ରାଜ୍ୟବାସୀଙ୍କୁ ମିଳିବ ଗୁଣାତ୍ମକ ସେବା: ପୋଲିସ ସେବାରେ ୨୮୫ଟି ଯାନ…

କଟକ,୨୬ା୨ (କାର୍ତ୍ତିକ ସାହୁ) ଓଡ଼ିଶା ପୋଲିସ ସେବାରେ ୨୮୫ଟି ନୂତନ ଯାନକୁ ସାମିଲ କରାଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଅରୁଣ କୁମାର ଷଡ଼ଙ୍ଗୀ ଓଏମ୍‌ପିସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ନୂତନ ଯାନଗୁଡ଼ିକୁ ଜନସାଧାରଣଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିବା ଉଦ୍ଦେଶ୍ୟରେ ସୋମବାର ସନ୍ଧ୍ୟାରେ ଲୋକାର୍ପିତ କରିଛନ୍ତି। ମୋଟ ୮ କୋଟି ୧୮ ଲକ୍ଷ ୩୨ ହଜାର ୪୨୧ ଟଙ୍କା ବ୍ୟୟରେ କିଣା ଯାଇଥିବା ଯାନଗୁଡ଼ିକ ମଧ୍ୟରେ ୭୧ଟି ବୋଲେରୋ, ୯୪ଟି ମୋଟର ସାଇକେଲ ଏବଂ ୧୨୦ଟି […] The post ରାଜ୍ୟବାସୀଙ୍କୁ ମିଳିବ ଗୁଣାତ୍ମକ ସେବା: ପୋଲିସ ସେବାରେ ୨୮୫ଟି ଯାନ… appeared first on Dharitri Odia News.

ରାଜ୍ୟବାସୀଙ୍କୁ ମିଳିବ ଗୁଣାତ୍ମକ ସେବା: ପୋଲିସ ସେବାରେ ୨୮୫ଟି ଯାନ…

କଟକ,୨୬ା୨ (କାର୍ତ୍ତିକ ସାହୁ) ଓଡ଼ିଶା ପୋଲିସ ସେବାରେ ୨୮୫ଟି ନୂତନ ଯାନକୁ ସାମିଲ କରାଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଅରୁଣ କୁମାର ଷଡ଼ଙ୍ଗୀ ଓଏମ୍‌ପିସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ନୂତନ ଯାନଗୁଡ଼ିକୁ ଜନସାଧାରଣଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିବା ଉଦ୍ଦେଶ୍ୟରେ ସୋମବାର ସନ୍ଧ୍ୟାରେ ଲୋକାର୍ପିତ କରିଛନ୍ତି। ମୋଟ ୮ କୋଟି ୧୮ ଲକ୍ଷ ୩୨ ହଜାର ୪୨୧ ଟଙ୍କା ବ୍ୟୟରେ କିଣା ଯାଇଥିବା ଯାନଗୁଡ଼ିକ ମଧ୍ୟରେ ୭୧ଟି ବୋଲେରୋ, ୯୪ଟି ମୋଟର ସାଇକେଲ ଏବଂ ୧୨୦ଟି ସ୍କୁଟି ରହିଛି।
ଏହି ଯାନଗୁଡ଼ିକ ଦ୍ୱାରା ପୋଲିସ୍‌ର କାର୍ଯ୍ୟ ଦକ୍ଷତା ବୃଦ୍ଧି ହେବା ସହ ଅପରାଧ ତଦନ୍ତ, ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ, ସାଧାରଣ ଜନତାଙ୍କ ପାଇଁ ସୁରକ୍ଷିତ ପରିବେଶ ଗଢ଼ିବା, ଅପରାଧର ସମାଧାନ, ନ୍ୟାୟ ସୁନିଶ୍ଚିତ କରିବା ଏବଂ ଜରୁରୀ ସମୟରେ ତ୍ୱରିତ ପଦକ୍ଷେପ ଆଦି କାର୍ଯ୍ୟରେ ଉନ୍ନତି ଆଣିବା ପାଇଁ ଯାନଗୁଡିକ ସହାୟକ ହେବ ବୋଲି ଡିଜିପି ଷଡ଼ଙ୍ଗୀ ମତବ୍ୟକ୍ତ କରିଛନ୍ତି। ଡିଜିପି ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ଘଟୁଥିବା ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ମହିଳା ଓ ଶିଶୁ ଡେସ୍କ କାର୍ଯ୍ୟ କରୁଛି। ଏହାକୁ ଆହୁରି ସୁଦୃଢ କରିବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ବିଭାଗ ପକ୍ଷରୁ ନିର୍ଭୟା ଯୋଜନାରେ ୧୨୦ଟି ସ୍କୁଟି ପ୍ରଦାନ କରାଯାଇଛି। ଫଳରେ ମହିଳା ପୋଲିସମାନେ ଅଭିଯୋଗ ଶୁଣାଣି ଏବଂ ଅପରାଧର ତଦନ୍ତ ତୁଲାଇବାରେ ସକ୍ଷମ ହୋଇପାରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ରାଜ୍ୟ ପୋଲିସକୁ ଆଧୁନୀକିକରଣ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ଆଗାମୀ ଦିନରେ ରାଜ୍ୟବାସୀଙ୍କୁ ଗୁଣାତ୍ମକ ସେବା ପ୍ରଦାନ କରିବା ଉପରେ ସହାୟକ ହେବ ବୋଲି ଡିଜିପି ମତବ୍ୟକ୍ତ କରିଛନ୍ତି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏଚଆରପିସି) ଲଳିତ ଦାସ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଆର. କେ. ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ ବ୍ରାଞ୍ଚ) ଅରୁଣ କୁମାର ବୋଥ୍ରା ଏବଂ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇଜିପି ଏସ୍‌ ସାଇନି ଯାନଗୁଡ଼ିକ ପୋଲିସ ବିଭାଗରେ ସାମିଲ ହେବା ଦ୍ୱାରା କ୍ରିୟାଶୀଳ ହୋଇ କାର୍ଯ୍ୟ କରିବ ଏବଂ ଲୋକଙ୍କୁ ତ୍ୱରିତ ସେବା ପ୍ରଦାନ କରିବାରେ ସକ୍ଷମ ହେବ ବୋଲି କହିଛନ୍ତି। ଆଇ.ଜି (ପ୍ରୋଭିଜନିଙ୍ଗ) ଯତୀନ୍ଦ୍ର କୋୟଲ ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବରିଷ୍ଠ ପୋଲିସ ଅଧିକାରୀଗଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

The post ରାଜ୍ୟବାସୀଙ୍କୁ ମିଳିବ ଗୁଣାତ୍ମକ ସେବା: ପୋଲିସ ସେବାରେ ୨୮୫ଟି ଯାନ… appeared first on Dharitri Odia News.