରେ ସୁନୀଲ ଗାଭାସ୍କରଙ୍କୁ ପଛରେ ଛାଡିବାର ସୁଯୋଗ ରହିଛି। ଘରୋଇ ଗ୍ରାଉଣ୍ଡରେ ଖେଳି ସୁନୀଲ ଗାଭାସ୍କର ଇଂଲଣ୍ଡ ବିପକ୍ଷରେ ୧୩୩୧ ରନ୍‌ ସଂଗ୍ରହ କରିଛନ୍ତି। ବିରାଟ କୋହଲି ଭାରତୀୟ ମାଟିରେ ଇଂଲଣ୍ଡ ବିପକ୍ଷରେ ୧୦୧୫ ରନ୍‌ ସଂଗ୍ରହ କରିଛନ୍ତି। ଏଭଳି ପରିସ୍ଥିତିରେ ବିରାଟ କୋହଲିଙ୍କୁ ଏହି ସିରିଜ ସମୟରେ ସୁନୀଲ ଗାଭାସ୍କରଙ୍କ ଦୁଇଟି ବଡ଼ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। କେବଳ ଏତିକି ନୁହେଁ, ଯଦି ବିରାଟ କୋହଲିଙ୍କ ଉତ୍କୃଷ୍ଟ ଫର୍ମ ଜାରି ରହିଛି ତେବେ ସେ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ରନ ସଂଗ୍ରହ କରିଥିବା ଖେଳାଳି ତାଲିକାରେ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇ ପାରନ୍ତି।

The post କୋହଲିଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ, ଭାଙ୍ଗିପାରନ୍ତି ସଚିନ, ଗାଭାସ୍କରଙ୍କ ରେକର୍ଡ appeared first on Dharitri Odia News.