ବର୍ଷକୁ ଦୁଇଟି ଗ୍ୟାସ ସିଲିଣ୍ଡର ମାଗଣା ମିଳିବ, ବଡ଼ ଘୋଷଣା କଲେ…
ନୂଆଦିଲ୍ଲୀ,୨୧।୯: ଜମ୍ମୁ କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଜମ୍ମୁରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଏକ ସମାବେଶକୁ ସମ୍ବୋଧିତ କରି ବଡ ଘୋଷଣା କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଇଦ ଏବଂ ମହରମ ଅବସରରେ ବର୍ଷକୁ ଦୁଇଟି ଗ୍ୟାସ ସିଲିଣ୍ଡର ମାଗଣାରେ ଦିଆଯିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମେହେନ୍ଦରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କହିଛନ୍ତି, ଜମ୍ମୁ କଶ୍ମୀରରେ […] The post ବର୍ଷକୁ ଦୁଇଟି ଗ୍ୟାସ ସିଲିଣ୍ଡର ମାଗଣା ମିଳିବ, ବଡ଼ ଘୋଷଣା କଲେ… appeared first on Dharitri Odia News.
ନୂଆଦିଲ୍ଲୀ,୨୧।୯: ଜମ୍ମୁ କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଜମ୍ମୁରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଏକ ସମାବେଶକୁ ସମ୍ବୋଧିତ କରି ବଡ ଘୋଷଣା କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଇଦ ଏବଂ ମହରମ ଅବସରରେ ବର୍ଷକୁ ଦୁଇଟି ଗ୍ୟାସ ସିଲିଣ୍ଡର ମାଗଣାରେ ଦିଆଯିବ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମେହେନ୍ଦରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କହିଛନ୍ତି, ଜମ୍ମୁ କଶ୍ମୀରରେ ଅବଦୁଲ୍ଲା, ମୁଫତି ଏବଂ ନେହେରୁ-ଗାନ୍ଧୀ ପରିବାର ୯୦ ଦଶକରୁ ବର୍ତ୍ତମାନ ଯାଏଁ ଆତଙ୍କବାଦ ବିସ୍ତାର କରିଛନ୍ତି। କିନ୍ତୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ସରକାର ଜମ୍ମୁ କଶ୍ମୀରରୁ ଆତଙ୍କବାଦକୁ ସମାପ୍ତ କରିଛି। ଏଠାରେ ଥିବା ଯୁବକମାନଙ୍କୁ ପଥର ବଦଳରେ ହାତରେ ଲାପଟପ ଦିଆଯାଇଛି।
ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ଏହି ନିର୍ବାଚନ ଜମ୍ମୁ କଶ୍ମୀରରେ ତିନି ପରିବାରର ଶାସନକୁ ଶେଷ କରିବାକୁ ଯାଉଛି। ଅବଦୁଲ୍ଲା ପରିବାର, ମୁଫତି ପରିବାର ଏବଂ ନେହେରୁ-ଗାନ୍ଧୀ ପରିବାର, ଏହି ତିନି ପରିବାର ଏଠାରେ ଗଣତନ୍ତ୍ରକୁ ନିୟନ୍ତ୍ରଣରେ ରଖିଥିଲେ। ଯଦି ୨୦୧୪ରେ ମୋଦିଜୀ ସରକାର ଆସି ନ ଥାନ୍ତେ, ତେବେ ପଞ୍ଚାୟତ, ବ୍ଲକ ଏବଂ ଜିଲା ନିର୍ବାଚନ ହୋଇ ନ ଥାନ୍ତା। ପ୍ରତି ମହିଳାଙ୍କ ହିସାବରେ ୧୮ ହଜାର ଟଙ୍କା ମିଳିବ।
The post ବର୍ଷକୁ ଦୁଇଟି ଗ୍ୟାସ ସିଲିଣ୍ଡର ମାଗଣା ମିଳିବ, ବଡ଼ ଘୋଷଣା କଲେ… appeared first on Dharitri Odia News.