ଚଳିତ ବର୍ଷ ପାକିସ୍ତାନରେ ସାଙ୍ଘାଇ ସମନ୍ବୟ ବୈଠକ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ,୨୬/୦୮: ପାକିସ୍ତାନରେ ବସିବ ସାଙ୍ଘାଇ ସମନ୍ବୟ ବୈଠକ । ଚଳିତବର୍ଷ ଅକ୍ଟୋବର ୧୫-୧୬ରେ ଏସ୍‌ସିଓ ବୈଠକ ବସିବାକୁ ଯାଉଛି । ଏଥିରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ସରକାର ନିମନ୍ତ୍ରଣ କରିଛନ୍ତି । ଏହି ସମ୍ମିଳନୀ ପାକ୍‌ ରାଜଧାନୀ ଇସ୍‌ଲାମାବାଦରେ ଦୁଇଦିନ ଧରି ଅନୁଷ୍ଠିତ ହେବ। ପାକିସ୍ତାନ ଏହାର ଆୟୋଜନ କରିବ । ଭାରତ ବ୍ୟତୀତ ସଙ୍ଗଠନର ଅନ୍ୟ ସଦସ୍ୟ ରାଷ୍ଟ୍ରର ‘ହେଡ୍‌ ଅଫ୍‌ ଗଭର୍ଣ୍ଣମେଣ୍ଟ’ଙ୍କୁ ମଧ୍ୟ ନିମନ୍ତ୍ରଣ  କରାଯାଇଛି । ତେବେ ଏହି ସମ୍ମିଳନୀ ପାଇଁ ମୋଦି  ଇସ୍‌ଲାମାବାଦ ଯିବା ସମ୍ଭାବନା ଅତ୍ୟନ୍ତ କମ୍‌ ବୋଲି ଜଣାପଡ଼ୁଛି । ତେଣୁ  ଭାରତର ପ୍ରତିନିଧିତ୍ୱ କରିବା ପାଇଁ ଅନ୍ୟ କୌଣସି ମନ୍ତ୍ରୀଙ୍କୁ ମୋଦି ପଠାଇ ପାରନ୍ତି । ଗତବର୍ଷ କିର୍ଗିଜସ୍ତାନର ରାଜଧାନୀ ବିସ୍କେକ୍‌ଠାରେ ଏସ୍‌ସିଓ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ତରଫରୁ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଯୋଗଦେଇଥିଲେ । ସେହିଭଳି  ଚଳିତବର୍ଷ ଜୁଲାଇ ୩-୪ରେ କାଜାଖସ୍ତାନରେ ଅନୁଷ୍ଠିତ ଏସ୍‌ସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ  ହୋଇ ନ ଥିଲେ । ତାଙ୍କ ପରିବର୍ତ୍ତେ ପୁଣି ଜୟଶଙ୍କର ଯାଇଥିଲେ । ଏହି ସମୟରେ ଭାରତରେ ନୂଆ ସରକାର ଗଠନ ହେବା ପରେ ସଂସଦର ପ୍ରଥମ ଅଧିବେଶନ ବସିଥିଲା । ଫଳରେ ମୋଦି କାଜାଖସ୍ତାନ  ଯାଇପାରି ନ ଥିଲେ । ଗତବର୍ଷ ଗୋଆରେ ଏସ୍‌ସିଓର  ବିଦେଶ ମନ୍ତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇଥ

ଚଳିତ ବର୍ଷ ପାକିସ୍ତାନରେ ସାଙ୍ଘାଇ ସମନ୍ବୟ ବୈଠକ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ,୨୬/୦୮: ପାକିସ୍ତାନରେ ବସିବ ସାଙ୍ଘାଇ ସମନ୍ବୟ ବୈଠକ । ଚଳିତବର୍ଷ ଅକ୍ଟୋବର ୧୫-୧୬ରେ ଏସ୍‌ସିଓ ବୈଠକ ବସିବାକୁ ଯାଉଛି । ଏଥିରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ସରକାର ନିମନ୍ତ୍ରଣ କରିଛନ୍ତି । ଏହି ସମ୍ମିଳନୀ ପାକ୍‌ ରାଜଧାନୀ ଇସ୍‌ଲାମାବାଦରେ ଦୁଇଦିନ ଧରି ଅନୁଷ୍ଠିତ ହେବ। ପାକିସ୍ତାନ ଏହାର ଆୟୋଜନ କରିବ । ଭାରତ ବ୍ୟତୀତ ସଙ୍ଗଠନର ଅନ୍ୟ ସଦସ୍ୟ ରାଷ୍ଟ୍ରର ‘ହେଡ୍‌ ଅଫ୍‌ ଗଭର୍ଣ୍ଣମେଣ୍ଟ’ଙ୍କୁ ମଧ୍ୟ ନିମନ୍ତ୍ରଣ  କରାଯାଇଛି । ତେବେ ଏହି ସମ୍ମିଳନୀ ପାଇଁ ମୋଦି  ଇସ୍‌ଲାମାବାଦ ଯିବା ସମ୍ଭାବନା ଅତ୍ୟନ୍ତ କମ୍‌ ବୋଲି ଜଣାପଡ଼ୁଛି । ତେଣୁ  ଭାରତର ପ୍ରତିନିଧିତ୍ୱ କରିବା ପାଇଁ ଅନ୍ୟ କୌଣସି ମନ୍ତ୍ରୀଙ୍କୁ ମୋଦି ପଠାଇ ପାରନ୍ତି । 

ଗତବର୍ଷ କିର୍ଗିଜସ୍ତାନର ରାଜଧାନୀ ବିସ୍କେକ୍‌ଠାରେ ଏସ୍‌ସିଓ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ତରଫରୁ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଯୋଗଦେଇଥିଲେ । ସେହିଭଳି  ଚଳିତବର୍ଷ ଜୁଲାଇ ୩-୪ରେ କାଜାଖସ୍ତାନରେ ଅନୁଷ୍ଠିତ ଏସ୍‌ସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ  ହୋଇ ନ ଥିଲେ । ତାଙ୍କ ପରିବର୍ତ୍ତେ ପୁଣି ଜୟଶଙ୍କର ଯାଇଥିଲେ । ଏହି ସମୟରେ ଭାରତରେ ନୂଆ ସରକାର ଗଠନ ହେବା ପରେ ସଂସଦର ପ୍ରଥମ ଅଧିବେଶନ ବସିଥିଲା । ଫଳରେ ମୋଦି କାଜାଖସ୍ତାନ  ଯାଇପାରି ନ ଥିଲେ । ଗତବର୍ଷ ଗୋଆରେ ଏସ୍‌ସିଓର  ବିଦେଶ ମନ୍ତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ପାକିସ୍ତାନର ତତ୍‌କାଳୀନ ବିଦେଶ ମନ୍ତ୍ରୀ  ବିଲାୱଲ ଭୁଟ୍ଟୋ ଯୋଗଦେଇଥିଲେ । 

ପ୍ରଧାନମନ୍ତ୍ରୀ ମୋଦି ଶେଷଥର ପାଇଁ ୨୦୧୫ରେ ଅଚାନକ ଭାବେ ଲାହୋର ଗସ୍ତ କରିଥିଲେ । ପାକିସ୍ତାନର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କୁ ସେ ସାକ୍ଷାତ କରିଥିଲେ । ଏହାପରେ ୨୦୧୫ ଡିସେମ୍ବରରେ ଭାରତର ତତ୍‌କାଳୀନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ବି ପାକିସ୍ତାନ ଗସ୍ତ କରିଥିଲେ । ତାଙ୍କର ଏହି ଗସ୍ତ ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ କିମ୍ବା ମନ୍ତ୍ରୀ ପାକିସ୍ତାନ ଗସ୍ତ କରିନାହାନ୍ତି । ୨୦୧୯ରେ  ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ  ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ବଢ଼ିଥିଲା । ସେବେଠାରୁ ଦୁଇ ଦେଶ ମଧ୍ୟରେ କୌଣସି  ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇନାହିଁ ।