ଚାଲିଥିଲା ମ୍ୟାଚ୍‌: ପଡ଼ିଆରେ ହାତାହାତି ହେଲେ ଖେଳାଳି

ଢାକା,୨୯ା୫: ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଏମର୍ଜିଂ ଦଳର ୪ ଦିନିଆ ମ୍ୟାଚ୍‌ରେ ଏକ ଅପ୍ରିତିକର ଘଟଣା ଘଟିଛି। ମ୍ୟାଚ୍‌ ଚାଲିଥିବା ବେଳେ ଖେଳାଳିଙ୍କ ମଧ୍ୟରେ ହାତାହାତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଖେଳାଳିମାନେ ପରସ୍ପରକୁ ଧକ୍କା ମାରିବାକୁ ପଛାଇ ନ ଥିଲେ। ୨୨ ବର୍ଷୀୟ ବାଂଲାଦେଶ ବ୍ୟାଟର ରିପନ ମଣ୍ଡଳ ଓ ୨୯ ବର୍ଷୀୟ ଦକ୍ଷିଣ ଆଫ୍ରିକୀୟ ପେସର ଶେପୋ ଏନ୍‌ଟୁଲିଙ୍କ ମଧ୍ୟରେ ଯୁକ୍ତିତର୍କରୁ ବିବାଦ ଆରମ୍ଭ ହୋଇଥିଲା। ପରେ ଅନ୍ୟ […] The post ଚାଲିଥିଲା ମ୍ୟାଚ୍‌: ପଡ଼ିଆରେ ହାତାହାତି ହେଲେ ଖେଳାଳି appeared first on Dharitri Odia News.

ଚାଲିଥିଲା ମ୍ୟାଚ୍‌: ପଡ଼ିଆରେ ହାତାହାତି ହେଲେ ଖେଳାଳି

ଢାକା,୨୯ା୫: ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଏମର୍ଜିଂ ଦଳର ୪ ଦିନିଆ ମ୍ୟାଚ୍‌ରେ ଏକ ଅପ୍ରିତିକର ଘଟଣା ଘଟିଛି। ମ୍ୟାଚ୍‌ ଚାଲିଥିବା ବେଳେ ଖେଳାଳିଙ୍କ ମଧ୍ୟରେ ହାତାହାତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏପରିକି ଖେଳାଳିମାନେ ପରସ୍ପରକୁ ଧକ୍କା ମାରିବାକୁ ପଛାଇ ନ ଥିଲେ। ୨୨ ବର୍ଷୀୟ ବାଂଲାଦେଶ ବ୍ୟାଟର ରିପନ ମଣ୍ଡଳ ଓ ୨୯ ବର୍ଷୀୟ ଦକ୍ଷିଣ ଆଫ୍ରିକୀୟ ପେସର ଶେପୋ ଏନ୍‌ଟୁଲିଙ୍କ ମଧ୍ୟରେ ଯୁକ୍ତିତର୍କରୁ ବିବାଦ ଆରମ୍ଭ ହୋଇଥିଲା। ପରେ ଅନ୍ୟ ଖେଳାଳିମାନେ ବିବାଦରେ ଯୋଗ ଦେଇଥିଲେ। ଖେଳାଳିଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। କିନ୍ତୁ ଦଣ୍ଡାଦେଶ ଧାର୍ଯ୍ୟ କରାଯିବା ପରେ ଫିଲ୍ଡ ଅମ୍ପାୟର ଘଟଣାର ରିପୋର୍ଟ ପ୍ରଦାନ କରିବେ।

ମିଳିଥିବା ସୂଚନା ମୁତାବକ, ଏନଟୁଲିଙ୍କ ବୋଲିଂରେ ରିପନ ଏକ ଛକା ମାରିଥିଲେ। ଏହାକୁ ନେଇ ବ୍ୟାଟର ଓ ବୋଲରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ରିପନ ସାଥି ବ୍ୟାଟରଙ୍କ ନିକଟକୁ ଯାଇଥିଲେ। ଏନଟୁଲି ରିପନଙ୍କ ନିକଟକୁ ଯାଇ ତାଙ୍କୁ ଧକ୍କା ଦେଇଥିଲେ। ଏହାପରେ ଦୁହିଁିଙ୍କ ମଧ୍ୟରେ ହାତାହାତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଅମ୍ପାୟର କାମ୍ରୁଜମାନଙ୍କ ହସ୍ତକ୍ଷେପ ସତ୍ତ୍ୱେ ଏନଟୁଲି ଅନେକ ଥର ରିପନଙ୍କ ହେଲମେଟ ଟାଣିଥିଲେ। ଏହି ଘଟଣାର ୩ ବଲ ପରେ ଏନଟୁଲି ଓଭର ଶେଷ କରିବା ପରେ ରିପନଙ୍କ ଉପରକୁ ବଲ ଫୋପାଡିଥିଲେ।

The post ଚାଲିଥିଲା ମ୍ୟାଚ୍‌: ପଡ଼ିଆରେ ହାତାହାତି ହେଲେ ଖେଳାଳି appeared first on Dharitri Odia News.