NCB, CBI, RBI ପରିଚୟରେ ବ୍ଲାକମେଲ କରୁଥିବା ଠକ ଗିରଫ, ଟାର୍ଗେଟରେ ଝିଅ

ଭୁବନେଶ୍ୱର: ଅର୍ଥନୈତିକ ଅପରାଧ ଶାଖା ହାତରେ ବ୍ଲାକମେଲର କୋରିଅର ଠକ। NCB, CBI, RBI ପରିଚୟରେ ବ୍ଲାକମେଲ କରୁଥିବା ଠକ... The post NCB, CBI, RBI ପରିଚୟରେ ବ୍ଲାକମେଲ କରୁଥିବା ଠକ ଗିରଫ, ଟାର୍ଗେଟରେ ଝିଅ appeared first on .

NCB, CBI, RBI ପରିଚୟରେ ବ୍ଲାକମେଲ କରୁଥିବା ଠକ ଗିରଫ, ଟାର୍ଗେଟରେ ଝିଅ

ଭୁବନେଶ୍ୱର: ଅର୍ଥନୈତିକ ଅପରାଧ ଶାଖା ହାତରେ ବ୍ଲାକମେଲର କୋରିଅର ଠକ। NCB, CBI, RBI ପରିଚୟରେ ବ୍ଲାକମେଲ କରୁଥିବା ଠକ ଗିରଫ। ହିମାଚଳ ପ୍ରଦେଶ ଯମୁନା ନଗର ଜିଲ୍ଲାର ରଜତ କୁମାର ଗିରଫ। ରଜତକୁ ଗିରଫ ପରେ କୋର୍ଟ ଚାଲାଣ କଲା EOW। ନୟାପଲ୍ଲୀ ଅଞ୍ଚଳର ରତ୍ନା ତ୍ରିପାଠୀଙ୍କ ଅଭିଯୋଗ କ୍ରମେ ଗିରଫ କରିଛି EOW। ୧୯ ଜୁନ ୨୦୨୩ରେ ରତ୍ନା ଏକ ଫୋନ କଲ୍ ପାଇଥିଲେ।

ଫୋନ କଲରେ ରତ୍ନାଙ୍କ ନିକଟକୁ ଏକ ପାର୍ଶଲ ଆସୁଥିବା କହିଥିଲେ ଠକ। ଯେଉଁ ପାର୍ଶଲରେ କିଛି ପାସପୋର୍ଟ ସହ ଡ୍ରଗ୍ସ ଜବତ ହୋଇଥିବା କୁହାଯାଇଥିଲା। NCB ଘଟଣାର ତଦନ୍ତ ଭାର ନେଇଥିବା ସେହି ଫୋନ କଲରେ କୁହାଯାଇଥିଲା। ଭୟଭୀତ ହୋଇ Skype ରେ ଯୋଗାଯୋଗ କରିବା ମାତ୍ରେ ଠକେଇ ପାଇଁ ଜାଲ ବିଛାଇଥିଲେ ଠକ। ନାର୍କୋଟିକ୍ସ ସ୍ମଗଲିଂ ଓ ମନି ଲଣ୍ଡରିଂର ଭୟ ଦେଖାଇ ଆରମ୍ଭ ହୋଇଥିଲା ବ୍ଲାକମେଲ। ଶେଷରେ ଭୟଭୀତ ହୋଇ ଠକଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ ଏତଲାକାରୀ।

ତଦନ୍ତ ପରେ ସାରା ଦେଶରୁ ଅଭିଯୁକ୍ତ ୫ କୋଟି ୫୮ ଲକ୍ଷ ଠକିଥିବା ଜଣାପଡିଛି। ଠକେଇରେ ବ୍ୟବହୃତ ୧୭ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଛି। ମାଷ୍ଟରମାଇଣ୍ଡ ଦୁବାଇରେ ଲୁଚିଥିବା ସୂଚନା ପାଇଛି EOW। କେସ ନମ୍ବର ୨୦ ଦଫା ୪୧୯, ୪୨୦, ୪୬୭, ୪୬୮, ୪୭୧, ୧୨୦ ବି ଓ IT ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି ।

The post NCB, CBI, RBI ପରିଚୟରେ ବ୍ଲାକମେଲ କରୁଥିବା ଠକ ଗିରଫ, ଟାର୍ଗେଟରେ ଝିଅ appeared first on .