ସୁରମା ମନ୍ତ୍ରୀ ହେବେ ନା ବାଚସ୍ପତି? ଗଲା ଫୋନ୍‌ କଲ୍‌

ଭୁବନେଶ୍ୱର,୧୨ା୬: ରାଜ୍ୟରେ ଭାଜପା ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ବୁଧବାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝି ଶପଥ ନେବେ। ମୋହନ ଶପଥ ନେବା ସହ ତାଙ୍କ ମନ୍ତ୍ରିମଣ୍ଡଳରେ ଆଉ କେଉଁ ମନ୍ତ୍ରୀ ସାମିଲ ହେବେ ସେନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶପଥ ନେବା ପୂର୍ବରୁ ସମ୍ଭାବ୍ୟ ମନ୍ତ୍ରୀପଦ ପାଇଁ ନବ ନିର୍ବାଚିତ ବିଧାୟକଙ୍କ ନିକଟକୁ ଗୋଟେ ପରେ ଗୋଟେ ଫୋନ୍‌ କଲ୍‌ ଯାଉଛି। ଏହି କ୍ରମରେ ଭାଜପାର ରଣପୁର ବିଧାୟିକା […] The post ସୁରମା ମନ୍ତ୍ରୀ ହେବେ ନା ବାଚସ୍ପତି? ଗଲା ଫୋନ୍‌ କଲ୍‌ appeared first on Dharitri Odia News.

ସୁରମା ମନ୍ତ୍ରୀ ହେବେ ନା ବାଚସ୍ପତି? ଗଲା ଫୋନ୍‌ କଲ୍‌

ଭୁବନେଶ୍ୱର,୧୨ା୬: ରାଜ୍ୟରେ ଭାଜପା ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ବୁଧବାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝି ଶପଥ ନେବେ। ମୋହନ ଶପଥ ନେବା ସହ ତାଙ୍କ ମନ୍ତ୍ରିମଣ୍ଡଳରେ ଆଉ କେଉଁ ମନ୍ତ୍ରୀ ସାମିଲ ହେବେ ସେନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶପଥ ନେବା ପୂର୍ବରୁ ସମ୍ଭାବ୍ୟ ମନ୍ତ୍ରୀପଦ ପାଇଁ ନବ ନିର୍ବାଚିତ ବିଧାୟକଙ୍କ ନିକଟକୁ ଗୋଟେ ପରେ ଗୋଟେ ଫୋନ୍‌ କଲ୍‌ ଯାଉଛି। ଏହି କ୍ରମରେ ଭାଜପାର ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ ନିକଟକୁ ଫୋନ୍‌ କଲ୍‌ ଯାଇଥିବା ସୂଚନା ମିଳିଛି। ଯଦିଓ ସୁରମାଙ୍କ ନିକଟକୁ ଫୋନ୍‌ ଯାଇଛି ତେବେ ସୁରମା ମନ୍ତ୍ରୀ ହେବେ ନା ବାଚସ୍ପତି ସେନେଇ କିଛି ସ୍ପଷ୍ଟ ହୋଇପାରିନାହିଁ।

ସେହିପରି ଚିଲିକା ବିଧାୟକ ପୃଥ୍ବୀରାଜ ହରିଚନ୍ଦନ, ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଗୋପାଳପୁର ବିଧାୟକ ବିଭୂତି ଜେନା, ପାରାଦୀପ ବିଧାୟକ ସମ୍ପଦ ସ୍ବାଇଁ, ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ମୋରଡ଼ା ବିଧାୟକ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିକଟକୁ ମଧ୍ୟ ଫୋନ୍‌ କଲ୍‌ ଯାଇଥିବା ଜଣାପଡ଼ିଛି। ଆଉ କିଛି ସମୟ ପରେ କିଏ ମନ୍ତ୍ରୀ ହେବେ ତାହା ସ୍ପଷ୍ଟ ହୋଇଯିବ।

The post ସୁରମା ମନ୍ତ୍ରୀ ହେବେ ନା ବାଚସ୍ପତି? ଗଲା ଫୋନ୍‌ କଲ୍‌ appeared first on Dharitri Odia News.