ଏକାଠୀ ହୋଇଥିଲେ ଗ୍ରାମବାସୀ, ହଠାତ୍‌ ତାଣ୍ଡବ ରଚିଲା କାଳବୈଶାଖୀ: ଅଧାରେ ରହିଗଲା…

ଖଜୁରିପଡ଼ା,୧୨ା୫ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ମାଲଗୁଣ୍ଡିଠାରେ ଅଷ୍ଟ ପ୍ରହର ନାମ ଯଜ୍ଞ ଉପଲକ୍ଷେ ଦଳପଡ଼ା ଏବଂ ବଡଭୂଇଁ ଗ୍ରାମର ୨ଟି ପ୍ରହଲ୍ଲାଦ ନାଟକ ଚାଲିଥିବା ବେଳେ ଅପରାହ୍ନ ୪ଟା ବେଳେ ଘଡ଼ଘଡ଼ି ବିଜୁଳି ସହିତ ପବନ ହୋଇ ନାଟକ ମଞ୍ଚ ଭାଙ୍ଗି ଯାଇଥିଲା। ଫଳରେ ଦର୍ଶକମାନେ ନାହିଁ ନ ଥିବା ହଇରାଣ ହୋଇଥିଲେ। ଅନ୍ୟପକ୍ଷେ କାଳବୈଶାଖୀର ତାଣ୍ଡବରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା। ସେହିପରି ରାଇଖୋଲ ରାସ୍ତା ଉପରେ, ସିଦୀଙ୍ଗି ଅଙ୍ଗନୱାଡ଼ି ଠାରେ […] The post ଏକାଠୀ ହୋଇଥିଲେ ଗ୍ରାମବାସୀ, ହଠାତ୍‌ ତାଣ୍ଡବ ରଚିଲା କାଳବୈଶାଖୀ: ଅଧାରେ ରହିଗଲା… appeared first on Dharitri Odia News.

ଏକାଠୀ ହୋଇଥିଲେ ଗ୍ରାମବାସୀ, ହଠାତ୍‌ ତାଣ୍ଡବ ରଚିଲା କାଳବୈଶାଖୀ: ଅଧାରେ ରହିଗଲା…

ଖଜୁରିପଡ଼ା,୧୨ା୫ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ମାଲଗୁଣ୍ଡିଠାରେ ଅଷ୍ଟ ପ୍ରହର ନାମ ଯଜ୍ଞ ଉପଲକ୍ଷେ ଦଳପଡ଼ା ଏବଂ ବଡଭୂଇଁ ଗ୍ରାମର ୨ଟି ପ୍ରହଲ୍ଲାଦ ନାଟକ ଚାଲିଥିବା ବେଳେ ଅପରାହ୍ନ ୪ଟା ବେଳେ ଘଡ଼ଘଡ଼ି ବିଜୁଳି ସହିତ ପବନ ହୋଇ ନାଟକ ମଞ୍ଚ ଭାଙ୍ଗି ଯାଇଥିଲା। ଫଳରେ ଦର୍ଶକମାନେ ନାହିଁ ନ ଥିବା ହଇରାଣ ହୋଇଥିଲେ। ଅନ୍ୟପକ୍ଷେ କାଳବୈଶାଖୀର ତାଣ୍ଡବରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା। ସେହିପରି ରାଇଖୋଲ ରାସ୍ତା ଉପରେ, ସିଦୀଙ୍ଗି ଅଙ୍ଗନୱାଡ଼ି ଠାରେ ଏବଂ ବଲସକୁମ୍ପା ସ୍କୁଲ ଛାତ ଉପରେ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି।

The post ଏକାଠୀ ହୋଇଥିଲେ ଗ୍ରାମବାସୀ, ହଠାତ୍‌ ତାଣ୍ଡବ ରଚିଲା କାଳବୈଶାଖୀ: ଅଧାରେ ରହିଗଲା… appeared first on Dharitri Odia News.