ଗିରିରାଜଙ୍କ ସିଧା ହମଲା; ନବୀନ ବାବୁ ନଜରବନ୍ଦୀ, ପାଣ୍ଡିଆନ ହେବେ ମୁଖ୍ୟମନ୍ତ୍ରୀ

”ନବୀନ ବାବୁ ଓଡ଼ିଆ ଅସ୍ମିତାକୁ ଶେଷ କରି ନିର୍ବାଚନ ପରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବେ।’

ଗିରିରାଜଙ୍କ ସିଧା ହମଲା; ନବୀନ ବାବୁ ନଜରବନ୍ଦୀ, ପାଣ୍ଡିଆନ ହେବେ ମୁଖ୍ୟମନ୍ତ୍ରୀ

ସମ୍ବଲପୁରରେ ବିଶାଳ ରୋଡ୍‌ ଶୋ’ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଏହି ରୋଡ୍ ଶୋ’ ମାଧ୍ୟମରେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଛନ୍ତି। ଏହି ସମୟରେ ନବୀନଙ୍କୁ ସିଧା ହମଲା କରିଛନ୍ତି ଗିରିରାଜ ସିଂହ।

ସେ କହିଛନ୍ତି, ଓଡ଼ିଶାରେ ଶାସନ ହିଁ ନାହିଁ। ନବୀନ ବାବୁ ନଜର ବନ୍ଦୀ ହୋଇ ରହିଛନ୍ତି। ତାଙ୍କୁ ଅପହରଣ କରି ନିଆଯାଇଛି। ନବୀନ ବାବୁ କିଛି ସମୟ ପାଇଁ ବାହାରକୁ ଆସନ୍ତି। ସଭା ସମିତିରେ ୨ ମିନିଟ୍‌ ଭାଷଣ ଦେବା ପରେ ପୁଣି ପଳାନ୍ତି।

ଗିରିରାଜ ସିଂହ ଆହୁରି କହିଛନ୍ତି, ନବୀନ ବାବୁଙ୍କୁ ୭୭ବର୍ଷ ହେଲାଣି। ନବୀନ ବାବୁ ଓଡ଼ିଆ ଅସ୍ମିତାକୁ ଶେଷ କରି ନିର୍ବାଚନ ପରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବେ। ଓଡ଼ିଶାବାସୀ ଏହାକୁ ବିରୋଧ କରିବା ଦରକାର। ହେଲେ ବିଜେପି ଓଡ଼ିଆର ପୁଅକୁ ହିଁ ମୁଖ୍ୟମନ୍ତ୍ରୀ କରିବ। ଏଥର ଓଡ଼ିଶାରେ ସରକାର ବଦଳିବ। ଓଡ଼ିଆ ଅସ୍ମିତାକୁ ବଞ୍ଚାଇବା ପାଇଁ ବିଜେପି ନୂତନ ସରକାର ଗଢ଼ିବ।

ଗିରିରାଜ ସିଂହଙ୍କ ରୋଡ ଶୋ’ ଭୂତାପଡ଼ାରୁ ଆରମ୍ଭ ହୋଇ ସୁନାପାଲି ଯାଏ ଯାଇଥିଲା। ଶୋଭାଯାତ୍ରାରେ ବିଜେପିର ବହୁ କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ। ଦୀର୍ଘ ସମୟ ଧରି ରାସ୍ତାର ଦୁଇ ପାର୍ଶ୍ୱରେ ଛିଡ଼ା ହୋଇଥିବା ହଜାର ହଜାର ସଂଖ୍ୟାକ ସାଧାରଣ ଜନତା ଓ ବିଜେପି କର୍ମକର୍ତ୍ତାଙ୍କ ଅଭିବାଦନକୁ ହାତ ହଲାଇ ଶ୍ରୀ ସିଂହ ଗ୍ରହଣ କରିଥିଲେ।