ସୌନ୍ଦର୍ଯ୍ୟକରଣ ହେଲା ଖୋଲାସ୍ଥାନ

ଭଞ୍ଜନଗର,୨୬ା୨(ବାବୁଲା ପ୍ରଧାନ): ପବିତ୍ର ମହା ଶିବରାତ୍ରି ଅବସରରେ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଶୈବ ପୀଠରେ ମହାଦେବଙ୍କ ଦର୍ଶନ ପାଇଁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା। ରାଜ୍ୟର ସର୍ବୋଚ୍ଚ ଶିବ ବିଗ୍ରହ ହୋଇଥିବା ବେଲେଶ୍ୱର ପୀଠରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥିଲା। ରାତିରେ ମନ୍ଦିର ଗୁଡିକରେ ମହାଦୀପ ଉଠିବ। ତେଣୁ ମାନସିକଧାରୀମାନେ ମନ୍ଦିରରେ ରହି ପୂଜାର୍ଚ୍ଚନା କରୁଛନ୍ତି। ସେପଟେ ଭଞ୍ଜନଗର ଏନଏସି ପକ୍ଷରୁ ଠାକୁରାଣୀ ମନ୍ଦିର ପାର୍ଶ୍ୱରେ ହୋଇଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଉଦଘାଟନ ହୋଇଛି। ଏଥିସହ ସେଠାରେ […] The post ସୌନ୍ଦର୍ଯ୍ୟକରଣ ହେଲା ଖୋଲାସ୍ଥାନ appeared first on Dharitri Odia News.

ସୌନ୍ଦର୍ଯ୍ୟକରଣ ହେଲା ଖୋଲାସ୍ଥାନ

ଭଞ୍ଜନଗର,୨୬ା୨(ବାବୁଲା ପ୍ରଧାନ): ପବିତ୍ର ମହା ଶିବରାତ୍ରି ଅବସରରେ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଶୈବ ପୀଠରେ ମହାଦେବଙ୍କ ଦର୍ଶନ ପାଇଁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା। ରାଜ୍ୟର ସର୍ବୋଚ୍ଚ ଶିବ ବିଗ୍ରହ ହୋଇଥିବା ବେଲେଶ୍ୱର ପୀଠରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥିଲା। ରାତିରେ ମନ୍ଦିର ଗୁଡିକରେ ମହାଦୀପ ଉଠିବ। ତେଣୁ ମାନସିକଧାରୀମାନେ ମନ୍ଦିରରେ ରହି ପୂଜାର୍ଚ୍ଚନା କରୁଛନ୍ତି। ସେପଟେ ଭଞ୍ଜନଗର ଏନଏସି ପକ୍ଷରୁ ଠାକୁରାଣୀ ମନ୍ଦିର ପାର୍ଶ୍ୱରେ ହୋଇଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଉଦଘାଟନ ହୋଇଛି। ଏଥିସହ ସେଠାରେ ଏକ ଶିବ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୌନ୍ଦର୍ଯ୍ୟକରଣ ସ୍ଥାନର ନାମ ଫଳକକୁ ଉଦଘାଟନ କରିଥିଲେ। ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ପୂର୍ବତନ କାଉନସିଲର ଡି. ଚେଲପତି ରାଓ, ମନୋଜ ପଟ୍ଟନାୟକ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

The post ସୌନ୍ଦର୍ଯ୍ୟକରଣ ହେଲା ଖୋଲାସ୍ଥାନ appeared first on Dharitri Odia News.