ମୁନାଓ୍ବର ଫାରୁକିଙ୍କ ଦ୍ୱିତୀୟ ବିବାହ ଚର୍ଚ୍ଚା
ମୁମ୍ବାଇ: ରିଏଲିଟି ଶୋ ‘ବିଗବସ୍-୧୭’ର ବିଜେତା ମୁନାଓ୍ବର ଫାରୁକି ଦ୍ୱିତୀୟ ଥର ପାଇଁ ବିବାହ କରିଥିବା ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି। ୧୦ରୁ ୧୨ ଦିନ ତଳେ ଏହି ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା, ମେକ୍ଅପ୍ ଆର୍ଟିଷ୍ଟ ମେହଜ୍ବୀନ କୋଟଓ୍ବାଲାଙ୍କ ସହ ମୁମ୍ବାଇରେ ନିଜର ଘନିଷ୍ଠ ବନ୍ଧୁ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଗୁପ୍ତ ଭାବେ ବିବାହ କରିଛନ୍ତି। ସେହିପରି ରବିବାର ଉଭୟେ ନିଜର ବନ୍ଧୁ ଓ ସପରିଜନଙ୍କୁ ମୁମ୍ବାଇର ଆଇଟିସି ମରାଠା ହୋଟେଲରେ ରିସେପ୍ସନ ଦେଇଥିବା […] The post ମୁନାଓ୍ବର ଫାରୁକିଙ୍କ ଦ୍ୱିତୀୟ ବିବାହ ଚର୍ଚ୍ଚା appeared first on Dharitri Odia News.
ମୁମ୍ବାଇ: ରିଏଲିଟି ଶୋ ‘ବିଗବସ୍-୧୭’ର ବିଜେତା ମୁନାଓ୍ବର ଫାରୁକି ଦ୍ୱିତୀୟ ଥର ପାଇଁ ବିବାହ କରିଥିବା ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି। ୧୦ରୁ ୧୨ ଦିନ ତଳେ ଏହି ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା, ମେକ୍ଅପ୍ ଆର୍ଟିଷ୍ଟ ମେହଜ୍ବୀନ କୋଟଓ୍ବାଲାଙ୍କ ସହ ମୁମ୍ବାଇରେ ନିଜର ଘନିଷ୍ଠ ବନ୍ଧୁ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଗୁପ୍ତ ଭାବେ ବିବାହ କରିଛନ୍ତି। ସେହିପରି ରବିବାର ଉଭୟେ ନିଜର ବନ୍ଧୁ ଓ ସପରିଜନଙ୍କୁ ମୁମ୍ବାଇର ଆଇଟିସି ମରାଠା ହୋଟେଲରେ ରିସେପ୍ସନ ଦେଇଥିବା ଏହି ରିପୋର୍ଟରେ କୁହାଯାଇଛି। କିଛିଦିନ ତଳେ ମୁନାଓ୍ବରଙ୍କ ଏକ ଫ୍ୟାନ୍ ଆକାଉଣ୍ଟରୁ ଏକ ବିବାହ ନିମନ୍ତ୍ରଣ କାର୍ଡ ପୋଷ୍ଟ କରାଯାଇଥିଲା। ଏହି ବିବାହ ନିମନ୍ତ୍ରଣ କାର୍ଡ ମୁନାଓ୍ବରଙ୍କ ହୋଇଥିବା ଉକ୍ତ ପୋଷ୍ଟରେ ଦାବି କରାଯାଇଥିଲା। ଏହାପରଠାରୁ ସୋସିଆଲ ମିଡିଆରେ ମୁନାଓ୍ବରଙ୍କ ଦ୍ୱିତୀୟ ବିବାହ ନେଇ ଚର୍ଚ୍ଚା ଲାଗିରହିଛି। ତେବେ ଏବେସୁଦ୍ଧା ମୁନାଓ୍ବର କିମ୍ବା ମେହଜବୀନଙ୍କ ତରଫରୁ ବିବାହକୁ ନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ବିବାହର କୌଣସି ଫଟୋ କିମ୍ବା ଭିଡିଓ ମଧ୍ୟ ଏହି ଯୋଡ଼ି ବର୍ତ୍ତମାନ ସୁଦ୍ଧା ପୋଷ୍ଟ କରିନାହାନ୍ତି। ସୂଚନାଯୋଗ୍ୟ, ମୁନାଓ୍ବର ପୂର୍ବରୁ ୨୦୧୭ରେ ବିବାହ କରିଥିଲେ ଏବଂ ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି। ସମ୍ପର୍କ ଖରାପ ହେବାରୁ ସେ ୨୦୨୦ରେ ନିଜ ପ୍ରଥମ ସ୍ତ୍ରୀଙ୍କଠାରୁ ଅଲଗା ହୋଇଥିଲେ। ଅନ୍ୟପକ୍ଷରେ, ମେହଜ୍ବୀନଙ୍କର ମଧ୍ୟ ଗୋଟିଏ ୧୦ ବର୍ଷର ଝିଅ ଥିବା ରିପୋର୍ଟ ପ୍ରକାଶ ପାଇଛି।
The post ମୁନାଓ୍ବର ଫାରୁକିଙ୍କ ଦ୍ୱିତୀୟ ବିବାହ ଚର୍ଚ୍ଚା appeared first on Dharitri Odia News.