ଭାରତକୁ ଶୋଚନୀୟ ଭାବେ ପରାସ୍ତ କଲା ପାକିସ୍ତାନ: ବେକାର ଗଲା ଭରତଙ୍କ ଅର୍ଦ୍ଧଶତକ
ନୂଆଦିଲ୍ଲୀ,୧।୧୧: ହଂକଂ କ୍ରିକେଟ ସିକ୍ସ ଟୁର୍ନାମେଣ୍ଟରେ ପାକିସ୍ତାନ ଭାରତକୁ ୬ ଉଇକେଟରେ ପରାସ୍ତ କରିଛି। ପାକିସ୍ତାନୀ ଦଳ ବର୍ତ୍ତମାନ ଗ୍ରୁପ ପର୍ଯ୍ୟାୟର ଉଭୟ ମ୍ୟାଚ ଜିତି କ୍ୱାର୍ଟର ଫାଇନାଲରେ ସ୍ଥାନ ହାସଲ କରିଛି। ଏହି ମ୍ୟାଚ୍ରେ ପ୍ରଥମେ ଖେଳୁଥିବା ଟିମ ଇଣ୍ଡିଆ ନିର୍ଦ୍ଧାରିତ ୫ ଓଭରରେ ୧୧୯ ରନ ସଂଗ୍ରହ କରିଥିଲା। ପାକିସ୍ତାନ ଦଳ କୌଣସି ଉଇକେଟ ହରାଇ ୬ ଉଇକେଟ ଜିତିଛି। ହଂକଂ ସିକ୍ସ ଟୁର୍ନାମେଣ୍ଟରେ ଗୋଟିଏ ଦଳ ୬ ଖେଳାଳିଙ୍କ ସହ ଫିଲ୍ଡକୁ ଓହ୍ଲାଇଥାଏ। […] The post ଭାରତକୁ ଶୋଚନୀୟ ଭାବେ ପରାସ୍ତ କଲା ପାକିସ୍ତାନ: ବେକାର ଗଲା ଭରତଙ୍କ ଅର୍ଦ୍ଧଶତକ appeared first on Dharitri Odia News.
ନୂଆଦିଲ୍ଲୀ,୧।୧୧: ହଂକଂ କ୍ରିକେଟ ସିକ୍ସ ଟୁର୍ନାମେଣ୍ଟରେ ପାକିସ୍ତାନ ଭାରତକୁ ୬ ଉଇକେଟରେ ପରାସ୍ତ କରିଛି। ପାକିସ୍ତାନୀ ଦଳ ବର୍ତ୍ତମାନ ଗ୍ରୁପ ପର୍ଯ୍ୟାୟର ଉଭୟ ମ୍ୟାଚ ଜିତି କ୍ୱାର୍ଟର ଫାଇନାଲରେ ସ୍ଥାନ ହାସଲ କରିଛି। ଏହି ମ୍ୟାଚ୍ରେ ପ୍ରଥମେ ଖେଳୁଥିବା ଟିମ ଇଣ୍ଡିଆ ନିର୍ଦ୍ଧାରିତ ୫ ଓଭରରେ ୧୧୯ ରନ ସଂଗ୍ରହ କରିଥିଲା। ପାକିସ୍ତାନ ଦଳ କୌଣସି ଉଇକେଟ ହରାଇ ୬ ଉଇକେଟ ଜିତିଛି। ହଂକଂ ସିକ୍ସ ଟୁର୍ନାମେଣ୍ଟରେ ଗୋଟିଏ ଦଳ ୬ ଖେଳାଳିଙ୍କ ସହ ଫିଲ୍ଡକୁ ଓହ୍ଲାଇଥାଏ।
ରବିନ ଉଥାପ୍ପା ଏବଂ ଭରତ ଚିପଲି ଭାରତ ପାଇଁ ଇନିଂସ ଆରମ୍ଭ କରିଥିଲେ। ଉଥାପ୍ପା ୮ ଟି ବଲରେ ୩୧ ରନ ସଂଗ୍ରହ କରିଥିବାବେଳେ ଭରତ ୧୬ଟି ବଲରେ ୫୩ ରନ୍ର ଚମତ୍କାର ଇନିଂସ ଖେଳିଥିଲେ। କେଦାର ଯାଦବ ମାତ୍ର ୮ ରନ ସ୍କୋର କରଥିଲେ। ତାଙ୍କ ପରେ ମନୋଜ ତିୱାରୀ ୭ଟି ବଲରେ ୧୭ ରନ ଇନିଂସ ଖେଳି ଦଳକୁ ୧୧୯ ସ୍କୋରକୁ ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଫାହିମ ଆଶ୍ରାଫ ପାକିସ୍ତାନ ପାଇଁ ଉଭୟ ଉଇକେଟ ନେଇଥିଲେ।
The post ଭାରତକୁ ଶୋଚନୀୟ ଭାବେ ପରାସ୍ତ କଲା ପାକିସ୍ତାନ: ବେକାର ଗଲା ଭରତଙ୍କ ଅର୍ଦ୍ଧଶତକ appeared first on Dharitri Odia News.