ୟୁପିରେ ସମାଜବାଦୀ ପାର୍ଟି-କଂଗ୍ରେସ ମେଣ୍ଟ ଉପରେ ଅଖିଳେଶ ଲଗାଇଲେ ମୋହର

ଲକ୍ଷ୍ନୌ,୨୧।୨: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ଉପରେ ମୋହର ବାଜିଛି। ବୁଧବାର ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ ଏହା ସ୍ପଷ୍ଟ କରିଛନ୍ତି। କଂଗ୍ରେସ ସହ ମେଣ୍ଟ ହେବ, ଏଥିରେ କିଛି ଅସୁବିଧା ନାହିଁ। ଅନ୍ତ ଭଲ ତ ସବୁ ଭଲ। ମୁରାଦାବାଦରେ ସେ କହିଛନ୍ତି। After seat-sharing between Samajwadi Party and Congress in Uttar Pradesh is finalised, Congress UP in-charge […] The post ୟୁପିରେ ସମାଜବାଦୀ ପାର୍ଟି-କଂଗ୍ରେସ ମେଣ୍ଟ ଉପରେ ଅଖିଳେଶ ଲଗାଇଲେ ମୋହର appeared first on Dharitri Odia News.

ୟୁପିରେ ସମାଜବାଦୀ ପାର୍ଟି-କଂଗ୍ରେସ ମେଣ୍ଟ ଉପରେ ଅଖିଳେଶ ଲଗାଇଲେ ମୋହର

ଲକ୍ଷ୍ନୌ,୨୧।୨: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ଉପରେ ମୋହର ବାଜିଛି। ବୁଧବାର ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ ଏହା ସ୍ପଷ୍ଟ କରିଛନ୍ତି। କଂଗ୍ରେସ ସହ ମେଣ୍ଟ ହେବ, ଏଥିରେ କିଛି ଅସୁବିଧା ନାହିଁ। ଅନ୍ତ ଭଲ ତ ସବୁ ଭଲ। ମୁରାଦାବାଦରେ ସେ କହିଛନ୍ତି।

ସୂଚନାନୁଯାୟୀ, ସମାଜବାଦୀ ପାର୍ଟି ଆଗାମୀ ନିର୍ବାଚନରେ ରାଜ୍ୟରେ ୮୦ ଲୋକ ସଭା ଆସନରୁ କଂଗ୍ରେସକୁ ୧୯ ସିଟ୍‌ ଦେବାକୁ ସ୍ଥିର କରିଛି। କଂଗ୍ରେସ ପାଖରେ ଏବେ ରାଏବରେଲିରୁ ସୋନିଆ ଗାନ୍ଧୀଙ୍କ ରୂପରେ ଗୋଟିଏ ମାତ୍ର ଏମ୍‌ପି ଅଛନ୍ତି। ଗତ ସାଧାରଣ ନିର୍ବାଚନରେ ସମାଜବାଦୀ ପାର୍ଟି ମାୟାବତୀଙ୍କ ବିଏସ୍‌ପି ସହ ମେଣ୍ଟ କରି ୫ ଆସନ ଜିତିଥିଲା। ଏହାପରେ ଉପନିର୍ବାଚନରେ ଦଳ ଆଜମଗଡ଼ ଏବଂ ରାମପୁରର ଦୁଇ ଆସନରେ ପରାଜିତ ହୋଇଥିଲା।

The post ୟୁପିରେ ସମାଜବାଦୀ ପାର୍ଟି-କଂଗ୍ରେସ ମେଣ୍ଟ ଉପରେ ଅଖିଳେଶ ଲଗାଇଲେ ମୋହର appeared first on Dharitri Odia News.