ମା’ତାରିଣୀଙ୍କ ହୁଣ୍ଡିରୁ ମିଳିଲା ଲକ୍ଷଲକ୍ଷ ଟଙ୍କା ସହ ସୁନା
ଘଟଙ୍ଗା,୨୫ା୧(ରାଜେନ୍ଦ୍ର କୁମାର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ମା’ ତାରିଣୀଙ୍କ ହୁଣ୍ଡି ଗୁରୁବାର ଖୋଲାଯାଇ ଗଣତି ହୋଇଛି। ମନ୍ଦିର ବେଢ଼ା ଭିତର ଓ ବାହାର ମୋଟ ୧୩ଟି ହୁଣ୍ଡିରୁ ମୋଟ ୨୮ ଲକ୍ଷ ୨୧ ହଜାର ୭୬୭ ଟଙ୍କା, ୫୦ ଗ୍ରାମ ୨୩୦ ମିଲିଗ୍ରାମ ସୁନା ଓ ୮୭୫ ଗ୍ରାମ ୨୦୦ ମିଲିଗ୍ରାମ ରୁପା ମିଳିଥିବା ଜଣାଯାଇଛି। ସମ୍ବଲପୁର ଦେବୋତ୍ତର ବିଭାଗ ଡିଭିଜିନାଲ ଇନ୍ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାଏକ, ମନ୍ଦିର କାର୍ଯ୍ୟନିର୍ବାହୀ […] The post ମା’ତାରିଣୀଙ୍କ ହୁଣ୍ଡିରୁ ମିଳିଲା ଲକ୍ଷଲକ୍ଷ ଟଙ୍କା ସହ ସୁନା appeared first on Dharitri Odia News.
ଘଟଙ୍ଗା,୨୫ା୧(ରାଜେନ୍ଦ୍ର କୁମାର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ମା’ ତାରିଣୀଙ୍କ ହୁଣ୍ଡି ଗୁରୁବାର ଖୋଲାଯାଇ ଗଣତି ହୋଇଛି। ମନ୍ଦିର ବେଢ଼ା ଭିତର ଓ ବାହାର ମୋଟ ୧୩ଟି ହୁଣ୍ଡିରୁ ମୋଟ ୨୮ ଲକ୍ଷ ୨୧ ହଜାର ୭୬୭ ଟଙ୍କା, ୫୦ ଗ୍ରାମ ୨୩୦ ମିଲିଗ୍ରାମ ସୁନା ଓ ୮୭୫ ଗ୍ରାମ ୨୦୦ ମିଲିଗ୍ରାମ ରୁପା ମିଳିଥିବା ଜଣାଯାଇଛି। ସମ୍ବଲପୁର ଦେବୋତ୍ତର ବିଭାଗ ଡିଭିଜିନାଲ ଇନ୍ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାଏକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର, ପୋଲିସ କର୍ମଚାରୀ ଶ୍ରୀନିବାସ ବେହେରା, ନଳିନୀ ମହାନ୍ତ ଓ ମଦନ ମୋହନ ପୂର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ମନ୍ଦିର ବରିଷ୍ଠ କର୍ମଚାରୀ ଅବନୀ ଜେନା, ଶରତ ବେହେରା, ହରେକୃଷ୍ଣ ପଳେଇ, ମହେଶ୍ୱର ସାହୁ, ରଞ୍ଜନ ସାହୁ, ଅରୁଣ ନାୟକ, ଶ୍ରୀକାନ୍ତ ଦେହୁରୀ, ନବୀନ ମହାନ୍ତ, କାଳନ୍ଦୀ ମହାନ୍ତ, ତୁଷାରକାନ୍ତ ରାଉତ, ଲକ୍ଷ୍ମୀଧର ମହାନ୍ତ, ଦେବଦତ୍ତ ବଳ, ସନାତନ ନାଏକ, ତରଣୀସେନ ରାଉତ, ତୁଷାରକାନ୍ତ ରାଉତ, ହରିହର ମହାନ୍ତ, ନାରାୟଣ ମୁଖି, ଚନ୍ଦନ ବେହେରା, ପିତାମ୍ବର ଗିରି, ଚକ୍ରଧର ନାଏକ, ବିଷ୍ଣୁ ଚରଣ ନାଏକ, ସନିଆ ମୁଖି, ଷ୍ଟେଟ୍ ବ୍ୟାଙ୍କ କର୍ମଚାରୀ ପାୟଲ ମଲ୍ଲିକ ଓ ସିପୁନ ସାହୁ ଉପସ୍ଥିତ ରହି ଗଣତି କରିଥିଲେ।
The post ମା’ତାରିଣୀଙ୍କ ହୁଣ୍ଡିରୁ ମିଳିଲା ଲକ୍ଷଲକ୍ଷ ଟଙ୍କା ସହ ସୁନା appeared first on Dharitri Odia News.