୪୦ ଦିନରେ ୭ ଥର ସାପ କାମୁଡା, ସାମ୍ନାକୁ ଆସିଲା ସତ
ଫତେଗଡ ୧୭/୦୭: ଉତ୍ତରପ୍ରଦେଶର ଫତେପୁର ବାସିନ୍ଦା ବିକାଶ ଦୁବେ ନାମକ ଜଣେ ଯୁବକ ଦାବି କରିଛନ୍ତି, ୪୦ ଦିନ ଭିତରେ ତାଙ୍କୁ ୭ ଥର ସାପ କାମୁଡ଼ିଛି । ମାମଲାର ଯାଞ୍ଚ୍ ଦାବି ହେବାରୁ ସିଏମ୍ଓ ଯାଞ୍ଚ୍ ଆଦେଶ ଦେଲେ । ଏଥିଲାଗି ଏକ ଡାକ୍ତରୀ ଟିମ୍ ଗଠନ ହେଲା । ଟିମ୍ ଗତ ମଙ୍ଗଳବାର ଡିଏମ୍ଙ୍କୁ ରିପୋର୍ଟ ପ୍ରଦାନ କରିଛି । ୩ ସଦସ୍ୟବିଶିଷ୍ଟ ଏହି ଟିମ୍ ଅନୁସାରେ, ବିକାଶଙ୍କୁ ମାତ୍ର ଥରେ ସାପ କାମୁଡ଼ିଥିବା ସ୍ପଷ୍ଟ ହୋଇଛି । ବିକାଶ ସ୍ନେକ୍ ଫୋବିୟାରେ ପୀଡ଼ିତ । ମାନସିକ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ତାଙ୍କର ଚିକିତ୍ସା ବିଷୟରେ ଆଲୋଚନା ହୋଇଛି । ସୂଚନାଯୋଗ୍ୟ ବିକାଶଙ୍କୁ ୭ ଥର ସାପ କାମୁଡ଼ିବା ମାମଲାରେ ଜିଲ୍ଲା ପ୍ରଶାସନ ଯାଞ୍ଚ୍ ପାଇଁ ୩ ସଦସ୍ୟବିଶିଷ୍ଟ ଏକ ଯାଞ୍ଚ୍ ଟିମ୍ ପଠାଇଥିଲା । ୪ ଦିନ ପରେ ଟିମ୍ ଯାଞ୍ଚ୍ ଶେଷ କରି ରିପୋର୍ଟ ପ୍ରଦାନ କଲା । ଡେପ୍ୟୁଟି ସିଏମ୍ଓ ଆର୍କେ ବର୍ମା କହିଛନ୍ତି, ୬ ଥର ସାପ କାମୁଡ଼ାର ଯେଉଁ ଚିକିତ୍ସା ହୋଇଛି, ତା’ର ଦସ୍ତାବିଜରୁ ଜଣାପଡ଼ିଛି, ବିକାଶଙ୍କୁ ଆଣ୍ଟିଭେନମ୍ଇଞ୍ଜେକ୍ସନ୍ ଦିଆଯାଇଛି । କିଛି ଆଣ୍ଟିବାୟୋଟିକ୍ ଓ ଅନ୍ୟ ଇଞ୍ଜେକ୍ସନ୍ ମଧ୍ୟ ଦିଆଯାଇଛି । ଯାଞ୍ଚ୍ରୁ ସ୍ନେକ୍ ଫୋବିୟା କଥା ସାମ୍ନାକୁ ଆସିଛି । ପରିଜନଙ୍କ ସହ ଆଲୋଚନା କରି ମାନସିକ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ବିକାଶଙ୍କର ଚିକିତ୍ସା ହେବ ବୋଲି ଯାଞ୍ଚ୍ ଟିମ୍ କହିଛି । ମଲବା ଥାନା କ୍ଷେତ୍ରର ସୌରା ଗାଁର
ଫତେଗଡ ୧୭/୦୭: ଉତ୍ତରପ୍ରଦେଶର ଫତେପୁର ବାସିନ୍ଦା ବିକାଶ ଦୁବେ ନାମକ ଜଣେ ଯୁବକ ଦାବି କରିଛନ୍ତି, ୪୦ ଦିନ ଭିତରେ ତାଙ୍କୁ ୭ ଥର ସାପ କାମୁଡ଼ିଛି । ମାମଲାର ଯାଞ୍ଚ୍ ଦାବି ହେବାରୁ ସିଏମ୍ଓ ଯାଞ୍ଚ୍ ଆଦେଶ ଦେଲେ । ଏଥିଲାଗି ଏକ ଡାକ୍ତରୀ ଟିମ୍ ଗଠନ ହେଲା । ଟିମ୍ ଗତ ମଙ୍ଗଳବାର ଡିଏମ୍ଙ୍କୁ ରିପୋର୍ଟ ପ୍ରଦାନ କରିଛି । ୩ ସଦସ୍ୟବିଶିଷ୍ଟ ଏହି ଟିମ୍ ଅନୁସାରେ, ବିକାଶଙ୍କୁ ମାତ୍ର ଥରେ ସାପ କାମୁଡ଼ିଥିବା ସ୍ପଷ୍ଟ ହୋଇଛି । ବିକାଶ ସ୍ନେକ୍ ଫୋବିୟାରେ ପୀଡ଼ିତ । ମାନସିକ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ତାଙ୍କର ଚିକିତ୍ସା ବିଷୟରେ ଆଲୋଚନା ହୋଇଛି । ସୂଚନାଯୋଗ୍ୟ ବିକାଶଙ୍କୁ ୭ ଥର ସାପ କାମୁଡ଼ିବା ମାମଲାରେ ଜିଲ୍ଲା ପ୍ରଶାସନ ଯାଞ୍ଚ୍ ପାଇଁ ୩ ସଦସ୍ୟବିଶିଷ୍ଟ ଏକ ଯାଞ୍ଚ୍ ଟିମ୍ ପଠାଇଥିଲା । ୪ ଦିନ ପରେ ଟିମ୍ ଯାଞ୍ଚ୍ ଶେଷ କରି ରିପୋର୍ଟ ପ୍ରଦାନ କଲା । ଡେପ୍ୟୁଟି ସିଏମ୍ଓ ଆର୍କେ ବର୍ମା କହିଛନ୍ତି, ୬ ଥର ସାପ କାମୁଡ଼ାର ଯେଉଁ ଚିକିତ୍ସା ହୋଇଛି, ତା’ର ଦସ୍ତାବିଜରୁ ଜଣାପଡ଼ିଛି, ବିକାଶଙ୍କୁ ଆଣ୍ଟିଭେନମ୍
ଇଞ୍ଜେକ୍ସନ୍ ଦିଆଯାଇଛି । କିଛି ଆଣ୍ଟିବାୟୋଟିକ୍ ଓ ଅନ୍ୟ ଇଞ୍ଜେକ୍ସନ୍ ମଧ୍ୟ ଦିଆଯାଇଛି । ଯାଞ୍ଚ୍ରୁ ସ୍ନେକ୍ ଫୋବିୟା କଥା ସାମ୍ନାକୁ ଆସିଛି । ପରିଜନଙ୍କ ସହ ଆଲୋଚନା କରି ମାନସିକ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ବିକାଶଙ୍କର ଚିକିତ୍ସା ହେବ ବୋଲି ଯାଞ୍ଚ୍ ଟିମ୍ କହିଛି । ମଲବା ଥାନା କ୍ଷେତ୍ରର ସୌରା ଗାଁର ବାସିନ୍ଦା ବିକାଶଙ୍କ କହିଛନ୍ତି, ତାଙ୍କୁ ୪୦ ଦିନରେ ୭ ଥର ସାପ କାମୁଡ଼ି ସାରିଛି । ପ୍ରତି ଥର ତାଙ୍କୁ ବିପଦର ଆଭାସ ହୋଇଯାଏ । ଏଥିରୁ ରକ୍ଷା ପାଇବାକୁ ସେ ମାଉସୀ ଓ ଦାଦାଙ୍କ ଘରକୁ ଯାଇଥିଲେ । କିନ୍ତୁ ସାପ ସେଠାରେ ବି ତାଙ୍କୁ ନିଜର
ଶିକାର କଲା । ସ୍ଥିତି ବିଗିଡ଼ିବା ପରେ ବିକାଶଙ୍କୁ ସହରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଗଲା । ଚିକିତ୍ସା ପରେ ତାଙ୍କୁ ଛଡ଼ାଗଲା । ବିକାଶ କହନ୍ତି, ସାପ ସ୍ୱପ୍ନରେ ଆସି ତାଙ୍କୁ କହିଛି ଯେ ସେ ତାଙ୍କୁ ୯ ଥର କାମୁଡ଼ିବ । ୮ ଥର ସେ ବଞ୍ଚିଯିବେ । କିନ୍ତୁ ୯ମ ଥର କୌଣସି ଶକ୍ତି ତାଙ୍କୁ ବଞ୍ଚାଇ ପାରିବ ନାହିଁ । ଏହି ଘଟଣାକୁ ନେଇ ବିକାଶ ଓ ତାଙ୍କ ପରିବାର ଭୟରେ ଅଛନ୍ତି । ସେମାନେ ପ୍ରଶାସନକୁ ସାହାଯ୍ୟ ଲାଗି ଗୁହାରି କରିବା ପରେ ସିଏମ୍ଓ ଯାଞ୍ଚ୍ ଆଦେଶ ଦେଲେ ।