କଳା ଆଚାର୍ଯ୍ୟ ସମ୍ମାନରେ ସମ୍ମାନୀତ ହେଲେ ଯୁବ ଚିତ୍ରଶିଳ୍ପୀ ପ୍ରମୋଦ ମହାରଣା
ସମ୍ବଲପୁର:ଧଉଳି କଳା ମହୋତ୍ସବ-୨୦୨୫ରେ ସମ୍ମାନିତ ହୋଇଛନ୍ତି ସମ୍ବଲପୁରର ଯୁବ ଚିତ୍ରଶିଳ୍ପୀ ପ୍ରମୋଦ କୁମାର ମହାରଣା। ଭୁବନେଶ୍ୱର ସ୍ଥିତ ଧଉଳି କଲେଜ ଅଫ୍ ଆର୍ଟ୍ ଏବଂ କ୍ରାଫ୍ଟ୍ ପକ୍ଷରୁ ଆୟୋଜିତ ଧଉଳି କଳା ମହୋତ୍ସବ-୨୦୨୫ ଗତ ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମ ଅବସରରେ ନିଜର କାର୍ଯ୍ୟ ଦକ୍ଷତା ପାଇଁ କଳା ଆଚାର୍ଯ୍ୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସମ୍ବଲପୁର ସହରର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ମଦନାବତୀ ପବ୍ଲିକ୍ ସ୍କୁଲ୍ରେ ସେ କଳା ଶିକ୍ଷକ ଭାବେ […] The post କଳା ଆଚାର୍ଯ୍ୟ ସମ୍ମାନରେ ସମ୍ମାନୀତ ହେଲେ ଯୁବ ଚିତ୍ରଶିଳ୍ପୀ ପ୍ରମୋଦ ମହାରଣା appeared first on Odisha.News.

ସମ୍ବଲପୁର:ଧଉଳି କଳା ମହୋତ୍ସବ-୨୦୨୫ରେ ସମ୍ମାନିତ ହୋଇଛନ୍ତି ସମ୍ବଲପୁରର ଯୁବ ଚିତ୍ରଶିଳ୍ପୀ ପ୍ରମୋଦ କୁମାର ମହାରଣା। ଭୁବନେଶ୍ୱର ସ୍ଥିତ ଧଉଳି କଲେଜ ଅଫ୍ ଆର୍ଟ୍ ଏବଂ କ୍ରାଫ୍ଟ୍ ପକ୍ଷରୁ ଆୟୋଜିତ ଧଉଳି କଳା ମହୋତ୍ସବ-୨୦୨୫ ଗତ ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମ ଅବସରରେ ନିଜର କାର୍ଯ୍ୟ ଦକ୍ଷତା ପାଇଁ କଳା ଆଚାର୍ଯ୍ୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସମ୍ବଲପୁର ସହରର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ମଦନାବତୀ ପବ୍ଲିକ୍ ସ୍କୁଲ୍ରେ ସେ କଳା ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ପ୍ରକାଶଯୋଗ୍ୟ ଯେ ଧଉଳି ଶାନ୍ତିସ୍ତୁପ ହସ୍ତଶିଳ୍ପ ବଜାର ପରିସରରେ ଆୟୋଜିତ ଷଷ୍ଠ ଆନ୍ତର୍ଜାତୀୟ ଧଉଳି କଳା ମହୋତ୍ସବରେ ଭାରତ ସହ ଇଜିପ୍ଟ୍, ଆମେରିକା, ନେପାଳ, ବାଂଲାଦେଶ, କୋରିଆ ଏବଂ ଇଣ୍ଡୋନେସିଆ ଆଦି ୭ଟି ଦେଶରୁ ଚିତ୍ରଶିଳ୍ପୀ ଓ ୧୪୦୦ ଶିଶୁ ଚିତ୍ରଶିଳ୍ପୀ ଯୋଗ ଦେଇଛନ୍ତି। ଚିତ୍ରଶିଳ୍ପୀ ପ୍ରମୋଦ କୁମାର ମହାରଣାଙ୍କ ପ୍ରାପ୍ତ ଏହି ସମ୍ମାନରେ ସବୁ ମହଲରେ ଆନନ୍ଦ ଉତ୍ସାହ ପରିଲକ୍ଷିତ ହୋଇଛି।
The post କଳା ଆଚାର୍ଯ୍ୟ ସମ୍ମାନରେ ସମ୍ମାନୀତ ହେଲେ ଯୁବ ଚିତ୍ରଶିଳ୍ପୀ ପ୍ରମୋଦ ମହାରଣା appeared first on Odisha.News.