ଶାରଦୀୟ ଦୁର୍ଗାପୂଜାର ଆଜି ଅନ୍ତିମ ପର୍ବ, ମଣ୍ଡପରେ ଦର୍ଶନ ଲାଗି ମଣ୍ଡପରେ ଭିଡ
ଭୁବନେଶ୍ୱର ୧୩।୧୦: ଆଜି ଦଶରା ବା ବିଜୟା ଦଶମୀ । ଆଜି ଅପରାଜିତା ପୂଜା । ଶାରଦୀୟ ଦୁର୍ଗାପୂଜାର ଆଜି ଅନ୍ତିମ ପର୍ବ । ପୂଜା ମଣ୍ଡପରେ ମାଆଙ୍କୁ ଦର୍ଶନ କରିବା ପାଇଁ ମାନସିକଧାରୀ ଏବଂ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ସକାଳୁ ପୂଜାର୍ଚ୍ଚନା କରୁଛନ୍ତି । ତେବେ ଗତ ଦୁଇ ଦିନ ଧରି ପୂଜା ମଣ୍ଡରେ ମାଆଙ୍କୁ ଦର୍ଶନ କରିଛନ୍ତି । ଆଜି ମଧ୍ୟ ଦର୍ଶନ ପାଇଁ ଭୁବନେଶ୍ବର ଏବଂ କଟକରେ ଗହଳି ରହିବ। ଆଜି ରାବଣ ପୋଡି କରାଯିବ। ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ଏହି ରାବଣ ପୋଡ଼ି କରାଯିବ। ତେବେ ପୂଜା ପାଇଁ ବିଭିନ୍ନ ମଣ୍ଡପରେ ନାହିଁ ନଥିବାର ଭିଡ ଦେଖିବାକୁ ମିଳିଛି । ଯାହାକୁ ଦୃଷ୍ଟିରେ ରଖି ପୋଲିସ ଏବଂ ସ୍ଥାନୀୟ ପୂଜା କମିଟି ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି ।
ଭୁବନେଶ୍ୱର ୧୩।୧୦: ଆଜି ଦଶରା ବା ବିଜୟା ଦଶମୀ । ଆଜି ଅପରାଜିତା ପୂଜା । ଶାରଦୀୟ ଦୁର୍ଗାପୂଜାର ଆଜି ଅନ୍ତିମ ପର୍ବ । ପୂଜା ମଣ୍ଡପରେ ମାଆଙ୍କୁ ଦର୍ଶନ କରିବା ପାଇଁ ମାନସିକଧାରୀ ଏବଂ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ସକାଳୁ ପୂଜାର୍ଚ୍ଚନା କରୁଛନ୍ତି ।
ତେବେ ଗତ ଦୁଇ ଦିନ ଧରି ପୂଜା ମଣ୍ଡରେ ମାଆଙ୍କୁ ଦର୍ଶନ କରିଛନ୍ତି । ଆଜି ମଧ୍ୟ ଦର୍ଶନ ପାଇଁ ଭୁବନେଶ୍ବର ଏବଂ କଟକରେ ଗହଳି ରହିବ। ଆଜି ରାବଣ ପୋଡି କରାଯିବ। ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ଏହି ରାବଣ ପୋଡ଼ି କରାଯିବ। ତେବେ ପୂଜା ପାଇଁ ବିଭିନ୍ନ ମଣ୍ଡପରେ ନାହିଁ ନଥିବାର ଭିଡ ଦେଖିବାକୁ ମିଳିଛି । ଯାହାକୁ ଦୃଷ୍ଟିରେ ରଖି ପୋଲିସ ଏବଂ ସ୍ଥାନୀୟ ପୂଜା କମିଟି ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି ।