ନିଜ ସଂଘର୍ଷକୁ ମନେ ପକାଇ ଷ୍ଟାର୍‌ କିଡ୍‌ଙ୍କୁ ଟାର୍ଗେଟ୍‌ କଲେ ସାହିଦ୍, କହିଲେ- କିଛି ଲୋକ BMW ବସି ଷ୍ଟ୍ରଗଲ୍‌ କରନ୍ତି...

ମୁମ୍ଵାଇ ୨୮।୦୧; ବଲିଉଡର ଜଣାଶୁଣା କଳାକାର ସାହିଦ କପୁରଙ୍କୁ କିଏ ବା ନଜାଣେ । ତାଙ୍କର ଷ୍ଟାଇଲ ଓକୁଲ୍‌ ଅନ୍ଦାଜକୁ ଯୁବପିଢ଼ୀମାନେ ଫଲୋ କରିଥାନ୍ତି । ସାହିଦଙ୍କ ବାପା ପଙ୍କଜ କପୁର ମଧ୍ୟ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତାଙ୍କ ମଧ୍ୟରୁ ଜଣେ। ପଙ୍କଜ କପୁର ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। ତଥାପି ଶାହିଦଙ୍କୁ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ସୃଷ୍ଟି କରିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡିଥିଲା। ସେ ସହଜରେ ପ୍ରସିଦ୍ଧି ଏବଂ ନାମ ପାଇ ନଥିଲେ ବୋଲି ଏକ ସାକ୍ଷାତକାରରେ ଜଣାଇଛନ୍ତି।ସୂଚନା ମୁତାବକ, ଯେତେବେଳେ ସାହିଦ ମାତ୍ର ୩ବର୍ଷର ଥିଲେ, ତାଙ୍କ ବାପାମାଆ ଅଲଗା ହୋଇଯାଇଥିଲେ। ସାହିଦ ତାଙ୍କ ମାଆ ନୀଳିମା ଅଜିମଙ୍କ ପାଖରେ ରହି ବଡ଼ ହୋଇଥିଲେ। ଗୋଟିଏ ସମୟରେ, ତାଙ୍କୁ ଏକ ଭଡା ଘରେ ରହିବାକୁ ପଡିଥିଲା।  ଡ୍ରେସ କିଣିବାକୁ ତାଙ୍କ ପାଖରେ ଟଙ୍କା ନଥିଲା। ତାଙ୍କ କହିବା ମୁତାବକ, "ଜଣେ ଷ୍ଟାର କିଡ୍ ହୋଇ ବି କୌଣସି ସୁବିଧା ମିଳିନଥିଲା। କିଛି ଲୋକ ବିଏମଡବ୍ଲୁରେ ବସି ସଂଘର୍ଷ କରନ୍ତି। ଦେଶର ଶ୍ରେଷ୍ଠ ୨-୩ ଜଣ ନିର୍ଦ୍ଦେଶକଙ୍କ ସହିତ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ କରନ୍ତି। କିନ୍ତୁ ମୁଁ ୨୫୦ଟି ଅଡିସନ୍ ଦେଇ ଆସିଛି। କାରଣ ମୋର ପରିସ୍ଥିତି ମୋତେ ସମର୍ଥନ କରିନଥିଲା। ତାହା ଭାବିଲେ କଷ୍ଟ ଲାଗୁଛି । ମୋତେ ବଡ଼ କରିବା ପାଇଁ ମା ବହୁତ କଷ୍ଟ କରିଛନ୍ତି । ତେବେ ସାହିଦଙ୍କ ଫ୍ୟାସନକୁ ନେଇ ପ୍ରଶ୍ନ କରାଯାଇଥିବାବେଳେ ସେ

ନିଜ ସଂଘର୍ଷକୁ ମନେ ପକାଇ ଷ୍ଟାର୍‌ କିଡ୍‌ଙ୍କୁ ଟାର୍ଗେଟ୍‌ କଲେ ସାହିଦ୍, କହିଲେ- କିଛି ଲୋକ BMW ବସି ଷ୍ଟ୍ରଗଲ୍‌ କରନ୍ତି...

ମୁମ୍ଵାଇ ୨୮।୦୧; ବଲିଉଡର ଜଣାଶୁଣା କଳାକାର ସାହିଦ କପୁରଙ୍କୁ କିଏ ବା ନଜାଣେ । ତାଙ୍କର ଷ୍ଟାଇଲ ଓକୁଲ୍‌ ଅନ୍ଦାଜକୁ ଯୁବପିଢ଼ୀମାନେ ଫଲୋ କରିଥାନ୍ତି । ସାହିଦଙ୍କ ବାପା ପଙ୍କଜ କପୁର ମଧ୍ୟ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତାଙ୍କ ମଧ୍ୟରୁ ଜଣେ। ପଙ୍କଜ କପୁର ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। ତଥାପି ଶାହିଦଙ୍କୁ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ସୃଷ୍ଟି କରିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡିଥିଲା। ସେ ସହଜରେ ପ୍ରସିଦ୍ଧି ଏବଂ ନାମ ପାଇ ନଥିଲେ ବୋଲି ଏକ ସାକ୍ଷାତକାରରେ ଜଣାଇଛନ୍ତି।

ସୂଚନା ମୁତାବକ, ଯେତେବେଳେ ସାହିଦ ମାତ୍ର ୩ବର୍ଷର ଥିଲେ, ତାଙ୍କ ବାପାମାଆ ଅଲଗା ହୋଇଯାଇଥିଲେ। ସାହିଦ ତାଙ୍କ ମାଆ ନୀଳିମା ଅଜିମଙ୍କ ପାଖରେ ରହି ବଡ଼ ହୋଇଥିଲେ। ଗୋଟିଏ ସମୟରେ, ତାଙ୍କୁ ଏକ ଭଡା ଘରେ ରହିବାକୁ ପଡିଥିଲା।  ଡ୍ରେସ କିଣିବାକୁ ତାଙ୍କ ପାଖରେ ଟଙ୍କା ନଥିଲା। ତାଙ୍କ କହିବା ମୁତାବକ, "ଜଣେ ଷ୍ଟାର କିଡ୍ ହୋଇ ବି କୌଣସି ସୁବିଧା ମିଳିନଥିଲା। କିଛି ଲୋକ ବିଏମଡବ୍ଲୁରେ ବସି ସଂଘର୍ଷ କରନ୍ତି। ଦେଶର ଶ୍ରେଷ୍ଠ ୨-୩ ଜଣ ନିର୍ଦ୍ଦେଶକଙ୍କ ସହିତ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ କରନ୍ତି। କିନ୍ତୁ ମୁଁ ୨୫୦ଟି ଅଡିସନ୍ ଦେଇ ଆସିଛି। କାରଣ ମୋର ପରିସ୍ଥିତି ମୋତେ ସମର୍ଥନ କରିନଥିଲା। ତାହା ଭାବିଲେ କଷ୍ଟ ଲାଗୁଛି । 

ମୋତେ ବଡ଼ କରିବା ପାଇଁ ମା ବହୁତ କଷ୍ଟ କରିଛନ୍ତି । ତେବେ ସାହିଦଙ୍କ ଫ୍ୟାସନକୁ ନେଇ ପ୍ରଶ୍ନ କରାଯାଇଥିବାବେଳେ ସେ କହିଛନ୍ତି କି, ଏମିତି ଦିନ ଥିଲା ମୁଁ ପିନ୍ଧିବାକୁ କପଡ଼ା ପାଉନଥିଲି । ୨୫୦ରୁ ଅଧିକ ଅଡ଼ିସନ ପରେ ଯେବେ ସୁଯୋଗ ମିଳିଥିଲା ବେଶ ଖୁସି ଅନୁଭବ କରିଥିଲି । ସାହିଦଙ୍କ କାମ ଜୀବନ ବିଷୟରେ କହିବାକୁ ଗଲେ, ସେ ଖୁବ୍ ଶୀଘ୍ର 'ଦେବା' ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମରେ ସାହିଦ ଜଣେ ପୁଲିସ ଅଫିସର ଭୂମିକାରେ ଅଭିନୟ କରିଛନ୍ତି।