ପାରିବାରିକ କଳହର କରୁଣ ପରିଣତି, ବୋହୂର ନାକ କାଟିଲା ଶ୍ୱଶୁର

ଆଠଗଡ ୦୫/୦୮: ଉଗ୍ରରୂପ ନେଲା ପାରିବାରିକ କଳହ । ଫଳରେ ବୋହୂର ନାକ କାଟିଲା ଶ୍ୱଶୁର। ଘଟଣା ଘଟିଛି ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ । ସୂଚନା ଥାଉକି, ଘରେ କୌଣସି କଥାକୁ ନେଇ ଝଗଡା ଲାଗିଥିଲା । ତେବେ କଥା କଟାକଟିରୁ ଏହି ଝଗଡା ଚରମ ସୀମାରେ ପହଞ୍ଚିଥିଲା । ଶେଷରେ ବୋହୁର ନାକକୁ ଏକ ଧାରୁଆ ଅସ୍ତ୍ରରେ କାଟିଦେଇଥିଲା ଶ୍ୱଶୂର । ଏବେ ବୋହୂଙ୍କୁ ଗୁରୁଡ଼ିଝାଟିଆ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ବୋହୂ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ସଂପୁକ୍ତ ଶ୍ୱଶୁରଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ୍ ।

ପାରିବାରିକ କଳହର କରୁଣ ପରିଣତି, ବୋହୂର ନାକ କାଟିଲା ଶ୍ୱଶୁର

ଆଠଗଡ ୦୫/୦୮: ଉଗ୍ରରୂପ ନେଲା ପାରିବାରିକ କଳହ । ଫଳରେ ବୋହୂର ନାକ କାଟିଲା ଶ୍ୱଶୁର। ଘଟଣା ଘଟିଛି ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ । 

ସୂଚନା ଥାଉକି, ଘରେ କୌଣସି କଥାକୁ ନେଇ ଝଗଡା ଲାଗିଥିଲା । ତେବେ କଥା କଟାକଟିରୁ ଏହି ଝଗଡା ଚରମ ସୀମାରେ ପହଞ୍ଚିଥିଲା । ଶେଷରେ ବୋହୁର ନାକକୁ ଏକ ଧାରୁଆ ଅସ୍ତ୍ରରେ କାଟିଦେଇଥିଲା ଶ୍ୱଶୂର । 

ଏବେ ବୋହୂଙ୍କୁ ଗୁରୁଡ଼ିଝାଟିଆ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ବୋହୂ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ସଂପୁକ୍ତ ଶ୍ୱଶୁରଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ୍ ।