ଖୁବଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର
ନୂଆଦିଲ୍ଲୀ,୭।୩: ଲୋକ ସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କୁ ସରକାରଙ୍କ ପକ୍ଷରୁ ଏକ ଉପହାର ମିଳିପାରେ। ବସୂଚନାନୁସାରେ, କେନ୍ଦ୍ର ମହଙ୍ଗ ଭତ୍ତା (ଡିଏ) କୁ ଚାରି ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଯିବ। ଆଜି ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ କର୍ମଚାରୀଙ୍କ ପାଇଁ ଏକ ବଡ ନିଷ୍ପତ୍ତି ନିଆଯାଇପାରେ। ମହଙ୍ଗା ଭତ୍ତାକୁ ଚାରି ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି କ୍ୟାବିନେଟ ଅନୁମୋଦନ ହେବ ବୋଲି ଚର୍ଚ୍ଚା ହେଉଛି। ବର୍ଦ୍ଧିତ ଡିଏକୁ ଚଳିତ […] The post ଖୁବଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର appeared first on Dharitri Odia News.
ନୂଆଦିଲ୍ଲୀ,୭।୩: ଲୋକ ସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କୁ ସରକାରଙ୍କ ପକ୍ଷରୁ ଏକ ଉପହାର ମିଳିପାରେ। ବସୂଚନାନୁସାରେ, କେନ୍ଦ୍ର ମହଙ୍ଗ ଭତ୍ତା (ଡିଏ) କୁ ଚାରି ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଯିବ। ଆଜି ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ କର୍ମଚାରୀଙ୍କ ପାଇଁ ଏକ ବଡ ନିଷ୍ପତ୍ତି ନିଆଯାଇପାରେ। ମହଙ୍ଗା ଭତ୍ତାକୁ ଚାରି ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି କ୍ୟାବିନେଟ ଅନୁମୋଦନ ହେବ ବୋଲି ଚର୍ଚ୍ଚା ହେଉଛି। ବର୍ଦ୍ଧିତ ଡିଏକୁ ଚଳିତ ବର୍ଷ ଜାନୁୟାରୀ ୧ରୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହାର ଅର୍ଥ ହେଉଛି ହୋଲି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀମାନେ କିଛି ଭଲ ଖବର ପାଇପାରିବେ।
ସରକାରଙ୍କ ଏହି ନିଷ୍ପତ୍ତିରୁ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ। ଡିଏ ବୃଦ୍ଧି ସହିତ ସରକାରୀ କର୍ମଚାରୀଙ୍କ ଦରମା ମଧ୍ୟ ବୃଦ୍ଧି ପାଇବ। ଏହାପୂର୍ବରୁ ଗତ ବର୍ଷ ଅକ୍ଟୋବରରେ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା। କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତିରେ ୪୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପ୍ରାୟ ୬୮ ଲକ୍ଷ ପେନସନଭୋଗୀ ଉପକୃତ ହେବେ।
ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ଗ୍ରହଣ କରୁଥିବା ମହଙ୍ଗା ଭତ୍ତା ୪୬%, ଯାହା ଏହି ସମ୍ଭାବ୍ୟ ବୃଦ୍ଧି ପରେ ୫୦% ହୋଇଯିବ।
The post ଖୁବଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର appeared first on Dharitri Odia News.