ଗଛରେ ପିଟି ହୋଇଗଲା ବାଇକ୍‌: ଚାଲିଗଲା ଜୀବନ

ଥୁଆମୂଳ ରାମପୁର,୧୩ା୬(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର-ଭବାନୀପାଟଣା ମୁଖ୍ୟ ରାସ୍ତା ପୁରୁଣାଗୁମା କରଡାପଦର ନିକଟରେ ଗୁରୁବାର ବାଇକ୍‌ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଭବାନୀପାଟଣା ସହର ନୂଆପଡ଼ାର ପ୍ରମୋଦ ସ୍ବାଇଁ। କର୍ଲାପାଟ ପୋଲିସ ସୂଚନା ଅନୁଯାୟୀ ପ୍ରମୋଦ ଆମ୍ବ ଆଣିବା ପାଇଁ ନାକୁରୁଣ୍ଡିକୁ ଗ୍ରାମକୁ ଓଡି୦୮ସି-୮୯୮୧ ନମ୍ବର ବାଇକ୍‌ରେ ଫେରୁଥିଲେ। କରଡାପଦର ଛକଠାରେ ନିୟନ୍ତ୍ରଣ ହରାଇ ବାଇକ୍‌ଟି ରାସ୍ତା କଡର ଏକ ଗଛରେ ପିଟି ହୋଇଥିଲା। ଫଳରେ ରାସ୍ତାରେ ଛିଟିକିପଡି ଘଟଣାସ୍ଥଳରେ ହିଁ […] The post ଗଛରେ ପିଟି ହୋଇଗଲା ବାଇକ୍‌: ଚାଲିଗଲା ଜୀବନ appeared first on Dharitri Odia News.

ଗଛରେ ପିଟି ହୋଇଗଲା ବାଇକ୍‌: ଚାଲିଗଲା ଜୀବନ

ଥୁଆମୂଳ ରାମପୁର,୧୩ା୬(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର-ଭବାନୀପାଟଣା ମୁଖ୍ୟ ରାସ୍ତା ପୁରୁଣାଗୁମା କରଡାପଦର ନିକଟରେ ଗୁରୁବାର ବାଇକ୍‌ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଭବାନୀପାଟଣା ସହର ନୂଆପଡ଼ାର ପ୍ରମୋଦ ସ୍ବାଇଁ।

କର୍ଲାପାଟ ପୋଲିସ ସୂଚନା ଅନୁଯାୟୀ ପ୍ରମୋଦ ଆମ୍ବ ଆଣିବା ପାଇଁ ନାକୁରୁଣ୍ଡିକୁ ଗ୍ରାମକୁ ଓଡି୦୮ସି-୮୯୮୧ ନମ୍ବର ବାଇକ୍‌ରେ ଫେରୁଥିଲେ। କରଡାପଦର ଛକଠାରେ ନିୟନ୍ତ୍ରଣ ହରାଇ ବାଇକ୍‌ଟି ରାସ୍ତା କଡର ଏକ ଗଛରେ ପିଟି ହୋଇଥିଲା। ଫଳରେ ରାସ୍ତାରେ ଛିଟିକିପଡି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି। କର୍ଲପାଟ ଥାନା ଅଧିକାରୀ ବିଜୟ ରାଜ ମାଝି ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ କରାଯିବ ପୋଲିସ କହିଛି।

The post ଗଛରେ ପିଟି ହୋଇଗଲା ବାଇକ୍‌: ଚାଲିଗଲା ଜୀବନ appeared first on Dharitri Odia News.