ମୁଜାଫର ନଗର: ଘରର ଲିଣ୍ଟଲ ଉଠାଯାଉଥିବା ବେଳେ ଭୂଶୁଡିଲା ଛାତ, ୮ ଉଦ୍ଧାର, ଏବେବି ଫଶି ରହିଛନ୍ତି ୨୦ ଜଣ

ମୁଜଫର ନଗର୧୪।୪: ଉତ୍ତରପ୍ରଦେଶ ମୁଜଫର ନଗରରେ ରବିବାର ଭୀଷଣ ଦୁର୍ଘଟଣା ଘଟିଛି। ଏକ ଘରର ଲିଣ୍ଟଲ ଉପରକୁ ଉଠାଯାଉଥିବା ବେଳେ ଛାତ ଭୁଶୁଡି ପଡିଛି। ଏହି ଦୁର୍ଘଟଣା ମୁଜଫର ନଗର ଜାନସଠ ଥାନା ଅଞ୍ଚଳରେ ହୋଇଛି। ଘର ଭୁଶୁଡି ପଡିଥିବା ସୂଚନା ପାଇ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୮ ଜଣ ଲୋକଙ୍କୁ ଘର ତଳୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କୁ ହସ୍ପିଟାଲ ପଠା ଯାଇଛି। ଏହି ଘର ତଳେ ଆହୁରି ୨୦ ଜଣ ଦବି ରହିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳକୁ ଏନଡିଆରଏଫ ଟିମ୍‌କୁ ମଧ୍ୟ ଡକାଯାଇଛି। ଏହା ଛଡା ଉଦ୍ଧାର କାର୍ଯ୍ୟରେ ସହାୟତା ନିମନ୍ତେ ଆଖପାଖ ଅଞ୍ଚଳର ସରକାରୀ ପ୍ରତିଷ୍ଠାନଙ୍କ ସହାୟତା ମଧ୍ୟ ନିଆଯାଇଛି। କୁହାଯାଉଛି ଏକ ପୁରୁଣା ଘରର ଲିଣ୍ଟଲକୁ ଉପରକୁ ଉଠାଯାଉଥିଲା। ଏହି କାର୍ଯ୍ୟ ଜାରିଥିବା ବେଳେ ଘରଟି ଭୂଶୁଡି ପଡିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଦୁର୍ଘଟଣାର ନିଜେ ସଜ୍ଞାନ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଅଧିକାରୀ ମାନଙ୍କୁ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଦୁର୍ଘଟଣାରେ ଆହତ ଲୋକଙ୍କ ଉଚିତ ଚିକିତ୍ସା ବ୍ୟବସ୍ଥା କରିବାକୁ ମଧ୍ୟ କହିଛନ୍ତି। ଏଣୁ ଘଟଣାସ୍ଥଳକୁ ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମ୍‌ ପଠାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁ

ମୁଜାଫର ନଗର: ଘରର ଲିଣ୍ଟଲ ଉଠାଯାଉଥିବା ବେଳେ ଭୂଶୁଡିଲା ଛାତ, ୮ ଉଦ୍ଧାର, ଏବେବି ଫଶି ରହିଛନ୍ତି ୨୦ ଜଣ

ମୁଜଫର ନଗର୧୪।୪: ଉତ୍ତରପ୍ରଦେଶ ମୁଜଫର ନଗରରେ ରବିବାର ଭୀଷଣ ଦୁର୍ଘଟଣା ଘଟିଛି। ଏକ ଘରର ଲିଣ୍ଟଲ ଉପରକୁ ଉଠାଯାଉଥିବା ବେଳେ ଛାତ ଭୁଶୁଡି ପଡିଛି। ଏହି ଦୁର୍ଘଟଣା ମୁଜଫର ନଗର ଜାନସଠ ଥାନା ଅଞ୍ଚଳରେ ହୋଇଛି। ଘର ଭୁଶୁଡି ପଡିଥିବା ସୂଚନା ପାଇ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୮ ଜଣ ଲୋକଙ୍କୁ ଘର ତଳୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କୁ ହସ୍ପିଟାଲ ପଠା ଯାଇଛି। 

ଏହି ଘର ତଳେ ଆହୁରି ୨୦ ଜଣ ଦବି ରହିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳକୁ ଏନଡିଆରଏଫ ଟିମ୍‌କୁ ମଧ୍ୟ ଡକାଯାଇଛି। ଏହା ଛଡା ଉଦ୍ଧାର କାର୍ଯ୍ୟରେ ସହାୟତା ନିମନ୍ତେ ଆଖପାଖ ଅଞ୍ଚଳର ସରକାରୀ ପ୍ରତିଷ୍ଠାନଙ୍କ ସହାୟତା ମଧ୍ୟ ନିଆଯାଇଛି। କୁହାଯାଉଛି ଏକ ପୁରୁଣା ଘରର ଲିଣ୍ଟଲକୁ ଉପରକୁ ଉଠାଯାଉଥିଲା। ଏହି କାର୍ଯ୍ୟ ଜାରିଥିବା ବେଳେ ଘରଟି ଭୂଶୁଡି ପଡିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଦୁର୍ଘଟଣାର ନିଜେ ସଜ୍ଞାନ ନେଇଛନ୍ତି। 

ମୁଖ୍ୟମନ୍ତ୍ରୀ ଅଧିକାରୀ ମାନଙ୍କୁ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଦୁର୍ଘଟଣାରେ ଆହତ ଲୋକଙ୍କ ଉଚିତ ଚିକିତ୍ସା ବ୍ୟବସ୍ଥା କରିବାକୁ ମଧ୍ୟ କହିଛନ୍ତି। ଏଣୁ ଘଟଣାସ୍ଥଳକୁ ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମ୍‌ ପଠାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଘଟଣା ସ୍ଥଳକୁ ଏନଡିଆରଏଫ ଟିମ୍‌ ପହଞ୍ଚିଛି। ଘଟଣା ସ୍ଥଳରେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।