ଭିନେଶଙ୍କ ଓଜନ ହଠାତ୍ କିପରି ୨.୭ କେଜି ବଢିଗଲା ? ଜାଣନ୍ତୁ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ ପଦକ ନିଶ୍ଚିତ କରିବା ପରେ ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ଭାରତୀୟ ଫ୍ୟାନ୍ସଙ୍କ ପାଇଁ ବଡ଼ ଝଟକା । ଭିନେଶ ଫୋଗାଟ ୫୦ କେଜି ବର୍ଗ ମହିଳା କୁସ୍ତିର ଫାଇନାଲରେ ପହଞ୍ଚିଥିଲେ, କିନ୍ତୁ ସେମିଫାଇନାଲ ବିଜୟ ପରେ ଦ୍ୱିତୀୟ ଦିନରେ ତାଙ୍କ ଓଜନ ଧାର୍ଯ୍ୟ ସୀମାରୁ ଅଧିକ ବାହାରିଥିଲା । ଭିନେଶ ଫୋଗାଟଙ୍କ ଓଜନ ପ୍ରଥମ ମୁକାବିଲା ପୂର୍ବରୁ ୫୦ କେଜିରୁ କମ ଥିଲା କିନ୍ତୁ ସେମିଫାଇନାଲ୍ ଜିତିବା ପରେ ଓଜନ ୫୨ କେଜି ପାର୍ କରିଥିଲା । ପ୍ରଶ୍ନ ଏହା ଯେ କିପରି କିଛି ଘଣ୍ଟା ମଧ୍ୟରେ ଭିନେଶ ଫୋଗାଟଙ୍କ ଓଜନ ଏତେ ବଢିଗଲା । କୁହାଯାଉଛି ଯେ ଭିନେଶଙ୍କ ଓଜନ କିଛି ବାଧ୍ୟବାଧକତା ଯୋଗୁଁ ବଢିଛି । ତେବେ ଆସନ୍ତୁ ଜାଣିବା କିପରି ?ଭିନେଶ ଫୋଗାଟଙ୍କ ଓଜନ ମଙ୍ଗଳବାର ସକାଳେ ମପା ଯିବା ବେଳେ ୪୯ କେଜି ୯୦୦ ଗ୍ରାମ ଥିଲା । କିନ୍ତୁ ଯଦି ତାଙ୍କର ନର୍ମାଲ ଓଜନ କଥା କହିବା ତେବେ ତାହା ପ୍ରାୟ ୫୭ କେଜି । କୁସ୍ତି ଯୋଦ୍ଧା ସାଧାରଣତଃ ନିଜ ପ୍ରକୃତ ଓଜନଠାରୁ କମ ବର୍ଗରେ ଭାଗ ନେଇଥାନ୍ତି । ଏହାଦ୍ୱାରା ଅପେକ୍ଷାକୃତ ଦୁର୍ବଳ ବିରୋଧୀଙ୍କ ସାମନା କରିଥାନ୍ତି । ଓଜନ କମ କରିବା ପ୍ରକ୍ରିୟାରେ ସକାଳ ଓଜନ ମାପିବା ଯାଏ ବ୍ୟାୟାମ ସହ ଖାଦ୍ୟ ଏବଂ ପାନୀୟର ଧ୍ୟାନ ରଖାଯାଏ । ଓଜନ କମ କରିବା ଦ୍ୱାରା ଦୁର୍ବଳତା ଆସେ ଏବଂ ଉର୍ଜା କମ ହୋଇଥାଏ । ଯାହା ଖେଳାଳିଙ୍କ ପାଇଁ ପ୍ରତିକୂଳ ହୋଇଥାଏ । ଏହାର ପ୍ରତିକାର ପାଇ

ଭିନେଶଙ୍କ ଓଜନ ହଠାତ୍ କିପରି ୨.୭ କେଜି ବଢିଗଲା ? ଜାଣନ୍ତୁ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ ପଦକ ନିଶ୍ଚିତ କରିବା ପରେ ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ଭାରତୀୟ ଫ୍ୟାନ୍ସଙ୍କ ପାଇଁ ବଡ଼ ଝଟକା । ଭିନେଶ ଫୋଗାଟ ୫୦ କେଜି ବର୍ଗ ମହିଳା କୁସ୍ତିର ଫାଇନାଲରେ ପହଞ୍ଚିଥିଲେ, କିନ୍ତୁ ସେମିଫାଇନାଲ ବିଜୟ ପରେ ଦ୍ୱିତୀୟ ଦିନରେ ତାଙ୍କ ଓଜନ ଧାର୍ଯ୍ୟ ସୀମାରୁ ଅଧିକ ବାହାରିଥିଲା । ଭିନେଶ ଫୋଗାଟଙ୍କ ଓଜନ ପ୍ରଥମ ମୁକାବିଲା ପୂର୍ବରୁ ୫୦ କେଜିରୁ କମ ଥିଲା କିନ୍ତୁ ସେମିଫାଇନାଲ୍ ଜିତିବା ପରେ ଓଜନ ୫୨ କେଜି ପାର୍ କରିଥିଲା । ପ୍ରଶ୍ନ ଏହା ଯେ କିପରି କିଛି ଘଣ୍ଟା ମଧ୍ୟରେ ଭିନେଶ ଫୋଗାଟଙ୍କ ଓଜନ ଏତେ ବଢିଗଲା । କୁହାଯାଉଛି ଯେ ଭିନେଶଙ୍କ ଓଜନ କିଛି ବାଧ୍ୟବାଧକତା ଯୋଗୁଁ ବଢିଛି । ତେବେ ଆସନ୍ତୁ ଜାଣିବା କିପରି ?

ଭିନେଶ ଫୋଗାଟଙ୍କ ଓଜନ ମଙ୍ଗଳବାର ସକାଳେ ମପା ଯିବା ବେଳେ ୪୯ କେଜି ୯୦୦ ଗ୍ରାମ ଥିଲା । କିନ୍ତୁ ଯଦି ତାଙ୍କର ନର୍ମାଲ ଓଜନ କଥା କହିବା ତେବେ ତାହା ପ୍ରାୟ ୫୭ କେଜି । କୁସ୍ତି ଯୋଦ୍ଧା ସାଧାରଣତଃ ନିଜ ପ୍ରକୃତ ଓଜନଠାରୁ କମ ବର୍ଗରେ ଭାଗ ନେଇଥାନ୍ତି । ଏହାଦ୍ୱାରା ଅପେକ୍ଷାକୃତ ଦୁର୍ବଳ ବିରୋଧୀଙ୍କ ସାମନା କରିଥାନ୍ତି । ଓଜନ କମ କରିବା ପ୍ରକ୍ରିୟାରେ ସକାଳ ଓଜନ ମାପିବା ଯାଏ ବ୍ୟାୟାମ ସହ ଖାଦ୍ୟ ଏବଂ ପାନୀୟର ଧ୍ୟାନ ରଖାଯାଏ । ଓଜନ କମ କରିବା ଦ୍ୱାରା ଦୁର୍ବଳତା ଆସେ ଏବଂ ଉର୍ଜା କମ ହୋଇଥାଏ । ଯାହା ଖେଳାଳିଙ୍କ ପାଇଁ ପ୍ରତିକୂଳ ହୋଇଥାଏ । ଏହାର ପ୍ରତିକାର ପାଇଁ ସୀମିତ ପାଣି ଏବଂ ଅଧିକ ଉର୍ଜା ସମ୍ପନ୍ନ ଖାଦ୍ୟ ଖାଇଥାନ୍ତି । ଭିନେଶଙ୍କ ନ୍ୟୁଟ୍ରିସିଆନଙ୍କ ଆକଳନ ୧.୫ କିଲୋଗ୍ରାମ ବଢିବା ନେଇ ଥିଲା । ପ୍ରଥମ ଦିନରେ ଭିନେଶଙ୍କ ତିନି ବାଉଟ୍ ଥିଲା ଏଥିପାଇଁ ତାଙ୍କୁ ଅଳ୍ପ ମାତ୍ରାରେ ପାଣି ଦିଆଯାଇଥିଲା । ତେବେ ପ୍ରତିଯୋଗିତା ପରେ ତାଙ୍କ ଓଜନ ବଢି ଯାଇଥିଲା । ଏହାପରେ କୋଚ୍ ଓଜନ କମ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ, ଯାହା ସବୁବେଳେ ସେ ଭିନେଶଙ୍କ ସହ କରିଥାନ୍ତି । ଭିନେଶ ଧାର୍ଯ୍ୟ ଓଜନ ସୀମା ହାସଲ କରି ନେବେ ବୋଲି ବିଶ୍ୱାସ ଥିଲା, କିନ୍ତୁ ତାହା ହେଲା ନାହିଁ ।

ନିଜକୁ ୫୦ କିଲୋ ଓଜନର କରିବା ପାଇଁ ଭିନେଶ ବହୁ ପରିଶ୍ରମ କରିଥିଲେ କିନ୍ତୁ ଏହାକୁ ବଜାୟ ରଖିବା ସହଜ ନଥିଲା । ସେମିଫାଇନାଲ ମ୍ୟାଚ୍ ପରେ କମ ଖାଦ୍ୟ ଖାଇଥିଲେ । କିନ୍ତୁ ହଠାତ୍ ତାଙ୍କର ଓଜନ ବଢି ୫୨.୭ କିଲୋଗ୍ରାମ ହୋଇଥିଲା । ଭିନେଶ ଫୋଗାଟ ଲଗାତାର ତିନି ବାଉଟ୍ ଖେଳିବା ପରେ ଦୁର୍ବଳ ଅନୁଭବ କରିଥିବେ ଏବଂ ସେହି ସମୟରେ କିଛି ଖାଦ୍ୟ ଖାଇଥିଲେ । ଯେଉଁଥି ପାଇଁ ହଠାତ୍ ତାଙ୍କର ୱାଟର୍ ୱେଟ୍ ବଢିଥିଲା, ଯାହା ତାଙ୍କର ପଦକ ସ୍ୱପ୍ନକୁ ଚୁରମାର କରିଦେଲା ।  ଭିନେଶ ଫୋଗାଟ ନିଜ ଓଜନ କମ କରିବା ପାଇଁ ସବୁ କିଛି କଲେ । ରାତି ସାରା ରନିଂ, ସ୍କିପିଂ ସହ ସାଇକିଲିଂ କଲେ । କେବଳ ଏତିକି ନୁହେଁ ନିଜ କେଶ-ନଖ ମଧ୍ୟ କାଟି ଦେଲେ । ଏପରିକି ନିଜ ଶରୀରରୁ ନିୟମ ଅନୁସାରେ ରକ୍ତ ବି ବାହାର କରିଦେଲେ । ତଥାପି ଓଜନ ୫୦ କେଜି ୧୦୦ ଗ୍ରାମ ରହିଲା । ବର୍ତ୍ତମାନ ଭିନେଶ ଫୋଗାଟ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ରେସଲିଂ ଫେଡରେସନ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ସଞ୍ଜୟ ସିଂ କହିଛନ୍ତି ଯେ ଭିନେଶଙ୍କୁ ଡିହାଇଡ୍ରେସନ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।