ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ ଅଛନ୍ତି । ଏଥର କିନ୍ତୁ ବିଜେଡିର ଗଡ଼ କୁହାଯାଉଥିବା ଉକ୍ତ ଆସନରୁ କିଏ ବାଜିମାତ୍‌ ମାରିବ କହିବା ମୁସ୍କିଲ। ବର୍ତ୍ତମାନର ବିଧାୟକ ଦାସ ଅଞ୍ଚଳର ସମସ୍ୟାକୁ ଉପସ୍ଥାପନା ତଥା ସମାଧାନ କରି ପାରି ନ ଥିବା ଭୋଟର କହୁଛନ୍ତି l ବିଧାୟକଙ୍କ ସ୍ତ୍ରୀ ପ୍ରୀତିନନ୍ଦା କାନୁନ୍‌ଗୋଙ୍କୁ ବିଜେଡି ଏଥର ଟିକେଟ୍‌ […] The post ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ appeared first on Dharitri Odia News.

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ ଅଛନ୍ତି । ଏଥର କିନ୍ତୁ ବିଜେଡିର ଗଡ଼ କୁହାଯାଉଥିବା ଉକ୍ତ ଆସନରୁ କିଏ ବାଜିମାତ୍‌ ମାରିବ କହିବା ମୁସ୍କିଲ।

ବର୍ତ୍ତମାନର ବିଧାୟକ ଦାସ ଅଞ୍ଚଳର ସମସ୍ୟାକୁ ଉପସ୍ଥାପନା ତଥା ସମାଧାନ କରି ପାରି ନ ଥିବା ଭୋଟର କହୁଛନ୍ତି l ବିଧାୟକଙ୍କ ସ୍ତ୍ରୀ ପ୍ରୀତିନନ୍ଦା କାନୁନ୍‌ଗୋଙ୍କୁ ବିଜେଡି ଏଥର ଟିକେଟ୍‌ ଦେଇଥିବା ବେଳେ ଭାଜପା କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ କଂଗ୍ରେସ ପ୍ରଭାସକର ମହାପାତ୍ରଙ୍କୁ ଟିକେଟ ଦେଇଛି। ଜେଏମ୍‌ଏମ୍‌ ଏପର୍ଯ୍ୟନ୍ତ ଟିକେଟ ଘୋଷଣା କରିନାହିଁ। ବର୍ତ୍ତମାନ ବିଜେଡି ଓ଼ କଂଗ୍ରେସ ପକ୍ଷରୁ ବାରମ୍ବାର ବୈଠକ, କର୍ମୀ ସମ୍ମିଳନୀ କରାଯାଉଛି। ଭାଜପା ମିଶ୍ରଣ ପର୍ବ କରି ଅନ୍ୟ ଦଳ କର୍ମୀଙ୍କୁ ନିଜର କରିବାରେ ଲାଗିଛି। କଂଗ୍ରେସ ପ୍ରାର୍ଥୀ ପ୍ରଭାସକର ମହାପାତ୍ର ଗାଁକୁ ଗାଁ ବୁଲି କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ଲୋକଙ୍କୁ ବାଣ୍ଟି ପ୍ରଚାର କରୁଛନ୍ତି।

ତେବେ ରବିବାର ବିଜେଡି ବିଧାୟିକା ପ୍ରାର୍ଥିନୀ ପ୍ରୀତିନନ୍ଦା କାନୁନ୍‌ଗୋ ଶୀର୍ଷାପାଳ ଛକ ସହ ଚିତ୍ରଡା ବଜାରରେ ଥିବା ପ୍ରତିଟି ଦୋକାନକୁ ବୁଲି ପ୍ରଚାର କରିଥିଲେ। କିନ୍ତୁ ଚିତ୍ରଡା ପଞ୍ଚାୟତ ଏବଂ ହଳଦୀପାଳ ପଞ୍ଚାୟତ ଅଧୀନ ଗାଁକୁ ଯାଇ ନ ଥିଲେ, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେଣୁ ଲୋକଙ୍କ ପ୍ରଶ୍ନବାଣ ଭୟରେ ପ୍ରାର୍ଥୀ ଗାଁକୁ ଗାଁ ବୁଲୁ ନାହାନ୍ତି ବୋଲି ଅଞ୍ଚଳରେ ଆଲୋଚନା ହେଉଛି। ଅଞ୍ଚଳବାସୀ ସଚେତନ ହେବା ସହ ଠିକ ପ୍ରାର୍ଥୀ ଚୟନ କରିବେ ବୋଲି ଚର୍ଚ୍ଚା ହେଉଛି।

The post ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ appeared first on Dharitri Odia News.