ଦୃଷ୍ଟିଶକ୍ତିକୁ ଦୃଢ଼ କରେ କଲରା

କଲରାର ସ୍ବାଦ ସିନା ପିତା, ହେଲେ ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଏହାକୁ ନିୟମିତ ଖାଇଲେ ତାହା ଦୃଷ୍ଟିଶକ୍ତି ପାଇଁ ବେଶ୍‌ ଲାଭପ୍ରଦ ହୋଇଥାଏ। କେବଳ ସେତିକି ନୁହେଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏଥିରେ ଭିଟାମିନ୍‌-ଏ ଥିବାରୁ ଏହା ଶରୀରରେ ଚର୍ମ ଗଠନ କରିଥାଏ। ଜଣେ ଡାଇବେଟିସ୍‌ ରୋଗୀ ଏହାକୁ ପ୍ରତିଦିନ ଖାଇବା ନିହାତି ଦରକାର। କାରଣ ଏହା ରକ୍ତରେ ସୁଗାର ପରିମାଣକୁ କେତେକାଂଶରେ ନିୟନ୍ତ୍ରଣରେ ରଖିଥାଏ। ଏହାର […] The post ଦୃଷ୍ଟିଶକ୍ତିକୁ ଦୃଢ଼ କରେ କଲରା appeared first on Dharitri Odia News.

ଦୃଷ୍ଟିଶକ୍ତିକୁ ଦୃଢ଼ କରେ କଲରା

କଲରାର ସ୍ବାଦ ସିନା ପିତା, ହେଲେ ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଏହାକୁ ନିୟମିତ ଖାଇଲେ ତାହା ଦୃଷ୍ଟିଶକ୍ତି ପାଇଁ ବେଶ୍‌ ଲାଭପ୍ରଦ ହୋଇଥାଏ। କେବଳ ସେତିକି ନୁହେଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏଥିରେ ଭିଟାମିନ୍‌-ଏ ଥିବାରୁ ଏହା ଶରୀରରେ ଚର୍ମ ଗଠନ କରିଥାଏ। ଜଣେ ଡାଇବେଟିସ୍‌ ରୋଗୀ ଏହାକୁ ପ୍ରତିଦିନ ଖାଇବା ନିହାତି ଦରକାର। କାରଣ ଏହା ରକ୍ତରେ ସୁଗାର ପରିମାଣକୁ କେତେକାଂଶରେ ନିୟନ୍ତ୍ରଣରେ ରଖିଥାଏ। ଏହାର ଜୁସ୍‌ ଆମ ଶରୀର ପାଇଁ ମଧ୍ୟ ବେଶ୍‌ ଉପକାରୀ। ଏହା ମଧ୍ୟ ରକ୍ତ ସଞ୍ଚାଳନକୁ ସକ୍ରିୟ ରଖିଥାଏ। ଉଚ୍ଚ ରକ୍ତଚାପ ଏବଂ ଆଜ୍‌ମା ଭଳି ସ୍ବାସ୍ଥ୍ୟ ସମସ୍ୟାଠାରୁ ମଧ୍ୟ କେତେକାଂଶରେ ଦୂରେଇ ରଖିଥାଏ। କଲରାରେ କ୍ୟାଲୋରୀ, ଫ୍ୟାଟ୍‌ ଏବଂ କାର୍ବୋହାଇଡ୍ରେଟ୍‌ ରହିଛି, ଯାହା ଶରୀରର ଓଜନକୁ ସନ୍ତୁଳିତ ରଖେ। ଏହା ସହ ଲିଭରରୁ ବାଇଲ୍‌ ଏସିଡ଼୍‌ କ୍ଷରଣ କରିଥାଏ। ଏହାବ୍ୟତୀତ ଶରୀରରେ ଆଲର୍ଜି ହେବାକୁ ଦେଇ ନ ଥାଏ। କ୍ଷତ ସ୍ଥାନକୁ ଶୀଘ୍ର ପୂରଣ କରିବା ସହ ରକ୍ତ ପରିଷ୍କାର କରେ। ତା’ ସହ ଖାଦ୍ୟ ହଜମରେ ମଧ୍ୟ ସାହାଯ୍ୟ କରେ।

The post ଦୃଷ୍ଟିଶକ୍ତିକୁ ଦୃଢ଼ କରେ କଲରା appeared first on Dharitri Odia News.