୨୦୨୪ରେ ରିଲାଏନ୍ସ ରିଟେଲର ୭୭୯ ନୂଆ ଷ୍ଟୋର

ମୁମ୍ବାଇ,୧୮।୧(ଅଭୟ ଦାଶ): ୨୦୨୪ କ୍ୟାଲେଣ୍ଡର ଇୟରରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ (ଆର୍‌ଆର୍‌ଭିଏଲ୍‌) ମୋଟ ୭୭୯ ନୂଆ ଷ୍ଟୋର ଖୋଲିଛି। ଏହାର ଅର୍ଥ ହେଉଛି କମ୍ପାନୀ ଗତ ବର୍ଷ ପ୍ରତିଦିନ ୨ରୁ ଅଧିକ ନୂଆ ଷ୍ଟୋର ଖୋଲିଥିଲା ଯାହା ଏକ ରେକର୍ଡ ବୋଲି କୁହାଯାଉଛି। ସାରା ଦେଶରେ ରିଲାଏନ୍ସ ରିଟେଲ ଷ୍ଟୋର ସଂଖ୍ୟା ବର୍ତ୍ତମାନ ୧୯,୧୦୨କୁ ବୃଦ୍ଧି ପାଇଛି, ଯେଉଁଥିରେ ଗତ ବର୍ଷ ୨୯ କୋଟି ୬୦ ଲକ୍ଷ ଗ୍ରାହକ ଶପିଂ ପାଇଁ ଆସିଥିଲେ। ଏହି ତଥ୍ୟ […] The post ୨୦୨୪ରେ ରିଲାଏନ୍ସ ରିଟେଲର ୭୭୯ ନୂଆ ଷ୍ଟୋର appeared first on Dharitri Odia News.

୨୦୨୪ରେ ରିଲାଏନ୍ସ ରିଟେଲର ୭୭୯ ନୂଆ ଷ୍ଟୋର

ମୁମ୍ବାଇ,୧୮।୧(ଅଭୟ ଦାଶ): ୨୦୨୪ କ୍ୟାଲେଣ୍ଡର ଇୟରରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ (ଆର୍‌ଆର୍‌ଭିଏଲ୍‌) ମୋଟ ୭୭୯ ନୂଆ ଷ୍ଟୋର ଖୋଲିଛି। ଏହାର ଅର୍ଥ ହେଉଛି କମ୍ପାନୀ ଗତ ବର୍ଷ ପ୍ରତିଦିନ ୨ରୁ ଅଧିକ ନୂଆ ଷ୍ଟୋର ଖୋଲିଥିଲା ଯାହା ଏକ ରେକର୍ଡ ବୋଲି କୁହାଯାଉଛି। ସାରା ଦେଶରେ ରିଲାଏନ୍ସ ରିଟେଲ ଷ୍ଟୋର ସଂଖ୍ୟା ବର୍ତ୍ତମାନ ୧୯,୧୦୨କୁ ବୃଦ୍ଧି ପାଇଛି, ଯେଉଁଥିରେ ଗତ ବର୍ଷ ୨୯ କୋଟି ୬୦ ଲକ୍ଷ ଗ୍ରାହକ ଶପିଂ ପାଇଁ ଆସିଥିଲେ। ଏହି ତଥ୍ୟ ରିଲାଏନ୍ସର ତ୍ରୈମାସିକ ଆର୍ଥତ୍କ ଫଳାଫଳରେ ପ୍ରକାଶ ପାଇଛି। ୨୦୨୪ ଅକ୍ଟୋବରରୁ ଡିସେମ୍ବର ବା ଚଳିତ ଆର୍ଥତ୍କ ବର୍ଷର ତୃତୀୟ ତ୍ରୈମାସରେ ଆର୍‌ଆର୍‌ଭିଏଲ୍‌ ୯୦,୩୩୩ କୋଟି ଟଙ୍କାର ରାଜସ୍ବ ହାସଲ କରିଛି। ଏହା ଗତ ବର୍ଷ ସମାନ ସମୟ ତୁଳନାରେ ୮.୮% ଅଧିକ ରହିଛି। ଏ ସମ୍ପର୍କରେ ଆର୍‌ଆର୍‌ଭିଏଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକା ଇଶା ଅମ୍ବାନୀ କହିଛନ୍ତି, ଉତ୍ସବର ଶପିଂ ବଳରେ ରିଲାଏନ୍ସ ରିଟେଲ ଏହି ତ୍ରୈମାସରେ ଚମକତ୍ାର ପ୍ରଦର୍ଶନ କରିଛି। ସୁଲଭ ମୂଲ୍ୟରେ ବିବିଧ ଏବଂ ଗୁଣାତ୍ମକ ଉତ୍ପାଦ ଉପରେ ଧ୍ୟାନ ଗ୍ରାହକଙ୍କୁ ଆମର ଷ୍ଟୋର ଏବଂ ଡିଜିଟାଲ ପ୍ଲାଟ୍‌ଫର୍ମ ପ୍ରତି ଆକର୍ଷିତ କରିଛି। କମ୍ପାନୀ ପ୍ରତ୍ୟେକ ବର୍ଗରେ ଚମକତ୍ାର ପ୍ରଦର୍ଶନକରି ବଜାରରେ ନିଜର ଅଗ୍ରଣୀ ସ୍ଥାନ ବଜାୟ ରଖିଛି।

The post ୨୦୨୪ରେ ରିଲାଏନ୍ସ ରିଟେଲର ୭୭୯ ନୂଆ ଷ୍ଟୋର appeared first on Dharitri Odia News.