ବେଙ୍ଗାଲୁରୁରେ ଏଡ ସିରନଙ୍କ ଷ୍ଟ୍ରିଟ୍ ସୋ ଉପରେ ରୋକ ଲଗାଇଲା ପୋଲିସ
ବେଙ୍ଗାଲୁରୁ ୯।୨: ଲୋକପ୍ରିୟ ବ୍ରିଟିଶ ସିଙ୍ଗର ଏଡ ସିରିନଙ୍କ ବେଙ୍ଗାଲୁରୁ ଲାଇଭ ଷ୍ଟ୍ରିଟ୍ ସୋ ଉପରେ ପୋଲିସ ରବିବାର ରୋକ ଲଗାଇ ଦେଇଛି। ପୋଲିସ କହିଛି ଯେ ଏଥି ପାଇଁ ଗାୟକ ତଥା ଗୀତିକାର ଅନୁମତି ନେଇ ନାହାନ୍ତି। ସିଙ୍ଗରଙ୍କ ବିରୋଧରେ ଅଭିଯୋଗ ମିଳିବା ପରେ ପୋଲିସ ତାଙ୍କ ଲାଇଭ ସୋ ଉପରେ ରୋକ ଲଗାଇଛି। ତେବେ ସିରିନ ଶନିବାର ରାତିରେ ବେଙ୍ଗାଲୁରୁରେ ସୋ କରିଥିଲେ। ଏହି ସୋ ସମୟରେ ତାଙ୍କ ପ୍ରତି ଫ୍ୟାନସଙ୍କ ଆକର୍ଷଣକୁ ଦେଖି ସେ ଷ୍ଟ୍ରିଟ୍ ସୋ ଯୋଜନା କରିଥିଲେ। ହେଲେ ଏଥି ପାଇଁ ଅନୁମତି ନେଇ ନଥିଲେ। ସିରିନ ମାଇକ୍ରୋଫୋନରେ କହିଛନ୍ତି ଯେ ସେ ଏକରୁ ଅଧିକ ଗୀତ ଗାଇ ଥାନ୍ତେ। ହେଲେ ତାଙ୍କୁ ମାତ୍ର ଗୋଟିଏ ଗୀତ ଗାଇବାକୁ ଅନୁମତି ଦିଆଯାଇଥିଲା। ସେ ତାଙ୍କର ଚର୍ଚ୍ଚିତ ଗୀତ ‘ସେପ ଅଫ ୟୁ’ ଗିଟାରରେ ବଜାଇବା ପୂର୍ବରୁ ଏହା କହିଥିଲେ। ତେବେ ଗାୟକ ତାଙ୍କ ଗୀତ ଶେଷ କରିବା ପୂର୍ବରୁ ପୋଲିସ ତାଙ୍କ ମାଇକ୍ରୋଫୋନ କେବୁଲ ଭିଡି ନେଇ ଯାଇଥିଲା। କବ୍ବନ ପାର୍କ ପୋଲିସ ଷ୍ଟେସନର ଜନୈକ ବରିଷ୍ଠ ପୋଲିସ ଅଫିସର କହିଛନ୍ତି ଯେ ସିରିନ ବିନା କୌଣସି ଅନୁମତିରେ ପ୍ରଦର୍ଶନ କରୁଥିଲେ, ଏଣୁ ତାଙ୍କୁ ରୋକିବାକୁ ପଡିଛି। Shape of You... but not of permits. Ed Sheeran’s impromptu gig on Church Street hit a sour note as Bengaluru police pulled the plug over missing permissions. Even global stars must foll
ବେଙ୍ଗାଲୁରୁ ୯।୨: ଲୋକପ୍ରିୟ ବ୍ରିଟିଶ ସିଙ୍ଗର ଏଡ ସିରିନଙ୍କ ବେଙ୍ଗାଲୁରୁ ଲାଇଭ ଷ୍ଟ୍ରିଟ୍ ସୋ ଉପରେ ପୋଲିସ ରବିବାର ରୋକ ଲଗାଇ ଦେଇଛି। ପୋଲିସ କହିଛି ଯେ ଏଥି ପାଇଁ ଗାୟକ ତଥା ଗୀତିକାର ଅନୁମତି ନେଇ ନାହାନ୍ତି। ସିଙ୍ଗରଙ୍କ ବିରୋଧରେ ଅଭିଯୋଗ ମିଳିବା ପରେ ପୋଲିସ ତାଙ୍କ ଲାଇଭ ସୋ ଉପରେ ରୋକ ଲଗାଇଛି। ତେବେ ସିରିନ ଶନିବାର ରାତିରେ ବେଙ୍ଗାଲୁରୁରେ ସୋ କରିଥିଲେ। ଏହି ସୋ ସମୟରେ ତାଙ୍କ ପ୍ରତି ଫ୍ୟାନସଙ୍କ ଆକର୍ଷଣକୁ ଦେଖି ସେ ଷ୍ଟ୍ରିଟ୍ ସୋ ଯୋଜନା କରିଥିଲେ। ହେଲେ ଏଥି ପାଇଁ ଅନୁମତି ନେଇ ନଥିଲେ।
ସିରିନ ମାଇକ୍ରୋଫୋନରେ କହିଛନ୍ତି ଯେ ସେ ଏକରୁ ଅଧିକ ଗୀତ ଗାଇ ଥାନ୍ତେ। ହେଲେ ତାଙ୍କୁ ମାତ୍ର ଗୋଟିଏ ଗୀତ ଗାଇବାକୁ ଅନୁମତି ଦିଆଯାଇଥିଲା। ସେ ତାଙ୍କର ଚର୍ଚ୍ଚିତ ଗୀତ ‘ସେପ ଅଫ ୟୁ’ ଗିଟାରରେ ବଜାଇବା ପୂର୍ବରୁ ଏହା କହିଥିଲେ। ତେବେ ଗାୟକ ତାଙ୍କ ଗୀତ ଶେଷ କରିବା ପୂର୍ବରୁ ପୋଲିସ ତାଙ୍କ ମାଇକ୍ରୋଫୋନ କେବୁଲ ଭିଡି ନେଇ ଯାଇଥିଲା। କବ୍ବନ ପାର୍କ ପୋଲିସ ଷ୍ଟେସନର ଜନୈକ ବରିଷ୍ଠ ପୋଲିସ ଅଫିସର କହିଛନ୍ତି ଯେ ସିରିନ ବିନା କୌଣସି ଅନୁମତିରେ ପ୍ରଦର୍ଶନ କରୁଥିଲେ, ଏଣୁ ତାଙ୍କୁ ରୋକିବାକୁ ପଡିଛି।
Shape of You... but not of permits. Ed Sheeran’s impromptu gig on Church Street hit a sour note as Bengaluru police pulled the plug over missing permissions. Even global stars must follow local rules—no permit, no performance! pic.twitter.com/ubQjRjQwt8— P C Mohan (@PCMohanMP) February 9, 2025
କାର୍ଯ୍ୟକ୍ରମ ସ୍ଥଳକୁ ପୋଲିସ ସୂଚନା ପାଇ ପହଞ୍ଚିଥିଲା। କେହି ଜଣେ ଘଟଣାସ୍ଥଳରେ ଉପଦ୍ରବ ହେବାର ଆଶଙ୍କା ପ୍ରକାଶ କରିଥିଲେ। ତାଙ୍କ ଅଭିଯୋଗ ଅନୁସାରେ ପୋଲିସ ପହଞ୍ଚି କାର୍ଯ୍ୟକ୍ରମ ବନ୍ଦ କରିଥିଲା। ସେ କହିଛନ୍ତି ଯେ ଯଦି ସଙ୍ଗୀତକାର ଓ ତାଙ୍କ ଟିମ୍ ନିକଟରେ ଅନୁମତି ଥିଲା ତେବେ ସେ ପୋଲିସକୁ ଦେଖାଇ ପାରିଥାନ୍ତେ। ଚର୍ଚ୍ଚ ଷ୍ଟ୍ରିଟ୍ ବେଙ୍ଗାଲୁରୁର ଏକ ବ୍ୟସ୍ତତମ ଅଞ୍ଚଳ ଯାହା ଏହାର ନାଇଟ୍ ଲାଇଫ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବେଶ ଜଣାଶୁଣା।