ଚଣ୍ଡିଖୋଲରେ ଅଘଟଣ: ବଜ୍ରଘାତରେ ଚାଷୀ ମୃତ, ସେପଟେ କେନାଲରେ ଭାସି ବୃଦ୍ଧଙ୍କ ଗଲା ଜୀବନ
ଚଣ୍ଡିଖୋଲ: ବିଲର ଚାଷ କାମ କରୁଥିବାବେଳେ ବଜ୍ରପାତ। ବିଲରେ ଚାଲିଗଲା ଚାଷୀଙ୍କ ଜୀବନ। ଘଟଣା ଘଟିଛି ଧର୍ମଶାଳା ବ୍ଲକ ଭବାନୀପୁର ପଞ୍ଚାୟତରେ। ସୂଚନା ଅନୁଯାୟୀ, ଭବାନୀପୁର ପଞ୍ଚାୟତର ଚାଷୀ ରମାକାନ୍ତ ସାହୁ (୪୨) ଗ୍ରାମ ନିକଟସ୍ଥ ବିଲରେ କାମ କରୁଥିବାବେଳେ ବଜ୍ରପାତର ଶିକାର ହୋଇଥିଲେ। ଆଉ ଏଥିରେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ପରିବାର ଲୋକେ ତାଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ lସେପଟେ ବାଲିଚନ୍ଦ୍ରପୁର ଥାନା ଅଧୀନ ଚାରିନଙ୍ଗଳ ଠାରେ ଥିବା ପଟ୍ଟାମୁଣ୍ଡାଇ ହାଇ ଲେବୁଲ କେନାଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, କେନାଲରେ କେହି ଭାସିଯାଉଥିବାର ଦେଖି ସ୍ଥାନୀୟ ଲୋକେ ଲୋକଙ୍କୁ ଉଦ୍ଧାର କରିଥିଲେ। ହେଲେ ଉଦ୍ଧାର ପରେ ଜାଣିବାକୁ ପାଇଥିଲେ ଯେ, ବୃଦ୍ଧଙ୍କ ମୃତ୍ୟୁ ହୋଇସାରିଛି। ତେବେ ମୃତକଙ୍କ ପରିଚୟ ମିଳିପାରିନଥିବାବେଳେ ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
ଚଣ୍ଡିଖୋଲ: ବିଲର ଚାଷ କାମ କରୁଥିବାବେଳେ ବଜ୍ରପାତ। ବିଲରେ ଚାଲିଗଲା ଚାଷୀଙ୍କ ଜୀବନ। ଘଟଣା ଘଟିଛି ଧର୍ମଶାଳା ବ୍ଲକ ଭବାନୀପୁର ପଞ୍ଚାୟତରେ। ସୂଚନା ଅନୁଯାୟୀ, ଭବାନୀପୁର ପଞ୍ଚାୟତର ଚାଷୀ ରମାକାନ୍ତ ସାହୁ (୪୨) ଗ୍ରାମ ନିକଟସ୍ଥ ବିଲରେ କାମ କରୁଥିବାବେଳେ ବଜ୍ରପାତର ଶିକାର ହୋଇଥିଲେ। ଆଉ ଏଥିରେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ପରିବାର ଲୋକେ ତାଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l
ସେପଟେ ବାଲିଚନ୍ଦ୍ରପୁର ଥାନା ଅଧୀନ ଚାରିନଙ୍ଗଳ ଠାରେ ଥିବା ପଟ୍ଟାମୁଣ୍ଡାଇ ହାଇ ଲେବୁଲ କେନାଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, କେନାଲରେ କେହି ଭାସିଯାଉଥିବାର ଦେଖି ସ୍ଥାନୀୟ ଲୋକେ ଲୋକଙ୍କୁ ଉଦ୍ଧାର କରିଥିଲେ। ହେଲେ ଉଦ୍ଧାର ପରେ ଜାଣିବାକୁ ପାଇଥିଲେ ଯେ, ବୃଦ୍ଧଙ୍କ ମୃତ୍ୟୁ ହୋଇସାରିଛି। ତେବେ ମୃତକଙ୍କ ପରିଚୟ ମିଳିପାରିନଥିବାବେଳେ ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।