ବିଭିନ୍ନ ସମସ୍ୟା ନେଇ ଜିଲାପାଳଙ୍କୁ ଅଭିଯୋଗ କଲେ ସାନଯୋଡ଼ାବାସୀ
କେନ୍ଦୁଝର,୩। ୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ କୁଟୁଗାଁ ପଞ୍ଚାୟତ ଅଧିନସ୍ତ ସାନ ଯୋଡ଼ା ଗ୍ରାମକୁ ସ୍ବାୀନତାର ୭୮ବର୍ଷ ବିତି ଯାଇଥିଲେ ମଧ୍ୟ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇନାହିଁ। ଫଳରେ ଗ୍ରାମ ବାସୀ ଜମିଜମା ସହିତ ଅନ୍ୟାନ୍ୟ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏମିତିକି ରାଜସ୍ବ ଗ୍ରାମର ମାନ୍ୟତା ନ ଥିବାରୁ ଗ୍ରାମରେ ବିକାଶମୂଳକ କାର୍ଯ୍ୟ ମଧ୍ୟ ଆଶାନୁରୂପ ଭାବେ ହୋଇପାରୁନାହିଁ। ଗ୍ରାମର ମଝି ସାହିରୁ ଗୋପାଳ ସାହିର ପ୍ରଭାକର […] The post ବିଭିନ୍ନ ସମସ୍ୟା ନେଇ ଜିଲାପାଳଙ୍କୁ ଅଭିଯୋଗ କଲେ ସାନଯୋଡ଼ାବାସୀ appeared first on Dharitri Odia News.
କେନ୍ଦୁଝର,୩। ୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ କୁଟୁଗାଁ ପଞ୍ଚାୟତ ଅଧିନସ୍ତ ସାନ ଯୋଡ଼ା ଗ୍ରାମକୁ ସ୍ବାୀନତାର ୭୮ବର୍ଷ ବିତି ଯାଇଥିଲେ ମଧ୍ୟ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇନାହିଁ। ଫଳରେ ଗ୍ରାମ ବାସୀ ଜମିଜମା ସହିତ ଅନ୍ୟାନ୍ୟ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏମିତିକି ରାଜସ୍ବ ଗ୍ରାମର ମାନ୍ୟତା ନ ଥିବାରୁ ଗ୍ରାମରେ ବିକାଶମୂଳକ କାର୍ଯ୍ୟ ମଧ୍ୟ ଆଶାନୁରୂପ ଭାବେ ହୋଇପାରୁନାହିଁ। ଗ୍ରାମର ମଝି ସାହିରୁ ଗୋପାଳ ସାହିର ପ୍ରଭାକର ଆରୁକଙ୍କ ଘର ପର୍ଯ୍ୟନ୍ତ ଦାଣ୍ଡଟି ସମ୍ପୂର୍ଣ୍ଣ ମରଣ ଯନ୍ତା ପାଲଟିଛି। ଦାଣ୍ଡର ଉଭୟ ପାର୍ଶ୍ୱରେ ଡ୍ରେନ ନ ଥିବାରୁ ମଇଳା ପାଣି ଦାଣ୍ଡରେ ଲହଡି ଭାଙ୍ଗୁଛି। ଏହାର ସମାଧାନ ନିମନ୍ତେ ଗ୍ରାମବାସୀ ପୂର୍ବରୁ କେନ୍ଦୁଝର ଜିଲାପାଳଙ୍କ ଅଭିଯୋଗ ଶୁଣାଣିର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ ଓ ସୁଫଳ ନ ମିଳିବାରୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରିଥିଲେ ମାତ୍ର ବର୍ତ୍ତମାନ ସୁଦ୍ଧା ସମସ୍ୟାର କୌଣସି ସମାଧାନ ମିଳିପାରି ନାହିଁ। ଏଣୁ ବାଧ୍ୟ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗ୍ରସ୍ତ ସମୟରେ ପ୍ରହଲ୍ଲାଦ ମହାକୁଡ଼, ଜଳଧର ପଲେଇ, ଅଜିତ କୁମାର ବାରିକ, ସୁକଦେ ନାଏକ ପ୍ରନୁଖ ସାକ୍ଷାତ କରି ସାନ ଯୋଡ଼ା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଏବଂ ଗୋପାଳ ସାହି ଦାଣ୍ଡର ଉଭୟ ପାର୍ଶ୍ୱରେ ଡ୍ରେନ ସହିତ କଂକ୍ରିଟ କରିବାକୁ ନିବେଦନ କରିବା ସହିତ ଅବିକଳ ନକଲ କେନ୍ଦୁଝର ଜିଲାପାଳଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି।
The post ବିଭିନ୍ନ ସମସ୍ୟା ନେଇ ଜିଲାପାଳଙ୍କୁ ଅଭିଯୋଗ କଲେ ସାନଯୋଡ଼ାବାସୀ appeared first on Dharitri Odia News.