ରୋଗୀଙ୍କୁ ଦିଆଯାଉଛି ଏକ୍ସପାଏରି ରକ୍ତ

ନୀଳଗିରି, ୨।୧୨(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ମେଡ଼ିକାଲରେ ପ୍ରସବ ପରେ ଜଣେ ମହିଳାଙ୍କୁ ଏକ୍ସପାଏରୀ ରକ୍ତ ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ନୀଳଗିରି ଏନ୍‌ଏସି ୮ନଂ. ୱାର୍ଡ଼ର ରବୀନ୍ଦ୍ର କୁଅଁରଙ୍କ ସ୍ତ୍ରୀ ସସ୍ମିତାଙ୍କ ଗତ ସୋମବାର ସିଜରିଂ କରାଯାଇ ପ୍ରସବ କରାଯାଇଥିଲା। ଏନେଇ ଶୁକ୍ରବାର ରକ୍ତ ଆବଶ୍ୟକତା ପଡିଥିଲା। ତେବେ ନୀଳଗିରି ବ୍ଲଡ୍‌ ବ୍ୟାଙ୍କ ପରିସରରୁ ରକ୍ତ ଆଣି ଦେବା ସମୟରେ ମହିଳାଙ୍କ ସ୍ବାମୀ ବ୍ଲଡ୍‌ ପ୍ୟାକେଟରେ ରକ୍ତର ଅବଧି ସରିଯାଇଥିବା ଜାଣିବାକୁ […] The post ରୋଗୀଙ୍କୁ ଦିଆଯାଉଛି ଏକ୍ସପାଏରି ରକ୍ତ appeared first on Dharitri Odia News.

ରୋଗୀଙ୍କୁ ଦିଆଯାଉଛି ଏକ୍ସପାଏରି ରକ୍ତ

ନୀଳଗିରି, ୨।୧୨(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ମେଡ଼ିକାଲରେ ପ୍ରସବ ପରେ ଜଣେ ମହିଳାଙ୍କୁ ଏକ୍ସପାଏରୀ ରକ୍ତ ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ନୀଳଗିରି ଏନ୍‌ଏସି ୮ନଂ. ୱାର୍ଡ଼ର ରବୀନ୍ଦ୍ର କୁଅଁରଙ୍କ ସ୍ତ୍ରୀ ସସ୍ମିତାଙ୍କ ଗତ ସୋମବାର ସିଜରିଂ କରାଯାଇ ପ୍ରସବ କରାଯାଇଥିଲା। ଏନେଇ ଶୁକ୍ରବାର ରକ୍ତ ଆବଶ୍ୟକତା ପଡିଥିଲା। ତେବେ ନୀଳଗିରି ବ୍ଲଡ୍‌ ବ୍ୟାଙ୍କ ପରିସରରୁ ରକ୍ତ ଆଣି ଦେବା ସମୟରେ ମହିଳାଙ୍କ ସ୍ବାମୀ ବ୍ଲଡ୍‌ ପ୍ୟାକେଟରେ ରକ୍ତର ଅବଧି ସରିଯାଇଥିବା ଜାଣିବାକୁ ପାଇଥିଲେ। ଉକ୍ତ ବ୍ଲଡ୍‌ ପ୍ୟାକେଟରେ ରକ୍ତ ସଂଗ୍ରହ ତାରିଖ ସେପ୍ଟେମ୍ବର ୨୦୨୧ ରହିଥିବା ବେଳେ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ଏହାର ଅବଧି ଉଲ୍ଲେଖ ରହିଛି। ହେଲେ ବ୍ଲଡ ବ୍ୟାଙ୍କ ପକ୍ଷରୁ ହାତରେ ୧୪ ଡିସେମ୍ବର ୨୦୨୪ ମସିହା ଲେଖାରହିଛି। ତାହା ଜାଣି ଏହାକୁ ରକ୍ତଭଣ୍ଡାରରେ ଫେରାଇବା ପରେ ବ୍ଲଡ୍‌ ବ୍ୟାଙ୍କ କର୍ମଚାରୀ ନୂଆ ରକ୍ତ ଧରାଇ ଦେଇଥିଲେ। ଏନେଇ ମହିଳାଙ୍କ ସ୍ବାମୀ ଅଭିଯୋଗ କରିବା ପରେ ମଧ୍ୟ ବିଭାଗୀୟ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି। ତେବେ ନୀଳଗିରି ମେଡିକାଲର ବ୍ଲଡ୍‌ ବ୍ୟାଙ୍କ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ ଏଭଳି ଘଟଣା ଘଟିଥିବା ସାଧାରଣରେ ଆଲୋଚନା ହେଉଛି। ତେବେ ବିଭାଗୀୟ ଅଧିକାରୀ ତୁରନ୍ତ ଏହାର ସମାଧାନ ନ କଲେ କେତେବେଳେ ଯେ ଏଭଳି ରୋଗୀଙ୍କ ଜୀବନ ଯିବ ତାହା କହିବା ମୁସ୍କିଲ।
ଏନେଇ ନୀଳଗିରି ମେଡିକାଲର ଏସଡିଏମ୍‌ଓ ସରୋଜିନୀ ପ୍ରଧାନଙ୍କ ପ୍ରତିକ୍ରିୟା ନେବାରୁ ଏନେଇ ତଦନ୍ତ ଚାଲିଥିବା କହିଛନ୍ତି।

The post ରୋଗୀଙ୍କୁ ଦିଆଯାଉଛି ଏକ୍ସପାଏରି ରକ୍ତ appeared first on Dharitri Odia News.