ପୁଟିନ୍‌ଙ୍କ ତୃତୀୟ ବିଶ୍ବଯୁଦ୍ଧ ଚେତାବନୀ; 'ନାଟୋ ସହ ସଂଘର୍ଷ ହେଲେ ଓ୍ବାର୍ଲ୍ଡ ଓ୍ବାର୍ ଅଳ୍ପ ଦୂର'

ନୂଆଦିଲ୍ଲୀ: ଭ୍ଲାଦିମିର ପୁଟିନ୍ ରୁଷ୍ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ତୃତୀୟ ବିଶ୍ବଯୁଦ୍ଧର ଚେତାବନୀ ଦେଇଛନ୍ତି । ପଞ୍ଚମ ପାଳିର ପ୍ରଥମ ସମ୍ବୋଧନରେ ନାଟୋକୁ ଧମକାଇଛନ୍ତି ରଷ୍ ରାଷ୍ଟ୍ରପତି । ସେ କହିଛନ୍ତି, ଯଦି ଆମେରିକା ନେତୃତ୍ବାଧିନ ନାଟୋ ସହିତ ଋଷ୍‌ର ଯୁଦ୍ଧ ହୁଏ, ତେବେ ଏହାକୁ ମାନିନେବା ଯେ ତୃତୀୟ ବିଶ୍ବଯୁଦ୍ଧ ଆଉ ମାତ୍ର ଗୋଟିଏ ଦୂର । କେହି ବି ଏଭଳି ପରିସ୍ଥିତି ଦେଖିବାକୁ ଚାହିଁବେ ନାହିଁ । ୧୯୬୨ ମସିହା କ୍ୟୁବା ମିସାଇଲ୍ ସଙ୍କଟ ପରେ ଋଷ୍ ଓ ପଶ୍ଚିମ ବା ପାଶ୍ଚାତ୍ୟ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଛି । ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ୍ ମାକ୍ରୋନ୍ ଗତ କିଛି ଦିନ ପୂର୍ବରୁ କହିଥିଲେ ଆବଶ୍ୟକ ପଡ଼ିଲେ ୟୁକ୍ରେନରେ ନିଜ ସୈନ୍ୟ ବାହିନୀକୁ ଓହ୍ଲାଇବାକୁ ପଛ ଘୁଞ୍ଚା ଦେବେ ନାହିଁ ଫ୍ରାନ୍ସ । ଏହାକୁ ନେଇ ସାମ୍ବାଦିକମାନେ ରୁଷ୍ ରାଷ୍ଟ୍ରପତି ବ୍ଲାଦିମିର୍ ପୁଟିନଙ୍କୁ ପଚାଥିଲେ । ଏହାର ଜବାବରେ ସେ କହିଛନ୍ତି, ଆଧୁନିକ ଯୁଗରେ କିଛି ବି ଅସମ୍ଭବ ନୁହେଁ । ଯଦି ଏଭଳି ହୁଏ, ତେବେ ତୃତୀୟ ବିଶ୍ବଯୁଦ୍ଧ ବେଶୀ ଦୂର ନୁହେଁ । ଏହାଛଡ଼ା ସେ କହିଛନ୍ତି, ବର୍ତ୍ତମାନ ସମୟରେ ନାଟୋ ସୈନିକ ୟୁକ୍ରେନରେ ରହିଛନ୍ତି । ମସ୍କୋକୁ ଖବର ମିଳିଛି, ୟୁକ୍ରେନରେ ଇଂଲିଶ ଓ ଫ୍ରାନ୍ସ ଭାଷା କହୁଥିବା ଯବାନ ଯୁଦ୍ଧକ୍ଷେତ୍ରରେ ମୁତୟନ ଅଛନ୍ତି । ଏହା ଠିକ୍ କଥା ନୁହେଁ, ଯୁକ୍ରେନ ପାଇଁ କାହିଁକି ଏତେ ସଂଖ୍ୟାରେ ଯବାନ ମୃତ୍ୟୁ

ପୁଟିନ୍‌ଙ୍କ ତୃତୀୟ ବିଶ୍ବଯୁଦ୍ଧ ଚେତାବନୀ; 'ନାଟୋ ସହ ସଂଘର୍ଷ ହେଲେ ଓ୍ବାର୍ଲ୍ଡ ଓ୍ବାର୍ ଅଳ୍ପ ଦୂର'

ନୂଆଦିଲ୍ଲୀଭ୍ଲାଦିମିର ପୁଟିନ୍ ରୁଷ୍ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ତୃତୀୟ ବିଶ୍ବଯୁଦ୍ଧର ଚେତାବନୀ ଦେଇଛନ୍ତି । ପଞ୍ଚମ ପାଳିର ପ୍ରଥମ ସମ୍ବୋଧନରେ ନାଟୋକୁ ଧମକାଇଛନ୍ତି ରଷ୍ ରାଷ୍ଟ୍ରପତି । ସେ କହିଛନ୍ତି, ଯଦି ଆମେରିକା ନେତୃତ୍ବାଧିନ ନାଟୋ ସହିତ ଋଷ୍‌ର ଯୁଦ୍ଧ ହୁଏ, ତେବେ ଏହାକୁ ମାନିନେବା ଯେ ତୃତୀୟ ବିଶ୍ବଯୁଦ୍ଧ ଆଉ ମାତ୍ର ଗୋଟିଏ ଦୂର । କେହି ବି ଏଭଳି ପରିସ୍ଥିତି ଦେଖିବାକୁ ଚାହିଁବେ ନାହିଁ । 

୧୯୬୨ ମସିହା କ୍ୟୁବା ମିସାଇଲ୍ ସଙ୍କଟ ପରେ ଋଷ୍ ଓ ପଶ୍ଚିମ ବା ପାଶ୍ଚାତ୍ୟ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଛି । ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ୍ ମାକ୍ରୋନ୍ ଗତ କିଛି ଦିନ ପୂର୍ବରୁ କହିଥିଲେ ଆବଶ୍ୟକ ପଡ଼ିଲେ ୟୁକ୍ରେନରେ ନିଜ ସୈନ୍ୟ ବାହିନୀକୁ ଓହ୍ଲାଇବାକୁ ପଛ ଘୁଞ୍ଚା ଦେବେ ନାହିଁ ଫ୍ରାନ୍ସ । ଏହାକୁ ନେଇ ସାମ୍ବାଦିକମାନେ ରୁଷ୍ ରାଷ୍ଟ୍ରପତି ବ୍ଲାଦିମିର୍ ପୁଟିନଙ୍କୁ ପଚାଥିଲେ । ଏହାର ଜବାବରେ ସେ କହିଛନ୍ତି, ଆଧୁନିକ ଯୁଗରେ କିଛି ବି ଅସମ୍ଭବ ନୁହେଁ । ଯଦି ଏଭଳି ହୁଏ, ତେବେ ତୃତୀୟ ବିଶ୍ବଯୁଦ୍ଧ ବେଶୀ ଦୂର ନୁହେଁ । ଏହାଛଡ଼ା ସେ କହିଛନ୍ତି, ବର୍ତ୍ତମାନ ସମୟରେ ନାଟୋ ସୈନିକ ୟୁକ୍ରେନରେ ରହିଛନ୍ତି । ମସ୍କୋକୁ ଖବର ମିଳିଛି, ୟୁକ୍ରେନରେ ଇଂଲିଶ ଓ ଫ୍ରାନ୍ସ ଭାଷା କହୁଥିବା ଯବାନ ଯୁଦ୍ଧକ୍ଷେତ୍ରରେ ମୁତୟନ ଅଛନ୍ତି । ଏହା ଠିକ୍ କଥା ନୁହେଁ, ଯୁକ୍ରେନ ପାଇଁ କାହିଁକି ଏତେ ସଂଖ୍ୟାରେ ଯବାନ ମୃତ୍ୟୁ ବରଣ କରୁଛନ୍ତି । 

ଋଷ୍‌ ରାଷ୍ଟ୍ରପତି ନିର୍ବାଚନ: ପୁଣି ଥରେ ଚାଲିବ ପୁଟିନଙ୍କ ରାଜ୍

ଋଷ୍ ଫେବ୍ରୁଆରୀ ୨୦୨୨ରେ ଯୁକ୍ରେନ ଉପରେ ଆକ୍ରମଣ କରିଥିଲା । ରାଷ୍ଟ୍ରପତି ପୁଟିନ୍ ୟୁକ୍ରେନ ଯୁଦ୍ଧକୁ ନେଇ କହିଛନ୍ତି, ଆଲୋଚନାରେ ଫ୍ରାନ୍ସ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇପାରିବ । କାରଣ ଏବେବି ସବୁକିଛି ଶେଷ ହୋଇନାହିଁ । ଏହା ସହିତ ସେ କହିଛନ୍ତି, ମୁଁ ପୂର୍ବରୁ କହିଥିଲି, ଏବେ ବି କହୁଛି ଆଲୋଚନା ପାଇଁ ପ୍ରସ୍ତୁତ ଆମେରିକା । ଏହି ବୁଝାମଣା ଏଥିପାଇଁ ହେବ, କାରଣ ଶତ୍ରୁ ଦେଶ ପାଖରୁ ଅସ୍ତ୍ରଶସ୍ତ୍ର ଶେଷ ହୋଇଗଲାଣି ।