ମମତା ଭାଜପାରେ ସାମିଲ ନେଇ ବିଜେଡି ଦେଲା ସାଂଘାତିକ ପ୍ରତିକ୍ରିୟା

ଭୁବନେଶ୍ୱର,୧।୮: ଭାଜପାରେ ମମତା ମହାନ୍ତ ସାମିଲ ହେବା ନେଇ ବିଜେଡି ପ୍ରତିକ୍ରିୟା ଦେଇଛି। ମମତା ବ୍ୟକ୍ତିଗତ ସ୍ବାର୍ଥ୍ୟ ପାଇଁ ଇସ୍ତଫା ଦେଇଛନ୍ତି ବୋଲି ବିଜେଡି ନେତା ଲେନିନ ମହାନ୍ତି କହିଛନ୍ତି। ଅନ୍ୟପଟେ, ମମତା ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଭିତ୍ତିହୀନ ବୋଲି ସରେଜିନୀ ହେମ୍ବ୍ରମ କହିଛନ୍ତି। ସେ କହିଛନ୍ତି, ମୟୁରଭଞ୍ଜବାସୀଙ୍କୁ ମମତା ଧୋକା ଦେଇଛନ୍ତି, ଲୋକ ଏହାର ଜବାବ ଦେବେ। ଯଦି ସମାଜର ମଙ୍ଗଳ ଚାହୁଁଥିଲେ ତା’ହେଲେ ଖାଲି ଦଳରୁ ଇସ୍ତଫା ଦେଇଥାନ୍ତେ। ମମତା ମହାନ୍ତ ଗୁରୁବାର […] The post ମମତା ଭାଜପାରେ ସାମିଲ ନେଇ ବିଜେଡି ଦେଲା ସାଂଘାତିକ ପ୍ରତିକ୍ରିୟା appeared first on Dharitri Odia News.

ମମତା ଭାଜପାରେ ସାମିଲ ନେଇ ବିଜେଡି ଦେଲା ସାଂଘାତିକ ପ୍ରତିକ୍ରିୟା

ଭୁବନେଶ୍ୱର,୧।୮: ଭାଜପାରେ ମମତା ମହାନ୍ତ ସାମିଲ ହେବା ନେଇ ବିଜେଡି ପ୍ରତିକ୍ରିୟା ଦେଇଛି। ମମତା ବ୍ୟକ୍ତିଗତ ସ୍ବାର୍ଥ୍ୟ ପାଇଁ ଇସ୍ତଫା ଦେଇଛନ୍ତି ବୋଲି ବିଜେଡି ନେତା ଲେନିନ ମହାନ୍ତି କହିଛନ୍ତି। ଅନ୍ୟପଟେ, ମମତା ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଭିତ୍ତିହୀନ ବୋଲି ସରେଜିନୀ ହେମ୍ବ୍ରମ କହିଛନ୍ତି। ସେ କହିଛନ୍ତି, ମୟୁରଭଞ୍ଜବାସୀଙ୍କୁ ମମତା ଧୋକା ଦେଇଛନ୍ତି, ଲୋକ ଏହାର ଜବାବ ଦେବେ। ଯଦି ସମାଜର ମଙ୍ଗଳ ଚାହୁଁଥିଲେ ତା’ହେଲେ ଖାଲି ଦଳରୁ ଇସ୍ତଫା ଦେଇଥାନ୍ତେ।

ମମତା ମହାନ୍ତ ଗୁରୁବାର ଭାଜପା ଦିଲ୍ଲୀ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଏହି ସମୟରେ ସାଧାରଣ ସଂପାଦକ ଅରୁଣ ସିଂ, ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ସହ ବହୁ ନେତା ଉପସ୍ଥିତ ଥିଲେ। ମମତା ବୁଧବାର ବିଜେଡିରୁ ଇସ୍ତଫା ଦେଇଥିଲେ।

The post ମମତା ଭାଜପାରେ ସାମିଲ ନେଇ ବିଜେଡି ଦେଲା ସାଂଘାତିକ ପ୍ରତିକ୍ରିୟା appeared first on Dharitri Odia News.