ମିଆଁମାର ଭୂକମ୍ପ; ମୃତ୍ୟୁସଂଖ୍ୟା ୨୭୦୦ ପାର, ଏବେ ବି ଚାଲିଛି ଉଦ୍ଧାରକାର୍ଯ୍ୟ

ନୂଆଦିଲ୍ଲୀ ୦୨।୦୪; ମିଆଁମାରରେ ଆସିଥିବା ଭୟଙ୍କର ଭୂମିକମ୍ପ ପାଇଁ ହାହାକାର ପରିସ୍ଥିତି। ଏହି ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ି ୨,୭୧୯ରେ ପହଞ୍ଚିଛି । ଦେଶର ସୈନ୍ୟ ସରକାରଙ୍କ ଆକଳନ ଅନୁସାରେ ଏହା ୩ ହଜାର ଟପିବାର ଆଶଙ୍କା ରହିଛି । ସେହିପରି ଆହତଙ୍କ ସଂଖ୍ୟା ୪,୫୦୦ ଟପିଛି । ଏବେ ବି ପ୍ରାୟ ୪୫୦ ଜଣ ନିଖୋଜ ଅଛନ୍ତି । ବିପର୍ଯ୍ୟୟ ପରେ ଦେଶରେ ୭ ଦିନିଆ ଶୋକ ପାଳନ ପାଇଁ ଘୋଷଣା ହୋଇଛି । ଏପ୍ରିଲ ୬ ପର୍ଯ୍ୟନ୍ତ ଦେଶରେ ଜାତୀୟ ପତାକା ଅଧା ନଇଁ ରହିବ ବୋଲି ମିଲିଟାରୀ ସରକାରର ପ୍ରବକ୍ତା କହିଛନ୍ତି ।  ଗତ ମାର୍ଚ୍ଚ ୨୮ରେ ମ୍ୟାଁମାରରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଆସିଥିଲା । ଅନ୍ୟପକ୍ଷରେ ଭାରତୀୟ ନୌସେନା ଜାହାଜ ଆଇଏନ୍‌ଏସ୍‌ ସତପୁରା ଏବଂ ଆଇଏନ୍‌ଏସ୍‌ ସାବିତ୍ରୀ ପ୍ରାୟ ୪୦ ଟନ୍‌ ଜରୁରି ସାମଗ୍ରୀ ନେଇ ମ୍ୟାଁମାରର ୟାଙ୍ଗୁନ୍‌ରେ ପହଞ୍ଚିଛି ।ଏହା ପୂର୍ବରୁ ମାର୍ଚ୍ଚ ୩୦ରେ ଆଇଏନ୍‌ଏସ୍‌ କର୍ମୁକ ଏବଂ ଏଲ୍‌ସିୟୁ ୫୨ ଶ୍ରୀବିଜୟପୁରମ୍‌ରୁ ୩୦ ଟନ୍‌ ରିଲିଫ୍‌ ସାମଗ୍ରୀ ନେଇ ଯାଇଥିଲା । ରିଲିଫ୍‌ କାମକୁ ଅଧିକ ତ୍ୱରାନ୍ୱିତ କରିବା ଲାଗି ଭାରତୀୟ ନୌସେନା ଜାହାଜ ଘଡ଼ିଆଳରେ ପ୍ରାୟ ୪୪୦ ଟନ୍‌ ସାମଗ୍ରୀ ପଠାଯିବ । ଏଥିରେ ଚାଉଳ, ଡାଲି, ତେଲ, ଔଷଧ ଆଦି ସହ ଅନ୍ୟ ଜରୁରି ସାମଗ୍ରୀ ରହିଛି । 

ମିଆଁମାର ଭୂକମ୍ପ; ମୃତ୍ୟୁସଂଖ୍ୟା ୨୭୦୦ ପାର, ଏବେ ବି ଚାଲିଛି ଉଦ୍ଧାରକାର୍ଯ୍ୟ

ନୂଆଦିଲ୍ଲୀ ୦୨।୦୪; ମିଆଁମାରରେ ଆସିଥିବା ଭୟଙ୍କର ଭୂମିକମ୍ପ ପାଇଁ ହାହାକାର ପରିସ୍ଥିତି। ଏହି ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ି ୨,୭୧୯ରେ ପହଞ୍ଚିଛି । ଦେଶର ସୈନ୍ୟ ସରକାରଙ୍କ ଆକଳନ ଅନୁସାରେ ଏହା ୩ ହଜାର ଟପିବାର ଆଶଙ୍କା ରହିଛି । ସେହିପରି ଆହତଙ୍କ ସଂଖ୍ୟା ୪,୫୦୦ ଟପିଛି । ଏବେ ବି ପ୍ରାୟ ୪୫୦ ଜଣ ନିଖୋଜ ଅଛନ୍ତି । 

ବିପର୍ଯ୍ୟୟ ପରେ ଦେଶରେ ୭ ଦିନିଆ ଶୋକ ପାଳନ ପାଇଁ ଘୋଷଣା ହୋଇଛି । ଏପ୍ରିଲ ୬ ପର୍ଯ୍ୟନ୍ତ ଦେଶରେ ଜାତୀୟ ପତାକା ଅଧା ନଇଁ ରହିବ ବୋଲି ମିଲିଟାରୀ ସରକାରର ପ୍ରବକ୍ତା କହିଛନ୍ତି ।  ଗତ ମାର୍ଚ୍ଚ ୨୮ରେ ମ୍ୟାଁମାରରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଆସିଥିଲା । ଅନ୍ୟପକ୍ଷରେ ଭାରତୀୟ ନୌସେନା ଜାହାଜ ଆଇଏନ୍‌ଏସ୍‌ ସତପୁରା ଏବଂ ଆଇଏନ୍‌ଏସ୍‌ ସାବିତ୍ରୀ ପ୍ରାୟ ୪୦ ଟନ୍‌ ଜରୁରି ସାମଗ୍ରୀ ନେଇ ମ୍ୟାଁମାରର ୟାଙ୍ଗୁନ୍‌ରେ ପହଞ୍ଚିଛି ।

ଏହା ପୂର୍ବରୁ ମାର୍ଚ୍ଚ ୩୦ରେ ଆଇଏନ୍‌ଏସ୍‌ କର୍ମୁକ ଏବଂ ଏଲ୍‌ସିୟୁ ୫୨ ଶ୍ରୀବିଜୟପୁରମ୍‌ରୁ ୩୦ ଟନ୍‌ ରିଲିଫ୍‌ ସାମଗ୍ରୀ ନେଇ ଯାଇଥିଲା । ରିଲିଫ୍‌ କାମକୁ ଅଧିକ ତ୍ୱରାନ୍ୱିତ କରିବା ଲାଗି ଭାରତୀୟ ନୌସେନା ଜାହାଜ ଘଡ଼ିଆଳରେ ପ୍ରାୟ ୪୪୦ ଟନ୍‌ ସାମଗ୍ରୀ ପଠାଯିବ । ଏଥିରେ ଚାଉଳ, ଡାଲି, ତେଲ, ଔଷଧ ଆଦି ସହ ଅନ୍ୟ ଜରୁରି ସାମଗ୍ରୀ ରହିଛି ।