ଭଲିବଲ ଟୁର୍ନାମେଣ୍ଟ: ନାରାୟଣପୁର ଚାମ୍ପିୟନ

ଦିଗପହଣ୍ଡି,୧୬ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଗଡଗୋବିନ୍ଦପୁର ଗ୍ରାମସ୍ଥିତ ଶ୍ରୀରଘୁନାଥ ମଠ ଖେଳପଡିଆରେ ଗତ ୨ ଦିନ ଧରି ଚାଲିଥିବା ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଶାସ୍ତ୍ରିଜୀ ପାଠାଗାର ଯୁବକ ସଂଘ ପକ୍ଷରୁ ଏହି ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା। ଟୁର୍ନାମେଣ୍ଟରେ ବ୍ଲକର ବିଭିନ୍ନ ଗ୍ରାମରୁ ୮ଟି ଭଲିବଲ ଟିମ୍‌ ଅଂଶଗ୍ରହଣ କରିଥିଲେ। ସୋମବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଭ୍ରମରପୁର ପଞ୍ଚାୟତର ନାରାୟଣପୁର ଭଲିବଲ ଟିମ୍‌ ଓ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ଗାଇଡା ଗ୍ରାମ ଭଲିବଲ ଟିମ୍‌ ମଧ୍ୟରେ ଫାଇନାଲ […] The post ଭଲିବଲ ଟୁର୍ନାମେଣ୍ଟ: ନାରାୟଣପୁର ଚାମ୍ପିୟନ appeared first on Dharitri Odia News.

ଭଲିବଲ ଟୁର୍ନାମେଣ୍ଟ: ନାରାୟଣପୁର ଚାମ୍ପିୟନ

ଦିଗପହଣ୍ଡି,୧୬ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଗଡଗୋବିନ୍ଦପୁର ଗ୍ରାମସ୍ଥିତ ଶ୍ରୀରଘୁନାଥ ମଠ ଖେଳପଡିଆରେ ଗତ ୨ ଦିନ ଧରି ଚାଲିଥିବା ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଶାସ୍ତ୍ରିଜୀ ପାଠାଗାର ଯୁବକ ସଂଘ ପକ୍ଷରୁ ଏହି ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା।

ଟୁର୍ନାମେଣ୍ଟରେ ବ୍ଲକର ବିଭିନ୍ନ ଗ୍ରାମରୁ ୮ଟି ଭଲିବଲ ଟିମ୍‌ ଅଂଶଗ୍ରହଣ କରିଥିଲେ। ସୋମବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଭ୍ରମରପୁର ପଞ୍ଚାୟତର ନାରାୟଣପୁର ଭଲିବଲ ଟିମ୍‌ ଓ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ଗାଇଡା ଗ୍ରାମ ଭଲିବଲ ଟିମ୍‌ ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା।

ଗାଇଡା ଟିମ୍‌କୁ ୨-୦ ସେଟ୍‌ରେ ହରାଇ ନାରାୟଣପୁର ଚାମ୍ପିୟନ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ପୂର୍ବତନ ସରପଞ୍ଚ ତଥା ବ୍ରହ୍ମପୁର ଏମ୍‌ପି ପ୍ରତିନିଧି କେ. ହରିବନ୍ଧୁ ରେଡ୍ଡୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ସମିତିସଭ୍ୟ ସୁଦାମ ରେଡ୍ଡୀ, ଅବସରପ୍ରାପ୍ତ ଶିକ୍ଷକ ମୁରଲୀ ପ୍ରଧାନ, ତ୍ରିନାଥ ସାହୁ, ଅଭିମନ୍ୟୁ ସେଠୀ, ରାଜେନ୍ଦ୍ର ରେଡ୍ଡୀ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ।

ଚାମ୍ପିୟନ ନାରାୟଣପୁର ଟିମ୍‌ ଏବଂ ରନର୍ସ ଅପ୍‌ ଟିମ୍‌କୁ ଅତିଥିମାନେ ପୁରସ୍କୃତ କରିଥିଲେ। କେ. କାମେଶ୍ୱର ରେଡ୍ଡୀ ଓ କ୍ଷମରାଜ ପାଢ଼ୀ ରେଫରି ଦାୟିତ୍ୱ ତୁଲାଇଥିଲେ। ଟୁର୍ନାମେଣ୍ଟ ଆୟୋଜକ କମିଟି କାର୍ଯ୍ୟକର୍ତ୍ତା କୋରାମଣି ସାହୁ, ନାଗେଶ୍ୱର ପ୍ରଧାନ, ସନ୍ତୋଷ ବେହେରା, କେ.ତ୍ରିପତି, ଅରୁଣ ସାହୁ, ପବିତ୍ର ସାହୁ, ଲୋକନାଥ ରେଡ୍ଡୀ, କାଳିଆ ରେଡ୍ଡୀ, ପ୍ରଶାନ୍ତ ସାହୁ ଓ ଅନ୍ୟମାନେ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ।

The post ଭଲିବଲ ଟୁର୍ନାମେଣ୍ଟ: ନାରାୟଣପୁର ଚାମ୍ପିୟନ appeared first on Dharitri Odia News.