ପ୍ରଫୁଲ୍ଲଙ୍କୁ ପଞ୍ଚମଥର ପାଇଁ ମିଳିଲା ବିଜେଡି ଟିକେଟ୍
କାମାକ୍ଷାନଗର,୨୭।୩(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ୫୭ ବିଧାନସଭା ପାଇଁ ପ୍ରଫୁଲ୍ଲ କୁମାର ମଲ୍ଲିକକୁ ପୂନର୍ବାର ବିଜେଡି ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳର ସୁପ୍ରିମୋ ଏହା ଘୋଷଣା କରିବା ପରେ ଦଳୀୟ କର୍ମୀଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। ଟିକେଟ ଘୋଷଣା ପରେ ପ୍ରତିକ୍ରିୟାରେ ପ୍ରଫୁଲ୍ଲ କୁହନ୍ତି, ଦଳ ତଥା ଦଳର ସୁପ୍ରିମୋ ମୋ ଉପରେ ପୂନର୍ବାର ଆସ୍ଥା ପ୍ରକଟ କରିଥିବାରୁ ସଭାପତିଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କର ବିଶ୍ବାସକୁ କାର୍ଯ୍ୟରେ […] The post ପ୍ରଫୁଲ୍ଲଙ୍କୁ ପଞ୍ଚମଥର ପାଇଁ ମିଳିଲା ବିଜେଡି ଟିକେଟ୍ appeared first on Dharitri Odia News.
କାମାକ୍ଷାନଗର,୨୭।୩(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ୫୭ ବିଧାନସଭା ପାଇଁ ପ୍ରଫୁଲ୍ଲ କୁମାର ମଲ୍ଲିକକୁ ପୂନର୍ବାର ବିଜେଡି ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳର ସୁପ୍ରିମୋ ଏହା ଘୋଷଣା କରିବା ପରେ ଦଳୀୟ କର୍ମୀଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। ଟିକେଟ ଘୋଷଣା ପରେ ପ୍ରତିକ୍ରିୟାରେ ପ୍ରଫୁଲ୍ଲ କୁହନ୍ତି, ଦଳ ତଥା ଦଳର ସୁପ୍ରିମୋ ମୋ ଉପରେ ପୂନର୍ବାର ଆସ୍ଥା ପ୍ରକଟ କରିଥିବାରୁ ସଭାପତିଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କର ବିଶ୍ବାସକୁ କାର୍ଯ୍ୟରେ କରି ଦେଖାଇବି ବୋଲି କହିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ ଓ ସ୍ଥାନୀୟ ବିଜେଡ଼ି କର୍ମୀଙ୍କ ନିଷ୍ଠା ପାଇଁ ଏଠାରେ ପୁଣି ବିଜେଡି ବିପୁଳ ଭୋଟ ବ୍ୟବଧାନରେ ବିଜଗୟ ହାସଲ କରି ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାରେ ସହଯୋଗ କରିବ ବୋଲି କହିଥିଲେ।
The post ପ୍ରଫୁଲ୍ଲଙ୍କୁ ପଞ୍ଚମଥର ପାଇଁ ମିଳିଲା ବିଜେଡି ଟିକେଟ୍ appeared first on Dharitri Odia News.